Odisha News Portal

ଦେଖନ୍ତୁ ଭିଡ଼ିଓ – ବାଇକ୍ ଚଳାଉଥିବା ବେଳେ ରୋମାନ୍ସ କରୁଥିଲେ ପ୍ରେମୀଯୁଗଳ !! ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ…

ଆଜିକାଲି ଦୁନିଆରେ ଲୋକେ ସବୁବେଳେ କିଛି ଭିନ୍ନ କାର୍ଯ୍ୟ କରି ଲୋକ ଲୋଚନକୁ ଆସିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେମାନେ ଏଭଳି କିଛି କାର୍ଯ୍ୟ କରିଥାନ୍ତି ଯାହା ବେଳେବେଳେ ସେମାନଙ୍କୁ ବିପଦରେ ପକାଇଥାଏ। ନିଜ ଜୀବନକୁ ଟିକିଏ ହେଲେ ଖାତିର ନକରି ସେମାନେ କିଛି ଏଭଳି କାମ କରିବାକୁ ଆଗେଇ ଯାଇଥାନ୍ତି ଯାହା ଚର୍ଚ୍ଚାର ବିଷୟ ମଧ୍ୟ ପାଲଟି ଯାଏ। ସେହିଭଳି ଏକ ଘଟଣା ଗୁଜୁରାଟର ଲୋକଲୋଚନ କୁ ଏବେ ଆସିଛି।

ଆପଣ ଜାଣିଥିବେ ସୁରଟ ରାସ୍ତାରେ ଅନେକ ଲୋକମାନେ ଷ୍ଟଣ୍ଟ କରିଥାନ୍ତି। ଏହା ପୁଣି ବିପଦ ଜନକ। ତେବେ ନିକଟରେ ସ୍ପୀଡ଼ ବାଇକରେ ବିପଦ ଜନକ ଷ୍ଟଣ୍ଟ କରିଥିବା ଜଣେ ଦମ୍ପତ୍ତି ଙ୍କ ଭିଡିଓ ଏବେ ଭାଇରାଲ ହେବା ପରେ ଚର୍ଚ୍ଚାର ପରିସରକୁ ଆସିଛି।

ତେବେ ଏହି ଭାଇରାଲ ଭିଡିଓ ରେ ଦେଖିବାକୁ ମିଳିଛି ଯେ ଏକ ବାଇକରେ ଏକ ଦମ୍ପତି ରୋମାଣ୍ଟିକ ଷ୍ଟଣ୍ଟ କରୁଛନ୍ତି।ସେହି ବାଇକ୍ ରେ ଯୁବକ ବାଇକ୍ ଚଳାଉ ଥିବା ବେଳେ ଯୁବତୀ ଜଣଙ୍କ ଯୁବକଙ୍କ ସାମ୍ନାରେ ବସି ନିଜ ଜୀବନକୁ ବିପଦରେ ପକାଇ ଏହି ଷ୍ଟଣ୍ଟ ଦେଖାଉଛନ୍ତି। ଆଗରୁ ମଧ୍ୟ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଜଣେ ଯୁବତୀ ଏହା କରୁଥିବାର ନଜର ଆସିଥିଲେ।ତେବେ ଏହି ଝିଅଟିର ନାମ ସଞ୍ଜନା ବୋଲି ଜଣା ପଡ଼ିଛି। ଯିଏକି ଏହିଭଳି ଅନେକ ଭିଡିଓ ଆଗରୁ କରି ସୋସିଆଲ ମିଡିଆରେ ସେୟାର କରିଥିଲେ।ପରେ ଏହା ଭାଇରାଲ୍ ହେବା ପରେ ଲୋକ ଲୋଚନକୁ ଆସିଥିଲା।

ତେବେ ସୂଚନା ଅନୁସାରେ ଏହିଭଳି ବିପଦ ଜନକ ଷ୍ଟଣ୍ଟର ଭିଡିଓ ଭାଇରାଲ ହେବାପରେ ଏହା ପୋଲିସ ପାଖରେ ଯାଇ ପହଞ୍ଚିଥିଲା।ତାପରେ ବାଇକରେ ବିପଜ୍ଜନକ ଷ୍ଟଣ୍ଟ କରିଥିବା ସଞ୍ଜନା ନାମକ ଏହି ଝିଅର ବାଇକ୍ ଷ୍ଟଣ୍ଟର ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ଆସିଥିଲା।ଏହା ପରେ ପୋଲିସ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ତେବେ ପରିବହନର ନିୟମକୁ ଖଣ୍ଡନ କରି ଏହି ଭିଡିଓ ଗୁଡିକ ସଡକ ଉପରେ ତିଆରି କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଆଉ ଏହି ଘଟଣାର ଯୁବତୀ ଜଣଙ୍କ ବାର୍ଡୋଲିରେ ରହୁଥିବା ବେଳେ ସୁରଟରେ ବାଇକ୍ ଷ୍ଟଣ୍ଟର ଭିଡିଓ ଗୁଡ଼ିକ ପ୍ରସ୍ତୁତ କରିବା ପରେ ଏହାକୁ ସୋସିଆଲ ମିଡିଆରେ ସେୟାର କରିଥାନ୍ତି।

ତେବେ ଏହିସବୁ ଭିଡିଓ ଗୁଡ଼ିକ ପ୍ରଶାସନର ନଜରକୁ ଆସିବା ପରେ ପୋଲିସ୍ ଭିଡିଓଟି କୁ ଯାଞ୍ଚ କରିବା ପରେ ବାଇକର ନମ୍ବରକୁ ମଧ୍ୟ ଯାଞ୍ଚ କରିଥିଲା। ଆଉ ଏହାପରେ ଏହି ନମ୍ବର ଆଧାରରେ ପୋଲିସ ବାଇକ ମାଲିକଙ୍କ ପାଖରେ ପହଞ୍ଚି ଏ ବିଷୟରେ ଯାଞ୍ଚ କରିଥିଲା ଓ ଜାଣିବାକୁ ପାଇଥିଲା ଯେ ସଞ୍ଜନା ଏହି ବାଇକକୁ ମଡେଲିଂ ଓ ଫଟୋଗ୍ରାଫି ପାଇଁ ଷ୍ଟଣ୍ଟର ବ୍ୟବହାର କରିଥିଲା।

ଏବେ ପୋଲିସ୍ ଏହାକୁ ନେଇ ମାମଲା ରୁଜୁ କରିଛି ଏବଂ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କରିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।