Odisha News Portal

ବଳଭଦ୍ରଙ୍କ ରଥର ନାମ କଣ ?ଯାହାର ଉତ୍ତର 99 ପ୍ରତିଶତ ଲୋକ ଉତ୍ତର ଦେବାରେ ଫେଲ ମାରିଛନ୍ତି

ଶିକ୍ଷା କ୍ଷେତ୍ରରେ ମଧ୍ୟ ପିଲାମାନଙ୍କ ଶିକ୍ଷଣୀୟ ବିଷୟ ବସ୍ତୁରେ ପୌରାଣିକ ବିଷୟ ରହିଛି , ଯେଉଁଥିରେ ପିଲାମାନେ ପୌରାଣିକ ବିଷୟରେ ଅଧିକ ତତ୍ତ୍ୱ ଜାଣି ପାରିଥାନ୍ତି । ତେବେ ଆସନ୍ତୁ ଜାଣିବା ଶ୍ରୀ ଜଗନ୍ନାଥଙ୍କ ବିଷୟରେ କେତେକ ପ୍ରଶ୍ନ ସହିତ ଉତ୍ତର ବିଷୟରେ ।

1 ସିଂହ ଦ୍ୱାର ସାମ୍ନାରେ ଥିବା ସ୍ତମ୍ଭର ନାମ କଣ ?
ଉତ୍ତର – ଅରୁଣ ସ୍ତମ୍ଭ ।

2 ଶ୍ରୀ ଜଗନ୍ନାଥଙ୍କ ମନ୍ଦିର କେଉଁ ନାମରେ ପରିଚିତ ?
ଉତ୍ତର – ବଡ ଦେଉଳ ।

3 ଶ୍ରୀ ଜଗନ୍ନାଥ କେଉଁ ତତ୍ତ୍ୱ ର ପ୍ରତୀକ ?
ଉତ୍ତର – ଆତ୍ମ ତତ୍ତ୍ୱ ।

4 ଏଥି ମଧ୍ୟରୁ କେଉଁଟି ଚାରିଧାମ ନୁହେଁ ?
ଉତ୍ତର – ଶିରିଡି ।

5 ଚାରିଧାମ ମଧ୍ୟରୁ କେଉଁଟି ଶ୍ରେଷ୍ଠ ?
ଉତ୍ତର – ଜଗନ୍ନାଥ ।

6 ପୁରୀର ଅନ୍ୟନାମ କଣ ?
ଉତ୍ତର – ନୀଳା ପୁର ।

7 ବଡ ଦେଉଳର ପୂର୍ବ ଦିଗରେ ଥିବା ଦ୍ୱାରର ନାମ କଣ ?
ଉତ୍ତର – ସିଂହଦ୍ୱାର ।

8 ବଳଭଦ୍ର କେଉଁ ତତ୍ତ୍ୱର ପ୍ରତୀକ ?
ଉତ୍ତର – ଶିବ ତତ୍ତ୍ୱ ।

9 ପୁରୁଷୋତ୍ତମ କ୍ଷେତ୍ର କାହାକୁ କୁହାଯାଏ ?
ଉତ୍ତର – ପୁରୀ ।

10 ଜଗନ୍ନାଥଙ୍କ ରଥର ନାମ କଣ ?
ଉତ୍ତର – ନନ୍ଦିଘୋଷ ।

11 ନନ୍ଦିଘୋଷ ରଥର ଚକ ସଂଖ୍ୟା କେତେ ?
ଉତ୍ତର – 16 ।

12 ରଥ ନିର୍ମାଣ ପରେ ତିନି ରଥର ପ୍ରତିଷ୍ଠା କିଏ କରିଥିଲେ ?
ଉତ୍ତର – ନାରଦ ।

13 ଜଗନ୍ନାଥଙ୍କ ରଥର ଉଚ୍ଚତା କେତେ ?
ଉତ୍ତର – 33 ହାତ ପାଞ୍ଚ ଆଙ୍ଗୁଳି ।

14 ନନ୍ଦିଘୋଷ ରଥରେ କେତେ ଖଣ୍ଡ କାଠ ଲାଗେ ?
ଉତ୍ତର – 832 ଖଣ୍ଡ ।

15 ତିନି ରଥ କିଏ ନିର୍ମାଣ କରିଥିଲେ ?
ଉତ୍ତର – ବିଶ୍ୱକର୍ମା ।

16 ନନ୍ଦିଘୋଷ ରଥର ନାମକରଣ କିଏ କରିଥିଲେ ?
ଉତ୍ତର – ଇନ୍ଦ୍ରଦେବ ।

17 ନନ୍ଦିଘୋଷ ରଥର ସାରଥି କିଏ ?
ଉତ୍ତର – ଦାରୁକ ।

18 ନନ୍ଦିଘୋଷ ରଥର ପତାକାରେ କାହାର ଚିହ୍ନ ଥାଏ ?
ଉତ୍ତର – ଗରୁଡ ।

19 ବଳଭଦ୍ରଙ୍କ ରଥର ନାମ କଣ ?
ଉତ୍ତର – ତାଳଧ୍ୱଜ ।

20 ସୁଭଦ୍ରାଙ୍କ ରଥର ନାମ କଣ ?
ଉତ୍ତର – ଦର୍ପ ଦଳନ ।

21 ପୌରାଣିକ କିମ୍ୱଦନ୍ତୀ ଅନୁସାରେ ପୁରୀର ଜଗନ୍ନାଥ ମନ୍ଦିର କିଏ ନିର୍ମାଣ କରିଥିଲେ ?
ଉତ୍ତର – ରାଜା ଇନ୍ଦ୍ରଦ୍ୟୁମ୍ନ ।

22 ଶ୍ରୀମନ୍ଦିରକୁ କଳା ପାହାଡ କେଉଁ ମସିହାରେ ଆକ୍ରଣଣ କରିଥିଲେ ?
ଉତ୍ତର – 1568 ମସିହା ।

23 କେଉଁ ମୁସଲମାନ ଭକ୍ତ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ ?
ଉତ୍ତର – ଭକ୍ତ ସାଲବେଗ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।