ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଓଡ଼ିଆ ଚଳଚିତ୍ର ଜଗତରେ ଚହଳ ପକାଇଥିଲେ ଏକ ନୂଆ ଦମଦାର ଫ୍ଲିମ ଦମନ ବିଷୟରେ | ଆଉ ଯେଉଁଠି ବାବୁସାନ ମହାନ୍ତି ମୁଖ୍ୟ ଭୂମିକା ରେ ଅଭିନୟ କରିଛନ୍ତି ଏହି ଫ୍ଲିମ ଟିରେ | ଆଉ ଯାହା ଖାଲି ଓଡିଶା ରେ ନୁହଁ ସାରା ଭାରତରେ ଚର୍ଚ୍ଚା ଓ ପ୍ରସଂଶା ମଧ୍ୟ ସାଉଁଟିଛି ବୋଲି କୁହାଯାଉଛି | ଆଉ ଏହି ଫ୍ଲିମ କୁ ନେଇକି ସମସ୍ତେ ବାବୁସାନ ଙ୍କ ମଧ୍ୟ ବେଶ ପ୍ରସଂଶା କରିବାକୁ ଲାଗିଛନ୍ତି | ତେବେ ବର୍ତ୍ତମାନ ବାବୁସାନ ମହାନ୍ତି ଙ୍କ ଏହି ଲୋକ ପ୍ରିୟ ଫ୍ଲିମ ଦମନ କୁ ନେଇକି କିଛି ପ୍ରଶ୍ନ ପଚାରା ଯାଇଥିଲା ଆଉ ବାବୁସାନ ମଧ୍ୟ ତାହାର ଉତ୍ତର ଦେଇଥିଲେ |ତେବେ କଣ କହିଥିଲେ ବାବୁସାନ ଗଣ ମାଧ୍ୟମ ଆଗରେ ଆସନ୍ତୁ ଜାଣିବା |
ବାବୁସାନ ଙ୍କ ପଚରା ଯାଇଥିଲା କି ଏହି ଫ୍ଲିମ ଟି ଏତେ ଲୋକ ପ୍ରିୟ ହେବା ପଛରେ କାହାକୁ ଶ୍ରେୟ ଦେବେ ବୋଲି ଆଉ ଏମିତି ଓଡ଼ିଆ ଫ୍ଲିମ କୁ ଲୋକ ମାନେ ପସନ୍ଦ କରିବେ ନାଁ ନାହିଁ ଦମନ ଭଳିଆ | ଆଉ ଯାହାର ପ୍ରତି ଉତ୍ତର ରେ ବାବୁସାନ କହିଥିଲେ କି ଖାଲି ଦମନ ନୁହଁ ଏହି ଭଳି ଓଡ଼ିଆ ଫ୍ଲିମ ଗୁଡିକ ଯଦି ନୂଆ ନୂଆ କଣ୍ଟେଣ୍ଟ କୁ ନେଇକି ହେବ ତାହେଲେ ତାହା ଖାଲି ଓଡ଼ିଶାରେ ନୁହଁ ସାରା ଭାରତରେ ତଥା ଭାରତ ବାହାରେ ମଧ୍ୟ ଦର୍ଶକ ମାନଙ୍କର ମନକୁ ଛୁଇଁବ |
ତାହା ସହିତ ଆମ ଓଡିଶା ରେ ମଧ୍ୟ ଇଣ୍ଟେର୍ନେଶନାଲ ଫ୍ଲିମ ର ସୁଟିଂ ମଧ୍ୟ ହେବ | ଆଉ ତାହା ସହିତ ବାବୁସାନ କହିଛନ୍ତି କି ବାବୁସାନ ସ୍ଥାନରେ ଆଉ ଯିଏ ବି ହିରୋ ହୋଇଥିଲା କଣ୍ଟେଣ୍ଟ ଭଲ ରହିଲେ ଫ୍ଲିମ ଆଗକୁ ଯିବ ବୋଲି କୁହାଯାଉଛି | ତେବେ ଗୋଟିଏ ଫ୍ଲିମ ଉପରକୁ ଯିବା ଓ ପ୍ରୋମଶନ ପାଇଁକି ଖାଲି ଜଣଙ୍କର ହାତ ନ ଥାଏ ଟିମ ମେମ୍ବର ଙ୍କର ଶକ୍ତି ହିଁ କାମ ଦେଇଥାଏ | ତେବେ ଫ୍ଲିମ ରେ ପୋଷ୍ଟ ଏଡିଟିଂ ଜରୁରୀ ଯାହା ଆମ ଓଡ଼ିଆ ଫ୍ଲିମ ରେ ହୋଇ ନ ଥାଏ ବୋଲି କହିଛନ୍ତି ବାବୁସାନ |
ଆଉ ତାହା ସହିତ ଫ୍ଲିମ ର ପ୍ରୋମଶନ ପାଇଁକି ସେମାନେ ଲଦାଖ ଯାଇଥିଲେ ବୋଲି କହିଛନ୍ତି | ତେବେ ମାଲକାନଗିରି ଭଳି ଗୋଟିଏ ଜାଗାରେ ଏକ ବାସ୍ତବ ଘଟଣା କୁ ନେଇକି ଫ୍ଲିମ ଟି ସୁଟିଂ ହେଉଥିବାରୁ ଏହି ଭଳି ଭାବରେ ଓଡ଼ିଆ ଫ୍ଲିମ. ପ୍ରତି ଲୋକ ମାନଙ୍କର ଭଲ ପାଇବା ଦେଖିବାକୁ ମିଳିଛି ବୋଲି କୁହାଯାଉଛି | ଆଉ ଏହି ଭଳି ଯଦି ଫ୍ଲିମ ଆହୁରି ହେବ ଭଲ କଣ୍ଟେଣ୍ଟ କୁ ନେଇକି ତାହେଲେ ଓଡ଼ିଆ ଫ୍ଲିମ ବହୁତ ଆଗକୁ ଯିବାକୁ ଲାଗିବ ବୋଲି କହିଛନ୍ତି ବାବୁସାନ ମହାନ୍ତି ଗଣ ମାଧ୍ୟମ ଆଗରେ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।