Odisha News Portal

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ କହି ଦିଅନ୍ତୁ ଏହି ଗୋଟିଏ ମନ୍ତ୍ର ! ହେବ ଧନର ବର୍ଷା…..

ଆଜି ଆମେ ଜାଣିବା ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ କହି ଦିଅନ୍ତୁ ଏହି ଗୋଟିଏ ମନ୍ତ୍ର , ଆପଣଙ୍କର ରୋଗଜନିତ ସମସ୍ୟା, ଧନ ଜନିତ ସମସ୍ୟା ତଥା ଯେକୌଣସି ବି ସମସ୍ୟା ସବୁ ଦୂର ହୋଇଯିବ ଏବଂ ତାହା ସହିତ ଆହୁରି କିଛି ଭଲ ଭଲ ଉପାୟ ବିଷୟରେ ଜାଣିବା । ହିନ୍ଦୁ ଧର୍ମ ଅନୁସାରେ ପଞ୍ଚଦେବଙ୍କ ମଧ୍ୟରୁ ଭଗବାନ ସୂର୍ଯ୍ୟଦେବଙ୍କୁ ପ୍ରଥମ ସ୍ଥାନ ଦିଆ ଯାଇଛି । କାରଣ ସୂର୍ଯ୍ୟ ଦେବ ପୃଥୀରେ ସାକ୍ଷାତ ଦର୍ଶନ ଦେଇଥାନ୍ତି । ଅର୍ଥାତ ଜୀବନ ଯାପନ କରିବା ପାଇଁ ସୂର୍ଯ୍ୟଦେବ ଅତ୍ୟନ୍ତ ଆବଶ୍ୟକ ଅଟନ୍ତି ।

ଯଦି ଆପଣଙ୍କ ଜାତକରେ ସୂର୍ଯ୍ୟଦେବ ଠିକ୍ ସ୍ଥାନରେ ରହିଥାନ୍ତି ତାହେଲେ ରାଜପଦ ପ୍ରାପ୍ତି ହୋଇଥାଏ । ଏମିତି ବ୍ୟକ୍ତିମାନେ ସମସ୍ତ ସ୍ଥାନରେ ସମ୍ମାନ ପାଇଥାନ୍ତି । ସରକାରୀ ଚାକିରି ପାଇଁ ମଧ୍ୟ ଆପଣଙ୍କ ଭାଗ୍ୟରେ ସୂର୍ଯ୍ୟଦେବ ଯଥା ସ୍ଥାନରେ ରହିବା ଅତ୍ୟନ୍ତ ଉଚିତ୍ ରହିବା ଆବଶ୍ୟକ ।

ସୂର୍ଯ୍ୟ ଦେବଙ୍କୁ ଗ୍ରହମାନଙ୍କର ରାଜା କୁହାଯାଏ । ସୂର୍ଯ୍ୟଦେବଙ୍କ ଆରଧନା କରିବା ଦ୍ବାରା ବ୍ୟକ୍ତିର ସବୁ ଅଶୁଭ ଗ୍ରହ ଶୁଭ ଗ୍ରହରେ ପରିବର୍ତ୍ତନ ହୋଇଯାଏ । ସେତେବେଳେ ବ୍ୟକ୍ତିଙ୍କୁ ସୌଭାଗ୍ୟର ପ୍ରାପ୍ତି ହୋଇଥାଏ । ସୂର୍ଯ୍ୟ ଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ଜଳ ଅର୍ପଣ କରିବା ଉତ୍ତମ ଉପାୟ ଅଟେ । ଖାସ୍ କରି ରହିବାର ଦିନ , ସେହି ଦିନ ଯେଉଁ ବ୍ୟକ୍ତି ସୂର୍ୟ୍ୟଦେବ ଙ୍କୁ ଜଳ ଅର୍ପଣ କରି ଦିନର ଆରମ୍ଭ କରିଥାଏ ସେଭଳି ବ୍ୟକ୍ତି ଜୀବନରେ କେବେ ବି ହାରି ନଥାଏ ।

