Odisha News Portal

ବାଲେଶ୍ୱର ଫୋକୀରମୋହନ ଗୋଲେଇରେ ଘଟିଛି ଅଭାବନୀୟ ଘଟଣା

ଆଜିର ସମୟରେ ସମସ୍ତ ଲୋକମାନଙ୍କୁ ଅନେକ ସତର୍କତା ଅବଲମ୍ୱନ କରି ଯାନବାହାନ ଚଳାଇବା ଉଚିତ , କାରଣ ଏବେ ଅଧିକ ସମୟରେ ସଡକ ଦୁର୍ଘଟଣା ଦେଖିବାକୁ ମିଳୁଛି । ଟିକିଏ ଅସାବଧାନତା ଯୋଗୁଁ ମୂଲ୍ୟବାନ ଜୀବନକୁ ହରାଇବାକୁ ପଡୁଛି । ଏମିତି ଏକ ସଡକ ଦୁର୍ଘଟଣା ମଙ୍ଗଳବାର ବାଲେଶ୍ୱର ଜିଲ୍ଲା ଫକୀରମୋହନ ଗୋଲେଇ ଠାରେ ଏକ ତେଲ ଟ୍ୟାକର ଧକ୍କାରେ ଜିଲ୍ଲା ଯୋଗାଣ ବିଭାଗର ଜଣେ ଚତୁର୍ଥ କର୍ମଚାରୀ ହରିପଦ ଦାସଙ୍କର ମୃତ୍ୟୁ ହୋଇଛି ।

ତେବେ ମୃତକ ବ୍ୟକ୍ତି ଜଣଙ୍କର ଘର ହେଉଛି ସିଗ୍ଲା ଥାନା ସାନଅସ୍ତି ଗ୍ରାମର ବୋଲି ଜଣା ପଡିଛି । ସୂଚନା ଅନୁସାରେ ହରିପଦ ମଙ୍ଗଳବାର ଦିନ ମଧ୍ୟାହ୍ନରେ ତାଙ୍କର ପୁଅ ବିବାହର ନିମନ୍ତ୍ରଣ କାର୍ଡ ବାଣ୍ଟିବା ପାଇଁ ସହରକୁ ଆସିଥିଲେ ଏବଂ କାର୍ଡ ବାଣ୍ଟି ଘରକୁ ଫେରୁଥିବା ସମୟରେ ଫକୀରମୋହନ ଗୋଲେଇ ଠାରେ ଗୋଟିଏ ତେଲ ଟ୍ୟାଙ୍କର ତାଙ୍କୁ ଧକ୍କା ଦେବାରୁ ସେ ତଳେ ପଡିଯାଇଥିଲେ ।

ଫଳରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ଏବଂ କବର ପାଇଁ ସହଦେବଖୁଣ୍ଟା ପୋଲିସ ଖବର ପାଇଁ ଟ୍ୟାଙ୍କରଟିକୁ ଜବତ୍ କରିବା ସହିତ , ଡ୍ରାଇବରକୁ ଥାନାରେ ଅଟକ ରଖିଛନ୍ତି । ଏପଟେ କୁହାଯାଉଛି ଅଧା ରହିଗଲା ପୁଅର ବାହଘର କାର୍ଡ ବାଣ୍ଟିବା , ଯାହାକି ବାପା ହରିପଦ ପୁଅକୁ ବାହାକରି ଘରକୁ ବହୂ ଆଣିବେ ବୋଲି ମନରେ ତାଙ୍କର କେତେ ଆଶା ରହିଥିଲା । ହେଲେ ପୁଅର ବାହାଘର ପୂର୍ବରୁ ସେ ସମସ୍ତଙ୍କୁ ପର କରିଦେଇ ଚାଲି ଯାଇଥିବାରୁ ତାଙ୍କର ପରିବାର ସମେତ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

ଏପଟେ ପରିବାର ଲୋକମାନେ ବାହଘରକୁ ନେଇ ଅନେକ ଖୁସୀ ହେଉଥିବା ବେଳେ ଏମିତି ଏକ ଦୁଃଖର ଛାୟା ସେଠାକାର ପରିବେଶକୁ ବହୁତ ବେଶାହାରା କରି ଦେଇଛି । ଖୁସୀ ଖୁସୀ ମନରେ ବିବାହର କାର୍ଡ ବାଣ୍ଟିବାକୁ ଯାଇ ଫେରୁଥିବା ବାପାଙ୍କ ମନେର ଅନେକ ଖୁସୀ ରହିଥିବା ବେଳେ ତାଙ୍କର ଏପରି ଏକ ଅଭାବନୀୟ ଘଟଣା ଘଟିବ ବୋଲି ସେ କେବେହେଲେ ମନରେ ଚିନ୍ତା ମଧ୍ୟ କରିନଥିଲେ । କିନ୍ତୁ ଏମିତି ଏକ ଅସମୟ ତାଙ୍କୁ ସାରାଜୀବନ ପାଇଁ ନିଜ ପରିବାର ତଥା ଏ ଦୁନିଆରୁ ଦୂରେଇ ଚାଲିଗଲେ ।

ଏହି ଦୁଃଖରେ ସାରା ପରିବରା ଅନେକ ମର୍ମାହତ ହୋଇ ପଡିଛନ୍ତି ଏବଂ ବିବାହର ଏପରି ଏକ ଖୁସୀର ମାହଲକୁ ଶୋକର ଛାୟା କରି ଦେଇ ସବୁଦିନ ପାଇ ଛାଡି ଚାଲି ଯାଇଛନ୍ତି ହରିପଦ । ଦୁର୍ଘଟଣା ସ୍ଥଳରେ ସହଦେବଖୁଣ୍ଟ ପୋଲିସ ଖବର ପାଇଁ ଟ୍ୟାଙ୍କରଟିକୁ ଜବତ୍ କରିବା ସହିତ ଡ୍ରାଇଭରକୁ ଥାନାରେ ଅଟକି ରଖିଥିବାର ସୂଚନା ମିଳିଛି ।

ଗାଡି ଚାଳକ ମାନଙ୍କର ଟିକିଏ ବେସାବଧାନତା ଯୋଗୁଁ ଅନେକ ନିରୀହ ଲୋକମାନଙ୍କର ଜୀବନ ହରିବାକୁ ପଡୁଛି । ସେଥିପାଇଁ ପ୍ରତ୍ୟେକ ଯାନବାହାନ ଚଳାଉଥିବା ଭାଇ ମାନଙ୍କୁ ସାବଧାନତା ସହିତ ଗାଡି ଚଳାଇବା ଉଚିତ । ତେବେ ଯାଇ ଏମିତି ନିରୀହ ଲୋକମାନଙ୍କର ଜୀବନ ବଞ୍ଚି ପାରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।