Odisha News Portal

ବଡ ଖବର- ଟ୍ରେନ ଭଡା ଦର ବୃଦ୍ଧି, କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତି,ଆସନ୍ତୁ ଜାଣିବା ସେ ବିଷୟରେ

ବର୍ତ୍ତମାନ ସମୟରେ ଦେଶର ବଜାର ଦର ରେ ସବୁବେଳେ ପରିବର୍ତ୍ତନ ଆସୁଛି। ଯାହା ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉ ଛନ୍ତି। ଏହି ବର୍ଷ ତୈଳ ଦର ବୃଦ୍ଧି ସହ ଟ୍ରେନ ଭଡା ଉପରେ କେନ୍ଦ୍ର ସରକାର ଅଙ୍କୁଶ ଲାଗେଇଛନ୍ତି।

ତୈଳ ଦର ବଢିବା ପରେ ଧୀରେ ଧୀରେ ଟ୍ରେନ ଉପରେ ପ୍ରଭାବ ପଡିଛି ଯାହା ଦ୍ୱାରା ମହଙ୍ଗା ପଡିଲା ଟ୍ରେନ ଯାତ୍ରା। ଯାହା କୁ ନେଇ ଚାରିଆଡ଼େ ଅସନ୍ତୋଷ ଦେଖା ଦେଇଛି ଏବଂ ୩ ଗୁଣା ଅଧିକା ହେଲା ଟ୍ରେନ ଭଡା। ସାଧାରଣ ଲୋକଙ୍କ ପାଇଁ ପେଟ୍ରୋଲ,ଡିଜେଲ,ଗ୍ୟାସ ର ଦର ବୃଦ୍ଧି ମୁଣ୍ଡ ବିନ୍ଧାର କାରଣ ହୋଇଛି। ତାପରେ ମହଙ୍ଗା ଟ୍ରେନ ଯାତ୍ରା ,ପ୍ଲାଟଫର୍ମ ଟିକେଟ ପାଇଁ ବି ଦେବାକୁ ହେବ ପାଞ୍ଚ ଗୁଣା ଯାହା ଲୋକଙ୍କ ପକେଟ ଉପରେ ବଡ ପ୍ରଭାବ ପକେଇବ। ଏହାରି ମଧ୍ୟରେ ଲୋକଙ୍କ ମଧରେ ଅସନ୍ତୋଷ ଦେଖା ଦେଇଛି।କାରୋନା ମହାମାରୀ ରେ ଦୀର୍ଘ ଦିନ ହେଲା ଟ୍ରେନ ସେବା ବନ୍ଦ ରହିଥିବା ବେଳେ ଦିଲ୍ଲୀ ରେ କେନ୍ଦ୍ର ସରକାର ପୁଣିଥରେ ଆରମ୍ଭ କରିଛନ୍ତି ଏବଂ ଟିକେଟ ର ଦର ୩ ଗୁଣା ଅଧିକ ବଢି ଯାଇଛି। ପୂର୍ବରୁ ପ୍ଲାଟଫର୍ମ ଟିକେଟ ୧୦ ଟଙ୍କା ଥିଲା ହେଲେ ବର୍ତମାନ ସମୟରେ ୩୦ ଟଙ୍କା ଦେବାକୁ ହେବ ଅର୍ଥାତ ଆପଣ ଯଦି ଆପଣଙ୍କ ସମ୍ପର୍କୀୟ ଙ୍କୁ ଷ୍ଟେସନ ଛାଡି ବାକୁ ଯାଉଛନ୍ତି ତେବେ ଆପଣଙ୍କୁ ମଧ୍ୟ ପ୍ଲାଟଫର୍ମ ଟିକେଟ କରିବାକୁ ହେବ। ଯଦି ଆପଣ ଟିକେଟ ନ କରିବେ ତେବେ କେବଳ ଯାତ୍ରୀ ପ୍ଲାଟଫର୍ମ ଭିତରକୁ ଯାଇ ପାରିବେ ଏହା ଥିଲା ରାଜଧାନୀ ଦିଲ୍ଲୀ ର ଘଟଣା।

ଏବେ ମୁମ୍ବାଇ କଥା ଜାଣିଲେ ମୁଣ୍ଡରେ ହାତ ଦେବେ।ମୁମ୍ବାଇ ରେ ପ୍ଲାଟଫର୍ମ ଟିକେଟ କୁ ପାଞ୍ଚ ଗୁଣା କରା ଯାଇଛି ଅର୍ଥାତ ୧୦ ଟଙ୍କା ବଦଳରେ ଲୋକଙ୍କୁ ୫୦ ଟଙ୍କା ଦେବାକୁ ପଡିବ। ହୁ ହୁ ହୋଇକି ଟ୍ରେନ୍ ର ଭଡା ବଢୁଛି ଆପଣ ଯଦି ଦିଲ୍ଲୀ ରୁ କାଜିଆବାଦ ଯିବେ ତେବେ ୧୦ ଟଙ୍କା ଜାଗାରେ ୩୦ ଟଙ୍କା ଦେବାକୁ ପଡିବ।

ପେଟ୍ରୋଲ,ଡିଜେଲ ଦର ଲୋକଙ୍କୁ ବହୁତ କନ୍ଦାଉ ଥିବାବେଳେ ଟ୍ରେନ ଭଡା ଲୋକଙ୍କ ପକେଟ ଉପରେ ପ୍ରଭାବ ପକେଇଛି ଯାହା ପାଇଁ ଲୋକ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ କରୁଛନ୍ତି।

ସେପଟ ରେ କିଛି ଟ୍ରେନ ଭଡା ବୃଦ୍ଧି ନେଇକି ଅସନ୍ତୋଷ କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ସ୍ୱାଗତ ମଧ୍ୟ କରିଛନ୍ତି ଆଉ କହୁଛନ୍ତି ଏହାର ଭଡା ବୃଦ୍ଧି ଦ୍ୱାରା ରାଜ୍ୟର ରାଜସ୍ୱ ଅଭିବୃଦ୍ଧି ହେବ ଏବଂ ସରକାରଙ୍କ ନିଷ୍ପତି କୁ ଆମେ ସ୍ୱାଗତ କରୁଛୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।