Odisha News Portal

ବାଇକ ଚାଳକଙ୍କ ପାଇଁ ବଡ଼ ଖବର, ଏଣିକି ପଛରେ ବସିଥିବା ଲୋକ ବି ହେଲମେଟ୍ ପିନ୍ଧିବାକୁ ବାଧ୍ୟ ନହେଲେ..

ଦୁଇ ଚକିଆ ଗାଡି ଚାଳକ ଙ୍କ ପାଇଁ ଆସିଛି ବହୁତ ବଡ ଖବର । ଏଣିକି ଗାଡି ଚାଳକ ସହ ପଛରେ ବସିଥିବା ଲୋକଙ୍କୁ ମଧ୍ୟ ପିନ୍ଧିବାକୁ ପଡିବ ହେଲମେଟ୍। ଆଉ ଏହି ନିୟମକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ତେବେ ଆସନ୍ତୁ ଜାଣି ନେବା କଣ ରହିଛି ସଂମ୍ପୂର୍ଣ୍ଣ ଅପଡେଟ୍ ଟି ବିଷୟ ରେ । ସେଥିପାଇଁ ବା ଦୁଇ ଚକିଆ ଗାଡି ଚଳାଉ ଥିଲେ୍ ଆପଣ ମାନେ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ ।

ତେବେ ଏଣିକି ଲାଗୁ ହେଲା ନୂଆ ନିୟମ । କେବଳ ଗାଡି ଚାଳକ ନୁହେଁ ବରଂ ପଛରେ ବସି ଥିବା ଲୋକ ମାନଙ୍କୁ ମଧ୍ୟ ପିନ୍ଧିବାକୁ ହେବ ହେଲମେଣ୍ଟ ନଚେତ ନିଆ ଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଆଉ ଏହି ନିୟମକୁ କଡା କଡି ଭାବରେ ବାଧ୍ୟତା ମୂଳକ କରିଛନ୍ତି ସରକାର ।

ତେବେ ଆରଟିଓ ପକ୍ଷରୁ ଏ ନେଇ ନିୟମ ଜାରି କରା ଯାଇଛି । ଆଉ ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରେ ତା ହେଲେ ସେହି ଗାଡିର ଲାଇସେନ୍ସ ରଦ୍ଦ କରା ଯିବ ବୋଲି କୁହା ଯାଇଛି । ତେବେ ଏ ସଂପର୍କ ରେ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ପରିବହନ ପ୍ରାଧୀକରଣ ।

ତେବେ ଟ୍ବିଟ୍ ରେ କୁହା ଯାଇଛି କି ମୋଟର ଯାନ ଆକ୍ଟ 2019 ଆଧାର ରେ ଏହି ନିୟମ ରାଜ୍ୟ ରେ କଡ଼ା କଡ଼ି ଭାବରେ ପାଳନ କରା ଯିବ ବୋଲି କୁହା ଯାଇଛି । ଆଉ ଏହା ପୂର୍ବରୁ କିଛି ଦିନ ତଳେ ଦୁଇ ଚକିଆ ଯାନ ଚାଳକଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରା ଯାଇ ଥିଲା ଏବଂ ନ ପିନ୍ଧିଲେ ଲାଇସେନ୍ସ ରଦ୍ଦ ହେବ ବୋଲି ନିୟମ ଜାରି ହୋଇ ଥିଲା । ତେଣୁ ଏହି ନିୟମ ଡିସେମ୍ବର ମାସ 1 ତାରିଖ ରୁ ଲାଗୁ ହୋଇଛି । ଯାହା କି ରାଜ୍ୟର ସବୁ ଜିଲ୍ଲାରେ ଆରମ୍ଭ ହୋଇ ଯାଇଛି ।


ତେବେ ନୂଆ ମୋଟର ଯାନ ଆଇନ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରାଫିକ ଧରପଗଡ ଆରମ୍ଭ ହୋଇ ଥିଲା। କିନ୍ତୁ ମହାମାରୀ କରୋନା ଯୋଗୁଁ ଲକଡାଉନ୍ ହେତୁ ଏସବୁ ବନ୍ଦ ହୋଇ ଯାଇ ଥିଲା । ହେଲେ ବର୍ତ୍ତମାନ ପୁଣି ଥରେ ରାଜ୍ୟ ସରକାର ହେଲମେଟ ନିୟମକୁ ରାଜ୍ୟରେ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ବାଇକ ଚାଳକଙ୍କ ସହ ସହଯାତ୍ରୀଙ୍କ ପାଇଁ ମଧ୍ୟ ହେଲମେଟ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର ।

ତେଣୁ ଏ ସବୁ ନିୟମ କୁ କଡା କଡି ଭାବରେ ପାଳନ ନ କରିଲେ ବା ନ ମାନିଲେ ଗାଡି ଚାଳକ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ବୋଲି୍ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକରା । ତେଣୁ ଆପଣ ମାନେ ଯଦି ଏହି ସବୁ ଯାନର ବ୍ୟବହାର କରୁଛନ୍ତି ତାହେଲେ ଏ ନେଇ ଆଗୁଆ ସଚର୍କ ହୋଇ ଯାଆନ୍ତୁ ନଚେତ ପରେ ଏହି ସମସ୍ୟାର ଶିକାର ହୋଇ ପାରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।