Odisha News Portal

Life Style – ବାଛନ୍ତୁ ନିଜ ରାଶି ଓ ଜାଣନ୍ତୁ ଆପଣଙ୍କର ସବୁଠୁ ବଡ କମଜୋରି

ପ୍ରତ୍ୟେକ ବ୍ୟକ୍ତି ରାଶିର ଆଧାରରେ ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ଅନେକ ମହତ୍ୱପୂର୍ଣ୍ଣ କଥା ଜାଣିପାରିଥାନ୍ତି । ଏହା ବ୍ୟତୀତ ସେମାନଙ୍କ ସ୍ୱଭାବ ଏବଂ ଭଲ ଗୁଣ ବା ଖରାପ ଗୁଣ ମଧ୍ୟ ଜାଣିହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକର ଦୁର୍ବଳତା ବିଷୟରେ ।

1 ମେଷରାଶି –

ଏହି ରାଶିର ବ୍ୟକ୍ତିମାନେ ଛୋଟ ଛୋଟ କଥାରେ କ୍ରଧିତ ହୋଇଥାନ୍ତି ଏବଂ ଏମାନେ ବହୁତ ଜିଦିଆ ମଧ୍ୟ ଅଟନ୍ତି । ପ୍ରେମ ସମ୍ପର୍କରେ ଏମାନଙ୍କ ଉପରେ ଭରସା କରିବା ସହଜ ନୁହେଁ ।

2 ବୃଷରାଶି –

ଏହି ରାଶିର ବ୍ୟକ୍ତିର ମାନେ ରାଗର ସୀମା ଟପିଯାଇଥାନ୍ତି ଏବଂ ନିଜକୁ ନିଜେ ସମସ୍ୟା ରେ ପକାଇଥାନ୍ତି । ଏମାନେ ମଧ୍ୟ ବହୁତ ଅଳସୁଆ ହୋଇଥାନ୍ତି ଏବଂ ନିଜ ଭୁଲକୁ କେବେହେଲେ ସ୍ୱୀକାର କରନ୍ତି ନାହିଁ ।

3 ମିଥୁନରାଶି –

ଏହି ରାଶିର ବ୍ୟକ୍ତିମାନଙ୍କର ହୃଦୟ ବହୁତ କୋଠର ହୋଇଥାଏ ଏବଂ ଏମାନଙ୍କର ମନରେ କିଛି ସମୟ ମଧ୍ୟରେ ପରିବର୍ତ୍ତନ ଆସିଥାଏ । ଏମାନେ ସର୍ବଦା ଅସମ୍ଭବ କଥା ଚିନ୍ତା କରିଥାନ୍ତି , ଯେଉଁ କାର୍ଯ୍ୟ କରିବା ଏମାନଙ୍କ ପକ୍ଷେ ଅସମ୍ଭବ ହୋଇଥାଏ ।

4 ସିଂହରାଶି –

ଏହି ରାଶିର ବ୍ୟକ୍ତିମାନେ ବହୁତ ଲୋଭୀ ଏବଂ ଇର୍ଷାବାନ ହୋଇଥାନ୍ତି । ଏମାନଙ୍କୁ ବର୍ତ୍ତମାନ ଠାରୁ ଭବିଷ୍ୟତ କଥା ଅଧିକ ଚିନ୍ତା ଥାଏ , ସେଥିପାଇଁ ସେମାନେ ନିଜ ବର୍ତ୍ତମାନକୁ ମଧ୍ୟ ନଷ୍ଟ କରିଥାନ୍ତି ।

5 କନ୍ୟାରାଶି –

ଏହି ରାଶିର ବ୍ୟକ୍ତିମାନେ ବହୁତ ସ୍ୱାର୍ଥୀ ପ୍ରବୃତିର ହୋଇଥାନ୍ତି ଏବଂ ସର୍ବଦା ନିଜ ସ୍ୱାର୍ଥ ବିଷୟରେ ଚିନ୍ତା କରିଥାନ୍ତି । ପ୍ରତ୍ୟେକ କଥାକୁ ବଢିକରି କହିବା ଏମାନଙ୍କର ଅଭ୍ୟସ ଅଟେ ଏବଂ ଏମାନେ ଅନ୍ୟ ମାନଙ୍କର କଥାକୁ ଶୁଣନ୍ତି ନାହିଁ ।

