ବାହାଘର ସରିବା ପରେ ଓଡ଼ିଆ ଅଭିନେତା ସନ୍ତୋଷ ଭାବି ସ୍ତ୍ରୀ ଙ୍କ ସହ କେମିତି ମଜା ମସ୍ତି କରୁଛନ୍ତି – ଦେଖନ୍ତୁ ଭିଡିଓ

ଆଜିର ଦିନରେ ସୋସିଆଲ ମିଡ଼ିଆ ମନୋରଞ୍ଜନର ସବୁଠାରୁ ବଡ ମାଧ୍ୟମ ପାଲଟିଛି। ଏହି ଇ-ଣ୍ଟ-ର-ନେ-ଟ ଯୁଗରେ ସୋସିଆଲ ମିଡିଆ ମାଧ୍ୟମରେ ଦେଶ ବିଦେଶ ରେ ଚାଲିଥିବା ଟିଖି ନିଖି ତଥ୍ୟ କିଛି ସେକେଣ୍ଡ ମଧ୍ୟରେ ଆମେ ଆମ ହାତ ପାହନ୍ତାରେ ପାଇ ପାରୁଛୁ। ତେବେ ପ୍ରତିଦିନ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଶେଷ କରି ଅଭିନେତା ଅଭିନେତ୍ରୀ ମାନଙ୍କୁ ନେଇ ପ୍ରତିଦିନ କିଛ ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଆଉ ଯେଉଁ ସବୁ ଭିଡ଼ିଓ କୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି।

ତେବେ ଆପଣ ମାନେ ଜାଣି ଥିବେ କି ଏବେ ଚାଲିଛି ବିବାହର ଋତୁ। ଆଉ ଓଲିଉଡ଼ ଇଣ୍ଡଷ୍ଟ୍ରିର ବହୁ କଳାକାର ହୋଇଛନ୍ତି ହାତକୁ ଦି ହାତ। ସେମାନଙ୍କ ଭିତରେ ରହିଛନ୍ତି ଅଭିନେତା ସନ୍ତୋଷ ଦାସ ଏବଂ ଅଭିନେତ୍ରୀ ରାଜଲକ୍ଷ୍ମୀ। ଦୁହେଁ ଗତ ଦିନ ମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯାହାର ଫୋଟ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ତେବେ ଆପଣ

ମାନେ ଅଭିନେତା ସନ୍ତୋଷ ଦାସ ଏବଂ ଅଭିନେତ୍ରୀ ରାଜଲକ୍ଷ୍ମୀଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।ଅଭିନେତା ସନ୍ତୋଷ ଦାସ
ତରଙ୍ଗ ଟିଭିରେ ଧାରାବାହିକ ‌କିଛି ଲୁହ ପିଇଯାଏ ଓଠ‌ରେ ପ୍ରଥମ ଥର ପାଇଁ ଅଭିନୟ କରିବାର ସୁଯୋଗ ପାଇଥିଲେ।ତରଙ୍ଗ ଟିଭିଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ‌ବିଗ୍ ବ୍ରେକ୍‌ରେ ଭାଗ ନେଇ ଫାଇନାଲିଷ୍ଟ ହୋଇଥିଲେ। ପରେ ସେ ଧାରାବାହିକ ‌କିଛି ଲୁହ ପିଇଯାଏ ଓଠ‌ରେ ନାୟକ ଆୟୁଷ ଭୂମିକାରେ ଅଭିନୟ କରିଥିଲେ। ଏହା ତାଙ୍କୁ ବେଶ୍ ସଫଳତା ଦେଇଥିଲେ। ଦର୍ଶକ ମାନେ ଏହି ଧାରାବାହିକକୁ ଖୁବ୍ ପସନ୍ଦ କରିଥିଲେ। ଏହାପରେ ଏକାଧିକ ମେଗା ଧାରାବାହିକରେ ନଜର ଆସିଛନ୍ତି ଅଭିନେତା ସନ୍ତୋଷ ଦାସ।

ଠିକ୍ ସେହିପରି ଅଭିନେତ୍ରୀ ରାଜଲକ୍ଷ୍ମୀ ମଧ୍ୟ ଏକାଧିକ ମେଗା ଧାରାବାହିକରେ ନଜର ଆସିଛନ୍ତି। ତରଙ୍ଗ ଟିଭିର ମେଗା ଧାରାବାହିକ ‘ଦୂର୍ଗା’ ରେ ସେ ପ୍ରଥମ ଥର ପାଇଁ ଅଭିନୟ କରିବାର ସୁଯୋଗ ପାଇଥିଲେ। ଏହା ପରେ ସେ ଏକାଧିକ ଧାରାବାହିକରେ ନଜର ଆସିଛନ୍ତି। ତେବେ ଧାରାବାହିକ ‘ରହିଛି ରହିବି ତୋରି ପାଇଁ’ ରେ ଅଭିନେତା ସନ୍ତୋଷ ଦାସ ଏବଂ ଅଭିନେତ୍ରୀ ରାଜଲକ୍ଷ୍ମୀଙ୍କୁ ଦର୍ଶକ ଏକାଠି ଅଭିନୟ କରି ଥିବାର ଦେଖିବାକୁ ପାଇଥିଲେ। ଦୁହେଁ ଭାଇ ଭଉଣୀ ଭୂମିକାରେ ନଜର ଆସିଥିଲେ।

ତେବେ ନିକଟରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଉ ବିବାହ ପରେ ସେମାନଙ୍କ କିଛି ଫୋଟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଉଭୟ ବେଶ୍ ଖୁସି ଥିବାର ନଜର ଆସୁଛନ୍ତି। ଆଉ ଭାଇରାଲ ହେଉଥିବା ଏହି ଫୋଟକୁ ଦର୍ଶକ ମାନେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment