ପୁଣି ଓଡିଶାରେ ବାବୁ – ପ୍ରକୃତି ବିବାଦ ! ବାବୁସାନ କଥା କହିପାରିବିନି କି ଦମନ ଦେଖିନି । ଏନେଇ କଣ କହୁଛନ୍ତି “Ollywood” ହିରୋଇନ ପ୍ରକୃତି ମିଶ୍ର (Prakruti Mishra) -ଦେଖନ୍ତୁ video …

ବନ୍ଧୁଗଣ ଆପଣ ପୁଣି ଥରେ ଦେଖିବାକୁ ପାଇବେ ଆପଣଙ୍କ ପ୍ରିୟ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ, ସେ ଆପଣଂକ ପାଇଁ ଏକ ଜବରଦସ୍ତ ଫିଲ୍ମ ନେଇ ଆସୁଛନ୍ତି |ଆପଣ ସୋସିଆଲ ମିଡିଆରେ ଅନେକ ଖବର ଦେଖିବାକୁ ପାଉଥିବେ ହେଲେ ମୁଁ ଆଜି ଆପଣକୁ ପ୍ରକୃତି ମିଶ୍ରଙ୍କ ଏକ ନୂଆ ଫିଲ୍ମର ସୁଟିଂକୁ ନେଇ ଚାଲିଥିବା ଚର୍ଚ୍ଚା ବିଷୟରେ କହିବି |ଏହି ଅପ କମିଙ୍ଗ ଫିଲ୍ମ ସୁଟିଂକୁ ନେଇ ପ୍ରାକୃତି ଏମିତି କିଛି କଥା କହିଥିଲେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |ଏଇ କିଛି ଦିନ ହେବ ବାବୁସାନ ଓ ପ୍ରକୃତିଙ୍କ ମଧ୍ୟରେ ହୋଇଥିବା ବିବାଦ ପରେ ବାବୁସାନଙ୍କୁ ଜାଣି ନାହାନ୍ତି ବୋଲି କହିଛନ୍ତି ପ୍ରକୃତି ତାହା ସହିତ ପୁରୁଣା ପାଠର ଆଲୋଚନା ନକରିବା ପାଇଁ କହିଛନ୍ତି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ପ୍ରକୃତିଙ୍କ ଆଗକୁ ଆସୁଥିବା ଫିଲ୍ମଟି କଣ ଓ ଏହା ସମ୍ୱନ୍ଧୀୟ କିଛି କଥା ବିଷୟରେ |

ବିବାଦର କିଛି ଦିନ ପରେ ପୁଣି ଓଡିଶା ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି ପ୍ରାକୃତି ମିଶ୍ରଙ୍କୁ,ଆପଣ ଜାଣିଥିବେ ନିଶ୍ଚତ ଯେ ଏଇ କିଛି ଦିନ ହେବ ବାବୁସାନ ଓ ପ୍ରକୃତି ମିଶ୍ର ଉଭୟ ମଧ୍ୟରେ ଏକ ବଡ ଧରଣର ବିବାଦ ଘଟିଥିଲା |ଏହି ବିବାଦ ଏବେ ଶାନ୍ତ ପଡିଯାଇଛି ସତ କିନ୍ତୁ ବାବୁସାନ ଓ ପ୍ରକୃତି କରିଥିବା ଦମନ ଫିଲ୍ମ ଏବେ ସୁପର ହିଟ ହୋଇଛି |ଏହି ଫିଲ୍ମ ପରେ ଏବେ ପ୍ରକୃତି ମିଶ୍ରଙ୍କୁ ଏକ ନୂଆ ଫିଲ୍ମ କରିବାର ସଯୋଗ ମିଳିଥିବାରୁ ସେ ବହୁତ ଖୁସି ଅଛନ୍ତି ବୋଲି ଜଣା ଯାଇଛି ଏବଂ ଏହି ଫିଲ୍ମ ମୁଖ୍ୟ ନାୟିକା ଭାବରେ ପ୍ରକୃତି ହି ବିବେଚିତ ହୋଇଛନ୍ତି |

ଯେତେବେଳେ ପ୍ରକୃତିଙ୍କ ଅପ କମିଙ୍ଗ ଫିଲ୍ମ ଆସିବାର ଘୋଷଣା ହେଲା ସେ ସମୟରେ ଗଣ ମଧ୍ୟମକୁ କିଛି ପ୍ରତିକ୍ରିୟା ଦେଇଥିଲେ ପ୍ରାକୃତି |ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ସେ ପ୍ରତୀକ୍ଷା ଦେଖିଛନ୍ତି ମାତ୍ର ଦମନ ଦେଖିନାହାନ୍ତି,ଆଉ ସେ ଏହି ଫିଲ୍ମ ଦେଖିବାକୁ ସମୟ ପାଇନାହାନ୍ତି |ଏହା ସହିତ ସାମ୍ବାଦିକ ବାବୁସାନଙ୍କ ବିଷୟରେ ଏବଂ ତାଙ୍କର ବିବାଦ ବିଷୟରେ ପଚାରିବାରୁ ସଙ୍ଗେ ସଙ୍ଗେ ପ୍ରକୃତି ପୁରୁଣା ପାଠର ଆଲୋଚନା ନକରିବା ପାଇ ସିଧା ସିଧା ମନା କରି ଦେଇଥିଲେ |ପ୍ରାକୃତିକ ଅପ କମିଙ୍ଗ ଫିଲ୍ମର ନାଁ ରହିଛି “କଫିସପ ପ୍ରେମର ଆରମ୍ଭ ” |ଏହି ସେନେମାରେ ପ୍ରେମର ମାନେ ସମସ୍ତଙ୍କୁ କୁଆଡେ ଫ୍ରେଣ୍ଡସିପ ବୋଲି ବୁଝା ଯିବ ବୋଲି କହିଛନ୍ତି ପ୍ରକୃତି |

ଦମନ ଫିଲ୍ମ ପରେ ପ୍ରତୀକ୍ଷାଙ୍କୁ ଯେପରି ଲୋକେ ପସନ୍ଦ କରିଛନ୍ତି ସେହିପରି କାଫିସପ ପ୍ରେମର ଆରମ୍ଭକୁ ବେଶ ପସନ୍ଦ କରିବେ ବୋଲି କହିଛନ୍ତି ପ୍ରକୃତି |ତେଣୁ ଏହି ସବୁପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ଯେ ନୂଆ ଫିଲ୍ମ କଫିସପ ପ୍ରେମର ଆରମ୍ଭ କେତେ ମାତ୍ରାରେ ସଫଳତା ପାଇବ |ତେବେ ବର୍ତମାନ ପ୍ରକୃତି ଗଣ ମାଧ୍ୟମ ସାମ୍ନାରେ କହିଥିବା ଏମିତି କିଛି କଥା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment