Odisha News Portal

ବଡ ଖବର- ବନ୍ଦ ରହିବ ସମସ୍ତ ବ୍ୟାଙ୍କ,ଆସନ୍ତୁ ଜାଣିବା ବ୍ୟାଙ୍କ ସମ୍ପର୍କରେ ନହେଲେ ହଇରଣରେ ପଡିବ ଆପଣମାନେ

ସାଧରଣତଃ ଆମେ ମାନେ ଟଙ୍କା ପଇସାକୁ ସୁବିଧା ଏବଂ ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କର ସହାୟତା ନେଇ ଥାଉ। ଏହି ବ୍ୟାଙ୍କ ମାନଙ୍କ ମଧ୍ୟରେ କିଛି ସରକାର ହୋଇଥିବା ବେଳେ ଆଉ କିଛି ଘରୋଇକରଣ ରହିଛି। ତେବେ ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କ ସବୁ ବନ୍ଦ ରହିବ।

ମାର୍ଚ୍ଚ ୧୩ ପୂର୍ବରୁ ବ୍ୟାଙ୍କ ର ସମସ୍ତ କାର୍ଯ୍ୟ ଶେଷ କରି ନିଅନ୍ତୁ କାରଣ ୧୪ ମାର୍ଚ୍ଚ ରୁ ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ।ସରକାରୀ ବ୍ୟାଙ୍କର ଘରୋଇକରଣ କୁ ବିରୋଧ କରି ଆସନ୍ତା ୧୫ ଓ ୧୬ ତାରିଖରେ ବନ୍ଦ ଡାକରା ଦେଇଛନ୍ତି ୟୁନଇଟେଡ଼ ଫାର୍ମ ଅଫ ୟୁନିନ୍ସ ଯେଉଁଥିରେ ବ୍ୟାଙ୍କ ସହ ଜଡିତ ୯ ଟି ସଂଗଠନ ସାମିଲ ହେବେ। ତେବେ ବ୍ୟାଙ୍କ ସମ୍ବଦ୍ଧିୟ କିଛି କାମ ରହି ଯାଇଛି ତେବେ ଏହାକୁ ତୁରନ୍ତ ଶେଷ କରନ୍ତୁ।

ସରକାରୀ ବ୍ୟାଙ୍କର ଘରୋଇକରଣ କୁ ବିରୋଧ କରି ବ୍ୟାଙ୍କ କର୍ମଚାରୀ ୧୫ ଓ ୧୬ ରେ ହରତାଳ ଡାକରା ଦେଇ ଥିବା ବେଳେ ସିଧାସଳଖ ପ୍ରଭାବ ଗ୍ରାହକ ଙ୍କ ଉପରେ ପଡିବ। ଏପରିକି ଦେଶର ସବୁଠୁ ବଡ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର କାମ କାର୍ଯ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ ବୋଲି କୁହା ଯାଇଛି। ଏହି ଧର୍ମ ଘଟ ଡାକରା ଯୋଗୁ ଲଗାତାର ୪ ଦିନ ସରକାରୀ ବ୍ୟାଙ୍କର କାମ କାର୍ଯ୍ୟ ବନ୍ଦ ରହି ପାରେ।ମାର୍ଚ୍ଚ ୧୫ ଓ ୧୬ ସୋମବାର ଓ ମଙ୍ଗଳବାର ପଡୁଥିବା ବେଳେ ଏହାର ପୂର୍ବରୁ ୧୪ ମାର୍ଚ୍ଚ ରବିବାର ରହି ଥିବାରୁ ବ୍ୟାଙ୍କ ବନ୍ଦ ରହିବ। ସେହି ଭଳି ୧୩ ମାର୍ଚ୍ଚ ଦ୍ଵିତୀୟ ଶନିବାର ହୋଇଥିବାରୁ ଏହିଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ।ଏହିଭଳି ଭାବେ ୪ଦିନ ଧରି ଲଗାତାର ବନ୍ଦ ରହି ପରେ ବ୍ୟାଙ୍କ।

ଚଳିତ ବଜେଟ ଉପସ୍ଥାପନ ସମୟରେ ସରକାରୀ ବ୍ୟାଙ୍କର ଘରୋଇ କରଣ କୁ ନେଇ ବଡ଼ ନିଷ୍ପତି ନେଇଥିଲେ କେନ୍ଦ୍ର ସରକାର। ବଜେଟ ଅଧିବେଶନ ରେ ଦୁଇ ସରକରି ବ୍ୟାଙ୍କ କୁ ଘରୋଇ କରଣ କରିବାକୁ ଘୋଷଣା କରା ଯାଇଥିଲା। ସରକାରଙ୍କ ଏହି ଭଳି ନିଷ୍ପତି କୁ ଲଗାତାର ବିରୋଧ କରି ଆସୁଛନ୍ତି ସରକାରୀ ବ୍ୟାଙ୍କ କର୍ମଚାରୀ। ସରକାରୀ ବ୍ୟାଙ୍କ ଗୁଡିକର ଘରୋଇକରଣ କରା ଗଲେ ଏହାର ସିଧାସଳଖ କର୍ମଚାରୀ ଙ୍କ ଉପରେ ପଡିବ ବୋଲି ଆଶା କରାଯାଉଛି।ଏପରିକି କର୍ମଚାରି ଙ୍କ ଛଟେଇ କରା ଯିବା ସହ ରୋଜଗାର ଉପରେ ଏହାର ପ୍ରଭାବ ପଡିବ ବୋଲି କୁହା ଯାଉଛି।

ଯେଉଁଠି ପାଇଁ ସରକାରଙ୍କ ନିଷ୍ପତି ବିରୁଦ୍ଧରେ ବନ୍ଦ ଡାକରା ଦେଇଛନ୍ତି ବ୍ୟାଙ୍କ ସଂଗଠନ। ଯାହା କୁ ନେଇ ଚାରିଆଡେ ଚର୍ଚ୍ଚା ଦେଖା ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।