ଦେଖନ୍ତୁ ଭିଡ଼ିଓ – ବାହାଘର ପରେ ସବ୍ୟ – ଅର୍ଚିତା ଏକାଠି କଲେ ଖୁଲମ ଖୁଲା ହଟ ଡ୍ୟାନ୍ସ ଦେଖିଲେ ହୋଇଯିବେ ତାଯୁବ

ଏବେ ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ ରହୁଥିବା ଓଲିଉଡ ଜଗତର ସୁପରହିଟ ଯୋଡ଼ି ନବ ଦମ୍ପତ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଯୋଡ଼ି ଦେଖିବାକୁ ଯେମିତି ପର୍ଫେକ୍ଟ ସେମାନଙ୍କ ଗ୍ଲାମର୍ ଦୁନିଆର କେମେଷ୍ଟ୍ରୀ ମଧ୍ୟ ସେହିପରି ସୁପରହିଟ।ଏହା ସମସ୍ତେ ଜାଣିଛନ୍ତି ଏମାନେ ଓଡ଼ିଶାରେ ଏକ ଲୋକପ୍ରିୟ ଏବଂ ସୁପରହିଟ ଯୋଡି ଅଟନ୍ତି, ଯେଉଁ ଯୋଡ଼ିକୁ ଦେଖିବା ପାଇଁ ହଲ୍ ରେ ଭିଡ ଜମେ, ଆଉ ଆଜି ସେମାନେ ସେମାନେ ନିକଟରେ ସାତ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନେ ହେଲେ ଓଲିଉଡର ବହୁ ଚର୍ଚ୍ଚିତ ଯୋଡ଼ି ଏବଂ ଓଡ଼ିଶା ଦର୍ଶକଙ୍କ ପ୍ରଥମ ପସନ୍ଦର ଯୋଡ଼ି।

ସବ୍ଯସାଚୀ ଓ ଅର୍ଚ୍ଚିତା ଅନେକ ଫିଲ୍ମ୍ ରେ ଏକାଠି କାମ କରିଛନ୍ତି ନାୟକ ଓ ନାୟିକା ଭୂମିକାରେ। ନିକଟରେ ପ୍ରଶଂସକ ମାନଙ୍କର ସମସ୍ତ କଳ୍ପନା ଜଳ୍ପନା କୁ ଦୂର କରି ସବୁ ସନ୍ଦେହର ପୂର୍ଣ୍ଣଚ୍ଛେଦ ପକାଇ ଓଲିଉଡ ସୁନ୍ଦରୀ ଅର୍ଚ୍ଚିତାଙ୍କ ହାତ ଧରିଛନ୍ତି ପ୍ରମୁଖ ଅଭିନେତା ସବ୍ୟସାଚୀ । ବିବାହ ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଥିଲା ଉଭୟଙ୍କ ଅନେକ ଫଟୋ ଏବଂ ବିବାହ ପରେ ମଧ୍ୟ ସେମାନଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବିବାହ ପରେ ଅନେକ ସମୟରେ ସୋସିଆଲ ମିଡିଆରେ ଦୁଇ ଜଣଙ୍କୁ ଏକ ଭିନ୍ନ ଗେଟ୍‌ଅପ୍‌ରେ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ପ୍ରଶଂସକ ଙ୍କ ମହଲରେ ଏକ ଭିନ୍ନ ଖୁସି ଦେଖିବାକୁ ମିଳିଥିଲା।

ତେବେ ଏହି ନିକଟରେ ଅଭିନେତ୍ରୀ ଅର୍ଚ୍ଚିତା ତାଙ୍କର ଏକ ଭିଡିଓ ତାଙ୍କ ୟୁ ଟ୍ୟୁବ୍ ଚେନେଲ୍ ରେ ଅପ୍ ଲୋଡ୍ କରି ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଆଉ ଯେଉଁ ଭିଡିଓ ରେ ସେ ଏହା କହିଥିଲେ ଯେ ତାଙ୍କର ଏବଂ ସବ୍ୟସାଚୀ ଙ୍କ ବିବାହ ପରେ ସେମାନେ ଏକାଠି ହୋଇ ଫିଲ୍ମ୍ ଦୁନିଆ ସହିତ ଜଡିତ ଏକ କାର୍ଯ୍ୟକ୍ରମ, ଯାହା ତାଙ୍କ ଅଭିନୟ ଜଗତ ବା ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଅଟେ, ସେଥିରେ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି ଏକ ଆୱାର୍ଡ଼ ଶୋ ମାଧ୍ୟମରେ। ଯେଉଁ ଆୱାର୍ଡ଼ ଶୋ ଓଡ଼ିଆ ଜି ସାର୍ଥକ ଟିଭି ଚ୍ୟାନେଲ ଦ୍ବାରା ଆୟୋଜିତ ଅଟେ। ଯାହା ଗତ ୨୮ ତାରିଖ ସନ୍ଧ୍ୟା ୬ଟା ସମୟରେ ଜି ସାର୍ଥକ ଟିଭି ଚ୍ୟାନେଲ ରେ ପ୍ରସାରିତ ହୋଇଛି।

ଆପଣ ନିଶ୍ଚିତ ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ଭୂମିକାକୁ ସେମାନଙ୍କ ନୃତ୍ୟକୁ ସମ୍ପୂର୍ଣ୍ଣ ଭାବରେ ଏହି ଚ୍ୟାନେଲ ରେ ଦେଖି ପାରିଥିବେ। ତେବେ ଏହି ଶୋ ରେ ନିଜର ନୃତ୍ୟ ପରିବେଷଣ କରିବା ପାଇଁ ଉଭୟ ସବ୍ୟ ଏବଂ ଅର୍ଚ୍ଚିତା ଯେଉଁ ରିଆର୍ସଲ କରିଥିଲେ ବା ଅଭ୍ୟାସ କରିଥିଲେ ତାର ଏକ ଭିଡିଓ ର ଝଲକ ସେ ପୁଣି ଦର୍ଶକଙ୍କ ସାମ୍ନାକୁ ଆଣିଛନ୍ତି ସୋସିଆଲ ମିଡ଼ିଆ ଜରିଆରେ ଏକ ଭିଡିଓ ସେୟାର କରି।

ଯେଉଁଥିରେ ଆପଣ ସେମାନଙ୍କର ଏହି ନୃତ୍ୟ ଅଭ୍ୟାସ କୁ ଦେଖି ପାରିବେ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment