Odisha News Portal

ସାବଧାନ୍ ! ମୂହୂର୍ତ୍ତକ ମଧ୍ୟରେ ବନ୍ଦ କରନ୍ତୁ ଅଦରକାରୀ ବ୍ୟାଙ୍କ ଅକାଉଣ୍ଟ ,ନଚେତ୍ ଆପଣ ଏହି ସମସ୍ୟାରେ ଗତିକରିପାରନ୍ତି , ପୋଷ୍ଟ ଟି ନିଶ୍ଚିତ ପଢନ୍ତୁ…..

ଘରେ ବସି ବନ୍ଦ କରନ୍ତୁ ଅଦରକାରୀ ଆକାଉଣ୍ଟ । ଖାତା ବନ୍ଦ କରିବା ପୂର୍ବ ରୁ ଚାରୋଟି୍ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ତେବେ ସାଧାରଣତଃ ଚାକିରିଆ ମାନେ ଗୋଟିଏ ରୁ ଅଧିକ ବ୍ୟାଙ୍କ ଆଖାଉଣ୍ଟ ଖୋଲିଥାନ୍ତି । ଅଧିକାଁଶ ସମୟରେ ତ କଂପାନୀ ବଦଳାଇବା ସହିତ କର୍ମଚାରୀଙ୍କୁ କଂପାନୀ ଅନୁସାରେ ନୂଆ ବ୍ୟାଙ୍କ ଆକାଉଣ୍ଟ ବି ଖୋଲିବା ପାଇଁ ପଡିଥାଏ । ସେହି ଭଳି କିଛି ଗ୍ରାହକ 0 ବ୍ୟାଲାନ୍ସ ସରକାରୀ ଆକାଉଣ୍ଟରେ ଦୀର୍ଘ ପର୍ଯ୍ୟନ୍ତ ସାଲାରି କ୍ରେଡିଟ ନ ହେବା ଦ୍ବାରା ତାକୁ ସଞ୍ଜୟ ଖାତାକୁ କନଭର୍ଟ କରି ଦିଅନ୍ତି । ତେବେ ନନ୍ ସାଲାରି ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବାକୁ ପଡିଥାଏ । ଯାହାକୁ ସବୁବେଳେ ମେଣ୍ଟେନ୍ କରିବା ସମ୍ଭବ ପର ହୋଇ ନଥାଏ ।

ଆଉ ଯଦି ଏଭଳି ପରିସ୍ଥିତିରେ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନାହିଁ ତେବେ ଉକ୍ତ ଖାତାକୁ ବନ୍ଦ କରିଦେବା ଉଚିତ । କିନ୍ତୁ ଆକାଉଣ୍ଟ ବନ୍ଦ କରିବା ପୂ୍ର୍ବରୁ କିଛି ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଦୃଷ୍ଟି ଦେବା ନିହାତି ଜରୁରୀ ।


ସ୍ବଂୟ ଚାଳିତ ଡେବିଟ ବନ୍ଦ କରନ୍ତୁ । ବ୍ୟାଙ୍କ ଖାତା ବନ୍ଦ କରିବା ସମୟରେ ସଂପୃକ୍ତ ସହ ଜଡିତ ଥିବା ସମସ୍ତ ଡେବିଟ୍ କୁ ଡିଲିଟ୍ କରି ଦିଅନ୍ତୁ । ଯଦି ସଂପୃକ୍ତ ବ୍ୟାଙ୍କ ଖାତା ଇଏମଆଇ ସହ ଲିଙ୍କ ରହି ଥାଏ ତେବେ ଋଣ ଦାତାଙ୍କୁ ନୂଆ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବା ଉଚିତ ।
ବ୍ୟାଙ୍କ ଶାଖାକୁ ଯାଆନ୍ତୁ । ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାୟୀ ରୂପେ ବନ୍ଦ କରିବା ପାଇଁ ଖାତାଧାରକଙ୍କୁ ବ୍ୟାଙ୍କ ବ୍ରାଞ୍ଚ ଯିବାକୁ ପଡିବ । ବ୍ୟାଙ୍କ ଶାଖାକୁ ଯାଇ ଆପଣଙ୍କୁ ଆକାଉଣ୍ଟ କ୍ଲୋଜର ଫର୍ମ ବି ଭରିବାକୁ ହେବ ଆଉ ଏହି ପର୍ମ ସହିତ ଆପଣଙ୍କୁ ଡିଲିଙ୍କ୍ ଫର୍ମ ବି ସବମିଟ୍ କରିବାକୁ ପଡିବ । ଏଥିସହିତ ଦରକାରୀ ରେ ଆସୁନଥିବା ଚେକବୁକ୍ କ୍ରେଡିଟ କାର୍ଡ ଏବଂ ଡେବିଟ୍ କାର୍ଡକୁ ବି ବ୍ୟାଙ୍କରେ ଜମା କରିବାକୁ ହେବ ।

ନୂଆ ଖାତା ବିବରଣୀ ଅପଡେଟ କରନ୍ତୁ . । ପୁରୁଣା ସାଲାରି ଆକାଉଣ୍ଟ ବନ୍ଦ କରିବା ପରେ ନିଯୁକ୍ତି ଦାତାଙ୍କୁ ଆପଣଙ୍କର ନୂଆ ଆକାଉଣ୍ଟ ବିବରଣୀ ଦିଅନ୍ତୁ । ଯାହାଦ୍ବାରା ଆପଣଙ୍କର ଦରମା କିମ୍ବା ପେନସନ୍ ଏହି ନୂଆ ଆକାଉଣ୍ଟକୁ ଚାଲିଆସିବ ।

ଖାତା ବନ୍ଦ ପାଇଁ ଶୁଳ୍କ-

ଯଦି ଆପଣ କୌଣସି ସେଭିଙ୍ଗ ଆକାଉଣ୍ଡ ଖୋଲୁଛନ୍ତି ଏବଂ 14 ଦିନ ମଧ୍ୟରେ ହିଁ ତାକୁ ବନ୍ଦ କରି ଦେଉଛନ୍ତି ତେବେ ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାର ଶୁଳ୍କ ଦେବାକୁ ପଡିବନି । ମାତ୍ର ଖାତା ଖୋଲିବାର 14 ଦିନ ପରଠୁ ଆରମ୍ଭ କରି ବର୍ଷକ ମଧ୍ୟରେ ଯଦି ଆପଣ ଆକାଉଣ୍ଟ ବନ୍ଦ କରୁଛନ୍ତି ତେବେ ବ୍ୟାଙ୍କ ଆପଣଙ୍କ ଠାରୁ କିଛି ଶୁଳ୍କ ଆଦାୟ କରିବ । ଏହି ଶୁଳ୍କ ସବୁ ବ୍ୟାଙ୍କ ମାନଙ୍କର ଭିନ୍ନ ଭିନ୍ନ ଚାର୍ଜ ହୋଇଥାଏ । ଆଉ ଯଦି ଖାତା ଖୋଲିବାର ବର୍ଷକ ଭିତରେ ଖାତା ବନ୍ଦ କରୁଛନ୍ତି ତେବେ ଏଥିପାଇଁ କୌଣସି ଶୁଳ୍କ ଲାଗୁ ହେବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।