Odisha News Portal

ବଡ ଖବର – ଏପ୍ରିଲ ୧ରୁ ଏହି ସବୁ ବ୍ୟାଙ୍କର ଚେକବୁକ ଅଚଳ ହୋଇଯିବ, ଆଜି ହିଁ ଶୀଘ୍ର କରି ଦିଅନ୍ତୁ ଏହି କାମ

ବନ୍ଧୁଗଣ ଆପଣମାନଙ୍କ ପାଇଁ ବର୍ତ୍ତମାନର ସବୁଠାରୁ ବଡ ଖବର। ଆମେ ଆଜି ଆପଣଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଖବର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଜାଣିବା ନିହାତି ଜରୁରୀ ଅଟେ। କାରଣ ଏହା ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ଅଟେ।ତେବେ ଆପଣଙ୍କ ସୂଚନା ପାଇଁ ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଆସନ୍ତା ମାସ ଅର୍ଥାତ୍ ଏପ୍ରିଲ ୧ ତାରିଖରୁ କିଛି ବ୍ୟାଙ୍କର ଚେକବୁକ, ଆଇଏଫଏସସି ସହ ସେହି ବ୍ୟାଙ୍କର ଏମ ଆଇ ସି ଆର କୋଡ ମଧ୍ୟ ଅଚଳ ହୋଇଯିବ।

ଯାହା ପ୍ରତି ଆପଣ ସଚେତନ ହେବା ନିହାତି ଦରକାର୍। କିନ୍ତୁ ଆପଣ ଏଥିପ୍ରତି ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ। କାରଣ ଏସବୁ ବ୍ୟାଙ୍କର ଗ୍ରାହକମାନେ ନୂଆ ଚେକବୁକ ଏବଂ ପାସବୁକ ପାଇ ପାରିବେ।

ଆଉ ଏହା ସହିତ ନୂଆ ଆଇ ଏଫ ଏସ ସି ଓ ଏମଆଇସିଆର କୋଡ ପାଇଁ ମିଶ୍ରଣ ହୋଇଥିବା ବୃହତ ବ୍ୟାଙ୍କ ସହ ମଧ୍ୟ ଯୋଗାଯୋଗ କରି ଆପଣ ଏହାକୁ ପାଇ ପାରିବେ। ତେବେ ଆପଣଙ୍କୁ କହି ରଖୁଛୁ ଯେ କିଛି ବ୍ୟାଙ୍କ ଗୁଡ଼ିକର ମିଶ୍ରଣ ବିଭିନ୍ନ ବୃହତ୍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ସମ୍ପୂର୍ଣ୍ଣ ହେବାକୁ ଯାଉଛି।ଆଉ ଏହା କାରଣରୁ ସବୁ ବଦଳିବା ସହିତ ଏସବୁ ବ୍ୟାଙ୍କ ଗୁଡ଼ିକର ବିଭିନ୍ନ ଅଞ୍ଚଳରେ ଥିବା ଶାଖା ଗୁଡ଼ିକର ଠିକଣା ମଧ୍ୟ ବଦଳିଯିବାର ସୂଚନା ରହିଛି।

ଆଉ ଏଥିପାଇଁ ଗ୍ରାହକ ମାନେ ଏହି ବ୍ୟାଙ୍କକୁ ଯାଇ ନିଜର ଫୋନ ନଂ, ଠିକଣା, ନୋମିନି ନାମ ଆଦି ବଦଳାଇ ପାରିବେ ବୋଲି କୁହା ଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ବ୍ୟାଙ୍କ ଗୁଡ଼ିକର ଚେକବୁକ୍ ଅଚଳ ହୋଇଯିବ।

ସୂଚନା ଅନୁସାରେ ୮ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯଥା ଦେନା ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ, ବିଜୟା ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ, ସିଣ୍ଡିକେଟ ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ ଓ ଆଲ୍ଲାହାବାଦ ବ୍ୟାଙ୍କ ଏଥିରେ ସାମିଲ୍ ଅଛନ୍ତି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ୨୦୧୯ ଅଗଷ୍ଟରେ ଘୋଷଣା ହୋଇଥିବା କିଛି ବ୍ୟାଙ୍କ ମିଶ୍ରଣ ଯୋଜନା ଅନୁଯାୟୀ ବ୍ୟାଙ୍କ ଅଫ୍ ବରୋଦା ସହିତ ଦେନାବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣ ହୋଇଥିବା ବେଳେ ସିଣ୍ଡିକେଟ୍ ବ୍ୟାଙ୍କର ମିଶ୍ରଣ କାନାରା ବ୍ୟାଙ୍କ ସହିତ ହେବାକୁ ରହିଛି।

ଏହା ସହିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କସହିତ ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ର ମିଶ୍ରଣ ଘଟିବ।ସେହିଭଳି ଆନ୍ଧ୍ରା ବ୍ୟାଙ୍କ ଏବଂ କର୍ପୋରେସନ ବ୍ୟାଙ୍କର ମିଶ୍ରଣ ୟୁନିୟନ ବ୍ୟାଙ୍କ ସହିତହେବ ବୋଲି ଏହି ଘୋଷଣାନାମା ରେ କୁହା ଯାଇଛି। ତେଣୁ ଯଦି ଆପଣ ମାନେ ଉପରୋକ୍ତ ବ୍ୟାଙ୍କ ଅଧୀନରେ ନିଜର ଖାତା ଖୋଲିଛନ୍ତି ତେବେ ଆପଣ ଏଠାରେ କୁହା ଯାଇଥିବା ପ୍ରକ୍ରିୟା କୁ ଅନୁସରଣ କରି ବ୍ୟାଙ୍କ କାର୍ଯ୍ୟକୁ ଚାଲୁ ରଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।