ମଣିଷ ହେଉଛି ସମୟର ଦାସ। ସମୟ ଏବଂ ପରିସ୍ଥିତି ମଣିଷକୁ କେତେବେଳେ କେଉଁ ଆଡ଼କୁ ନେଇଯିବ ତାହା କହିବା ମୁସ୍କିଲ। ଆଗ ଭଳି ବର୍ତ୍ତମାନ ସମୟରେ ଚାକିରି ଟିଏ ପାଇବା ଆଉ ସହଜ କଥା ହୋଇ ନାହିଁ। ଅନେକ ପରିଶ୍ରମ କରିବାକୁ ପଡୁଛି ଚାକିରି ଟିଏ ପାଇବା ପାଇଁ। ତେବେ ଏହାରି ଭିତରେ ଯାହା ଆମେ ଦେଖିବାକୁ ପାଉଛୁ ଅନେକ ଶିକ୍ଷିତ ବ୍ୟକ୍ତି ବିଶେଷ ଅନେକ ପାଠ ପଢିବି ଆଜି ପରିଶ୍ରମ କରୁଛନ୍ତି। ଖରା ବର୍ଷାରେ ବିଲରେ ଖଟୁଛନ୍ତି ନିଜ ପରିବାରର ଭରଣ ପୋଷଣ କରିବା ପାଇଁ। କାମ କରିବା, ମୂଲ ଲାଗିବା ଏବଂ ଚାଷ କରିବା ଭଳି କାମ କରି ସେମାନେ ଚଲୁ ଛନ୍ତି।
ତେବେ ଯେଉଁ ମାନଙ୍କର ଆର୍ଥିକ ଅବସ୍ଥା ଭଲ ନୁହେଁ ସେମାନେ ରୋଜଗାର କ୍ଷମ ହେବାପାଇଁ ଅନେକ ଚେଷ୍ଟା କରୁଛନ୍ତି ଏବଂ ଯଦି କିଛି ନହେଲା ତେବେ କେଉଁଠି ଶେଷରେ କାମ କରୁଛନ୍ତି। ଅନେକଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳୁଛି ଯେ ସେମାନଙ୍କ ର ନିଜର ଚାଷ ଜମି ନଥିବାରୁ ସେମାନେ କୃଷି କାର୍ଯ୍ଯ ବି କରି ପାରୁ ନାହାଁନ୍ତି। ଅଭାବ ଅନଟନ ଭିତରେ ସେମାନଙ୍କୁ ଦିନ କାଟିବାକୁ ପଡ଼ୁଛି। ଅନେକ ଶିକ୍ଷିତ ଏସବୁ କରିବାକୁ କୁଣ୍ଠାବୋଧ ପ୍ରଥମେ କରୁଥିଲେ ହେଁ, ପରବର୍ତ୍ତୀ ସମୟରେ ସେମାନେ ଏହାକୁ କରିବାକୁ ବାଧ୍ୟ ହେଉଛନ୍ତି। ଆମ ଦେଶରେ ପାଠ ପଢ଼ି ଏମିତି ବେକାରୀ ହୋଇଥିବା ଲୋକଙ୍କ ସଂଖ୍ୟା କିଛି କମ୍ ନୁହଁ।
ଲକ୍ଷ ଲକ୍ଷ ପାଠ ପଢୁଆ ବେକାରୀ ହୋଇ ରହିଛନ୍ତି। ସେହିଭଳି ଏକ ଚିତ୍ର ଏବେ ସାମ୍ନାକୁ ଆସିଛି ବଲାଙ୍ଗୀର ରୁ, ଯେଉଁଠି ଜଣେ ବିଏ ପଢିଥିବା ବ୍ୟକ୍ତି ଗାଈ ଚରାଉଥିବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।ଏହି ବ୍ୟକ୍ତି ଜଣଙ୍କ କହିଛନ୍ତି ମୋତେ ବହୁତ୍ ପାଠ ଘରେ ପଢେଇଲେ, ଆଉ ମୁଁ ଗ୍ରାଯୁଏଟ ହେଲି। କିନ୍ତୁ ଏହି ସରକାରରେ ଥିବା ଅଫିସର୍ କୁ ମୁଁ ଲାଞ୍ଚ ଦେଇ ପାରିଲି ନାହିଁ ବୋଲି ମୋତେ ସରକାର୍ ଚାକିରି ଦେଇ ନାହାଁନ୍ତି। ଆଉ ଆଜି ମୁଁ ଜଣେ ଗ୍ରାଜୁଏଟ ହୋଇ ବି ଗାଈ ଚରାଇବାକୁ ବାଧ୍ୟ ହୋଇଛି।ସେ ଏହା ବି କହିଛନ୍ତି ଯେ ମୋଦି ସରକାରଙ୍କ କୁଜି ନେତା ମାନେ ଖେଳ କରିଦେଲେ ଆଉ ମୁଁ ଚାକିରି ଖଣ୍ଡିଏ ପାଇ ପାରିଲି ନାହିଁ।
ଗୀତରେ ଗୀତରେ ସେ ସରକାରଙ୍କ ବିଷୟରେ କହିବା ସହିତ ତାଙ୍କର ଚାକିରି ନହେବାର କାରଣ ମଧ୍ୟ କହୁଛନ୍ତି। ଏହାକୁ ଥରେ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଯେଉଁଭଳି ଭାବରେ ସେ ଗୀତ ଗାଉଛନ୍ତି ତାହା ଶୁଣିଲେ ଏହା ହୃଦବୋଧ ହେଉଛି ଯେ କେଉଁଠି ନା କେଉଁଠି ଚାକିରି କରିବା ପାଇଁ ତାଂକ ମନ ଭିତରେ ଥିବା ଇଚ୍ଛା କୌଣସି କାରଣରୁ ଚାପି ଯାଇଛି ଏବଂ ତାହା ତାଙ୍କୁ ବହୁତ୍ ବ୍ୟଥିତ କରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।