6 ତୁଳାରାଶି –

ଏହି ରାଶିର ବ୍ୟକ୍ତିମାନେ ଭାବୁକ ପ୍ରବୃତ୍ତିର ହୋଇଥାନ୍ତି ଏବଂ ଅନ୍ୟମାନଙ୍କ ସହିତ ନିଜର ତୁଳନା କରିବା ଏମାନଙ୍କର ଅଭ୍ୟାସ ଅଟେ । ଏମାନେ ବହୁତ ଶୀଘ୍ର ଅନ୍ୟ ମାନଙ୍କୁ ବିଶ୍ୱାସ କରିଥାନ୍ତି, ଯାହା ସେମାନଙ୍କୁ ବହୁତ କ୍ଷତି କରିଥାଏ ।

7 ବିଛାରାଶି –

ଏହି ରାଶିର ବ୍ୟକ୍ତିମାନେ କୌଣସି କଥାକୁ ସହଜରେ ଭୁଲନ୍ତି ନାହିଁ ଏବଂ ସବୁବେଳେ ପ୍ରତିଶୋଧ ନେବାକୁ ଚିନ୍ତା କରିଥାନ୍ତି । ଏମାନେ ନିଜ ଜୀବନରେ ସର୍ବଦା ପଛରେ ରହିଥାନ୍ତି ।

8 ଧନୁରାଶି –

ଏହି ରାଶିର ବ୍ୟକ୍ତିମାନେ ଭୁଲ କାର୍ଯ୍ୟ ଆଡକୁ ଅଧିକ ଆକର୍ଷିତ ହୋଇଥାନ୍ତି ଏବଂ ଏମାନେ ବହୁତ ଜିଦିଆ ମଧ୍ୟ ହୋଇଥାନ୍ତି । ଏମାନେ ଏକୁଟିଆ ରହିହବା ପାଇଁ ପସନ୍ଦ କରିଥାନ୍ତି ।

9 ମକରରାଶି –

ଏହି ରାଶିର ବ୍ୟକ୍ତିମାନେ ସବୁବେଳେ ସନ୍ଦେହରେ ରହିଥାନ୍ତି ଏବଂ ଏମାନେ କୌଣସି କଥାକୁ ଥରକରେ ବିଶ୍ୱାସ କରନ୍ତି ନାହିଁ । ଅନ୍ୟର କଥାରେ ପଡି ସବୁକିଛି ହରାଇବସିଥାନ୍ତି ଏବଂ ପରେ ଅନୁତାପ କରିଥାନ୍ତି ।

10 ମୀନରାଶି –

ଏହି ରାଶିର ବ୍ୟକ୍ତିମାନେ ଅସୁବିଧା ଠାରୁ ଦୂରେଇ ରହିବାକୁ ଚାହାନ୍ତି ଏବଂ ଏମାନେ ବହୁତ ମିଛ କଥା ମଧ୍ୟ କହିଥାନ୍ତି । ଏମାନେ ନିଜ ରାଗ ପାଇଁ ବହୁତ ଥର ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି ।

11 କର୍କଟ ରାଶି

ମାନେ ବହୁତ ଜିଦିଆ ଅଟନ୍ତି । ଏବଂ ଭୁଲ କରି ମଧ୍ୟ ନିଜର ଭୁଲ ବୋଲି ମାନନ୍ତି ନାହିଁ । ନିଜର ଏହି ସ୍ଵଭାବ କାରଣରୁ ଏମାନେ ସବୁବେଳେ ହଇରାଣ ହୋଇଥାନ୍ତି । ପ୍ରେମ ସମ୍ପର୍କରେ ଏମାନଙ୍କ ଉପରେ ଭରସା କରିବା ସହଜ ନୁହେଁ ।

12 କୁମ୍ଭ ରାଶି

ଏହି ରାଶିର ବ୍ୟକ୍ତି ମାନେ ବହୁତ ସ୍ବାର୍ଥୀ ହୋଇଥାନ୍ତି । ନିଜ ସ୍ବାର୍ଥ ପାଇଁ ଏମାନେ କିଛି ବି କରିପାରନ୍ତି । ସବୁ କଥାକୁ ବଢେଇକି କହିବା ଏମାନଙ୍କର ଅଭ୍ୟାସ ଅଟେ । ଏମାନେ ଅନ୍ୟ ମାନଙ୍କ କଥା ଶୁଣନ୍ତି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।