Odisha News Portal

ଦେଖନ୍ତୁ Live ଭିଡ଼ିଓ – ବହୁତ୍ ଦିନ ପରେ Live ଆସି ଓଡ଼ିଶା ବାସୀଙ୍କୁ ଏମିତି କଥା କହିଲେ ବିଦ୍ୟାଶ୍ରୀ। ଯାହାକୁ ଦେଖିଲେ ଆଖିରୁ ଲୁହ ଆସିଯିବ…

ଦୀର୍ଘଦିନ ପରେ ପୁଣି ସମସ୍ତଙ୍କ ସାମ୍ନାକୁ ଲାଇଭ ଜରିଆରେ ଆସିଛନ୍ତି ବହୁ ଚର୍ଚ୍ଚିତ ମାନବପ୍ରେମି ଆଦିତ୍ୟ ଦାସ୍ ଙ୍କ ପତ୍ନୀ ବିଦ୍ୟାସ୍ରୀ।ସେ ଲାଇଭ ଆସିବାର କାରଣ ମଧ୍ୟ ଏହି ଭିଡିଓ ରେ ସ୍ପଷ୍ଟ କରିଛନ୍ତି।ସେ ପ୍ରଥମେ ଭିଡିଓ ରେ ସମସ୍ତଙ୍କୁ ନମସ୍କାର କରିଛନ୍ତି। ତାଙ୍କର ବାପା ଙ୍କ ର ଆଜି ହେଉଛି ଷଷ୍ଠ ତମ ଶ୍ରାଦ୍ଧ ଦିବସ। ଯେଉଁ କାରଣରୁ ତାଙ୍କ ଘରକୁ ମଧ୍ୟ ବହୁତ୍ ଲୋକ ଆସିଛନ୍ତି।ଉପରେ ଅଷ୍ଟପ୍ରହରୀ ଚାଲିଛି। ଖାଇବା ପିଇବା ର ଆୟୋଜନ ମଧ୍ୟ ହୋଇଛି। ଲୋକେ ଖିଆ ପିଆ ମଧ୍ୟ କରୁଛନ୍ତି।ଏହି ସମୟରେ ଗୋଟିଏ ସରପ୍ରାଇଯ ଦେବା ପାଇଁ ସେ ଲାଇଭ ଆସିଛନ୍ତି ବୋଲି କହିଛନ୍ତି। ଯେଉଁ ସରପ୍ରାଇଯ ଟି ସମସ୍ତଙ୍କ ପାଇଁ ରହିଛି।

ସେ ଏହି ସରପ୍ରାଇଜ୍ ରେ ଏମିତି ଜଣେ ମହିଳା ଙ୍କ ସହ ସାକ୍ଷାତ କରିବାର ସୁଯୋଗ ଦେଇଛନ୍ତି ଯାହାଙ୍କୁ ପାଖରେ ପାଇ ସେ ବହୁତ୍ ଖୁସି ଏବଂ ଗର୍ବିତ ମନେ କରୁଛନ୍ତି। ତେବେ ଏହି ମହିଳା ଜଣଙ୍କ କୌଣସି ଫିଲ୍ମ୍ ତାରକା ନୁହଁ ବରଂ ସାଧାରଣ ମହିଳା ଜଣେ। ଯିଏକି ଦିବ୍ୟାଙ୍ଗ ହୋଇ ମଧ୍ୟ ନାରୀ ସଶକ୍ତିକରଣ ରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କର ଗୋଟିଏ ଗୋଡ଼ ପୋଲିଓ ହୋଇ ଥିବାରୁ ସେ ଠିକ୍ ଭାବରେ ଚାଲି ପାରନ୍ତି ନାହିଁ ମଧ୍ୟ। ତାପରେ ବି ସେ ତାଙ୍କ ଜୀବନରେ ହାର ମାନି ନାହାଁନ୍ତି। ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ସାଇକେଲ ରେ ବହୁତ୍ ଦୂର ଦୂର ସ୍ଥାନକୁ ଯାଇ ପେପର ବିକ୍ରି କରିଥାନ୍ତି। ଡୋର ଟୁ ଡୋର୍ ସେବା ପ୍ରଦାନ କରନ୍ତି।

ଏହି ଦୃଢ଼ ମନା ମହିଳା ଜଣଙ୍କ ନାମ ହେଉଛି ରୀନା। ଯିଏକି ନାରୀ ଜାତି ପାଇଁ ଏକ ଉଦାହରଣ ପାଲଟି ଛନ୍ତି। ତାଙ୍କ ବିଷୟରେ ଆପଣ ବହୁତ୍ ସମୟରେ ଖବର କାଗଜ ମାନଙ୍କରେ ମଧ୍ୟ ପଢିଥିବେ।ସେ ଏହିଭଳି ପରିଶ୍ରମ କରି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ର ଭରଣ ପୋଷଣ କରିଥାନ୍ତି। ତାଙ୍କର ବାପା ଅଛନ୍ତି। ଜୀବନରେ କଷ୍ଟର ମୂଲ୍ୟ କଣ ସେ ବୁଝିଛନ୍ତି। ଯେଉଁ କାରଣରୁ ସେ ଆଜି ଆସିଛନ୍ତି ବିଦ୍ୟାଶ୍ରୀ ଙ୍କୁ ଦେଖା କରିବା ପାଇଁ। କାରଣ ସେ ଜଣେ ନାରୀ ହୋଇ ଆଉ ଜଣେ ନାରୀର ଦୁଃଖକୁ ବୁଝି ପାରିଛନ୍ତି। ଆଉ ସେଥିପାଇଁ ସେ ଏତେ ଦୂରରୁ ଚୌଦ୍ଵାର ରୁ ଆସିଛନ୍ତି ବିଦ୍ୟାସ୍ରୀ ଙ୍କୁ ଦେଖା କରିବା ପାଇଁ।

କିନ୍ତୁ ବିଦ୍ୟାସ୍ରୀ ତାଙ୍କ ପାଖକୁ ଯାଇ ପାରି ନାହାନ୍ତି ବୋଲି ଦୁଃଖିତ ମନେ କରିଛନ୍ତି। ସରକାରଙ୍କ ତରଫରୁ ସହାୟତା ଯଦିଓ ଏଯାବତ୍ କୌଣସି କିଛି ରୀନା ଙ୍କୁ ମିଳି ପାରି ନାହିଁ କିନ୍ତୁ ଏବେବି ସେ ଅପେକ୍ଷାରେ ଅଛନ୍ତି ଏବଂ ନିଜର ସଂଘର୍ଷମୟ ଜୀବନକୁ କର୍ମ କ୍ଷେତ୍ରରେ ଜାରି ରଖିଛନ୍ତି। ତାଙ୍କୁ ବିଦ୍ୟାସ୍ରୀ ପ୍ରତିମାସ ୫୦୦ ଟଙ୍କା ଲେଖାଏଁ ଦେବାକୁ ଏହି ଭିଡିଓ ରେ ପ୍ରତିଶ୍ରୁତି ଦେଇଛନ୍ତି। ଆଗକୁ ସେ ସକ୍ଷମ ଅନୁସାରେ ଅଧିକା ସହାୟତା ରାଶି ଦେବେ ବୋଲି ମଧ୍ୟ କହିଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ରୀନାଙ୍କୁ ସକ୍ଷମ ଅନୁସାରେ ସହାୟତା ଦେବାକୁ ବିଦ୍ୟାଶ୍ରୀ ଅନୁରୋଧ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।