ସୂର୍ଯ୍ୟ ଦେବଙ୍କୁ ଜଳ ଦେବାର ମହିମା ଏବଂ ଲାଭ ବିଷୟରେ ଶାସ୍ତ୍ରରେ ମଧ୍ୟ ଲେଖା ହୋଇଛି । ଶାସ୍ତ୍ର ଅନୁସାରେ ଭଗବାନ ବିଷ୍ଣୁ ରାମ ଅବତାର ନେଇଥିଲେ , ଆଉ ସେହି ସମୟରେ ମଧ୍ୟ ଭଗବାନ ବିଷ୍ଣୁ ସୂର୍ଯ୍ୟଦେବ ଙ୍କୁ ଜଳ ଚଢାଉଥିଲେ ।

ସୂର୍ଯ୍ୟ ଦେବଙ୍କ ଆଶିର୍ବାଦ ସ୍ବରୂପ ହିଁ ରାବଣର ସବୁ ପ୍ରୟାସ ବିଫଳ କରିବାରେ ରାମ ସଫଳ ହୋଇଥିଲେ । ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଇବା ସମ୍ବନ୍ଧ ଶାସ୍ତ୍ରରେ ଲେଖା ହୋଇଛି ଏବଂ ଏହାର ସୁଫଳ ମଧ୍ୟ ଉଲ୍ଲେଖ ଅଛି ।

ସୂର୍ଯ୍ୟ ଦେବଙ୍କ ଆରଧନା କରିବା ଦ୍ବାରା ଆପଣଙ୍କର ସବୁ ଅସୁବିଧା ସବୁଦିନ ପାଇଁ ଦୂରେଇ ଯିବ । ଚାକିରିର ଅସୁବିଧା ଦୂର ହେବ । ଯେଉଁ ବ୍ୟକ୍ତି ସବୁ ରବିବାର ଦିନ ସୂର୍ଯ୍ୟଦେବଙ୍କ ଆରଧନା କରିଥାଏ ଏବଂ ଜଳ ଅର୍ପଣ କରିଥାଏ , ତେବେ ସେହି ବ୍ୟକ୍ତି ଜୀବନରେ ସବୁବେଳେ ଖୁସିରେ ରହିଥାଏ ।

ଏଭଳି ବ୍ୟକ୍ତି ମାନଙ୍କ ପାଖରେ ଅନ୍ୟକୁ ନିଜ ଆଡକୁ ଆକର୍ଷଣ କରିବାର କ୍ଷମତା ରହିଥାଏ । କେହି କେହି ସକାଳୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିଥାନ୍ତି କିନ୍ତୁ ଯଦି ନିୟମ ପାଳନ ନକରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବେ ତେବେ ଶୁଭ ଫଳ ମିଳିବ ନାହିଁ ।

ପ୍ରଥମେ ସୂର୍ଯ୍ୟ ଉଇଁବା ପୂର୍ବରୁ ଉଠି ସ୍ନାନ କରିନେବେ । ସୂର୍ଯ୍ୟ ଉଦୟ ହେବା ସମୟରେ ତାଙ୍କ ଆଗରେ ଗୋଟିଏ ସୋରିଷ ତେଳର ଦୀପ ଜାଳିଦେବେ । ତାପରେ ନିଜର ମନସ୍କାମନା ସୂର୍ଯ୍ୟଦେବଙ୍କ ଆଗରେ କୁହନ୍ତୁ । ଏହାପରେ ଗୋଟିଏ ତମ୍ବାପାତ୍ରରେ ପୂର୍ବଦିଗ ଆଡକୁ ମୁହଁ କରି ସୂର୍ଯ୍ୟଦେବଙ୍କୁ ଜଳ ଚଢାନ୍ତୁ । ଜଳ ଅର୍ପଣ କରିବା ସମୟରେ ଓଁ ସୂର୍ଯ୍ୟାୟ ନମଃ ଏହି ମନ୍ତ୍ରଟିର ତିନିଥର ଜପ କରନ୍ତୁ ଏବଂ ଭୂମିଷ୍ଟ ପ୍ରଣାମ ନିଅନ୍ତୁ ।