Odisha News Portal

ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାମରେ ଆଣିଲେ ଏପରି ଗୁରୁତର ଅଭିଯୋଗ କି ବାପା ହେବାକୁ ଚାହୁଁନଥିଲେ ଅନୁଭବ ! କାରଣ ଜାଣିଲେ ଆପଣ ମଧ୍ୟ ଚମକି ପଡିବେ ! .ତାଙ୍କ ପାଖରେ …….

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାମରେ ଆଣିଲେ ଏପରି ଗୁରୁତର ଅଭିଯୋଗ କି ବାପା ହେବାକୁ ଚାହୁଁନଥିଲେ ଅନୁଭବ । ଏ ଅଭିଯୋଗ ପରେ ପୁଣି ଥରେ ବିବାଦରେ ପଶିଛନ୍ତି ଅନୁଭବ ମହାନ୍ତି । ବର୍ତ୍ତମାନ ସବୁଠୁ ବଡ ଖବର ଏହା କି ସବୁଠୁ ବଡ ଅଭିଯୋଗ ଲେଖିଛନ୍ତି ବର୍ଷା । ଭବିଷ୍ୟତ ଜେନେରେସନ ବା ପରପିଢି ପାଇଁ ଚାହୁଁନଥିଲେ ଅନୁଭବ । ଅର୍ଥାତ ସେ ବାହା ହେବା ପାଇଁ ଚାହୁଁଥିଲେ ମାତ୍ର ଡେଲି ରାତ୍ରିରେ ମଦ୍ୟପାନ କରୁଥିଲେ ଯାହା ଦ୍ୱାରା ବର୍ଷା କାନ୍ଦି କାନ୍ଦି ଶୋଇ ପଡିବାକୁ ବାଧ୍ୟ ହେଉଥିଲେ ।

ବର୍ଷା ଅନୁଭବଙ୍କୁ ଡିନର ପାଇଁ ବା ରାତ୍ରି ଭୋଜନ ପାଇଁ ଅପେକ୍ଷା କରୁଥିବା ବେଳେ ଅନୁଭବ ମଦ୍ୟପାନ କରି ଘରକୁ ଫେରନ୍ତି ଏବଂ ଅସାମାଜିକ ବ୍ୟକ୍ତି ଭଳି ବ୍ୟବହାର କରନ୍ତି ବୋଲି ତାଙ୍କର ଅଭିଯୋଗରେ ଦର୍ଶାଇଛନ୍ତି । ଏପରିକି କିଛି ଥର ତାଙ୍କୁ ଗୋଇଁଠା ମାରି ଘରୁ କାଢିଦେବା କଥା ମଧ୍ୟ ବର୍ଷା ତାଙ୍କର ଅଭିଯୋଗରେ ଦର୍ଶାଇଛନ୍ତି ।

ବର୍ଷାଙ୍କ ମା ଏବଂ ଦୁଇ ଭଉଣୀ ଅନୁଭବଙ୍କର ପରିବାରକୁ ବୁଝାଇ ଏହାର ସମାଧାନ ପାଇଁ ପ୍ରୟାସ କରୁଥିଲେ । ସେହି ସମୟରେ ଅନୁଭବ ମଦ୍ୟପାନ କରିବା ଛାଡିଦେବେ ବୋଲି କହିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେ କଥା ରଖିନଥିଲେ ।
2014 ରାଜ୍ୟ ସଭା ସାଂସଦ ଏବଂ 2019 ରେ ଲୋକସଭା ସାଂସଦ ହେବା ପରେ ମଧ୍ୟ କିଛି ବଦଳିନଥିଲା ।

ଏପରିକି କୋଭିଡ ଜନିତ ଲକଡାଉନ କାରଣରୁ ଗତ ମାର୍ଚ୍ଚ ମାସରେ ବର୍ଷା ଅନୁଭବଙ୍କର ସହିତ ଦିଲ୍ଲୀ ଯିବାର ଥିଲା । ମାତ୍ର ବର୍ଷାଙ୍କୁ ନଜଣାଇ ଅନୁଭବ ଏବଂ ତାଙ୍କର ପରିବାର ହଟାତ ଦିଲ୍ଲୀ ଚାଲିଯିବା କଥା ତାଙ୍କ ଅଭିଯୋଗରେ ବର୍ଷା ଦର୍ଶାଇଛନ୍ତି । ଏହା ଫଳରେ ଲକଡାଉନ ସମୟରେ 25 ମେ ପର୍ଯ୍ୟନ୍ତ ଅନୁଭବ ଏବଂ ତାଙ୍କର ପରିବାର ଦିଲ୍ଲୀ ଚାଲିଯାଇଥିଲେ ତେବେ ବର୍ଷା ସେହି ସମୟରେ ଏକା ଥିଲେ ।

ଏହି ସମୟରେ ବର୍ଷାଙ୍କର କଥା ଅନୁଭବ ବୁଝିନଥିଲେ ବୋଲି ବର୍ଷା ଅଭିଯୋଗ ଆଣିଛନ୍ତି । ଏହା ସହିତ ଏହି ଦୁଇ ମାସ ବର୍ଷା ମାନସିକ ଚାପରେ ଥିଲେ ବୋଲି ମଧ୍ୟ ନିଜର ଆବେଦନରେ ଲେଖିଛନ୍ତି । ବର୍ଷା ପ୍ରିୟ ଦର୍ଶିନୀ କହିଛନ୍ତି କି ସେ ପିଲା ଛୁଅଁ ଚାହୁଁଥିଲେ ମାତ୍ର ଅନୁଭବ ମହାନ୍ତି ପିଲା ଛୁଆଁ ପାଇଁ ରାଜି ହେଉନଥିଲେ । ସେ ଜଣେ ଡାଇବେଟିସ ରୋଗୀ ଅଟନ୍ତି ଏହା ସହିତ ଅନେକ ଝିଅ ସହିତ ତାଙ୍କର ସଂପର୍କ ରହିଥିବା କଥା ମଧ୍ୟ ବର୍ଷା ପ୍ରିୟ ଦର୍ଶିନୀ ତାଙ୍କର ଅଭିଯୋଗରେ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।