Odisha News Portal

ସଂକ୍ରମଣକୁ ଆଖି ଆଗରେ ରଖି ପୁଣି ସରକାର ନେଲେ ବଡ ପଦକ୍ଷେପ ! ପୁଣି ଲାଗୁ ହେବ କି ଲକଡାଉନ ,? ଜାଣନ୍ତୁ କଣ ରହିବ ଗାଇଡଲାଇନ୍ ..

ଆପଣ ମାନେ ସମସ୍ତେ ଜାଣିଥିବେ ବର୍ତ୍ତମାନ ସାରା ବିଶ୍ବରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ତେବେ କରୋନାର ମାତ୍ରା ଧିରେ ଧିରେ କମିବାର ଆଶଙ୍କା କରି ସରକାର ପୁଣି ଥରେ ଅନଲକ୍ ପ୍ରକ୍ରିୟା ମାଧ୍ୟମରେ ସବୁ କିଛି ଖୋଲିବାର ପ୍ରୟାସ ଜାରି କରିଥିଲେ, ଆଉ ଖୋଲିଥିଲେ ମଧ୍ୟ । କିନ୍ତୁ ଦୀପାବଳୀ ପରେ କରୋନା ସଂକ୍ରମଣ ପୁଣି ବଢୁଥିବା ଏବେ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଦିଲ୍ଲୀରେ କରୋନାର ପ୍ରଭାବ ପୁଣି ବୃଦ୍ଧି ପାଉଛି । ଏହି କାରଣରୁ ଦିଲ୍ଲୀ ସରକାର ବିବାହରେ ଦିଆଯାଇଥିବା ଆଶ୍ୱସ୍ତିକୁ ପୁଣି ଥରେ ପ୍ରତ୍ୟାହାର କରି ନେଇଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗତ ମଙ୍ଗଳବାର ଦିନ କହିଛନ୍ତି ଯେ ବିବାହ ଉତ୍ସବରେ 200 ରୁ ଅଧିକ ଲୋକ ଯୋଗଦେବା ପାଇଁ ଆମେ ଅନୁମତି ପ୍ରତ୍ୟାହାର କରିଛୁ । ବର୍ତ୍ତମାନ ବିବାହ ଉତ୍ସବରେ କେବଳ 50 ଜଣ ଲୋକ ଯୋଗ ଦେଇ ପାରିବେ । ତେବେ ଏହାଛଡା ଦିଲ୍ଲୀର ଛୋଟ ଅଞ୍ଚଳରେ ଲକଡାଉନ୍ ମଧ୍ୟ ହୋଇପାରେ । ଏନେଇ ଦିଲ୍ଲୀର କେଜ୍ରିୱାଲ ସରକାର କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଛନ୍ତି । ତେବେ ଯାହା ଅନୁମେୟ ହେଉଛି କରୋନା ସଂକ୍ରମଣ ବଢୁଥିବା ସମସ୍ତ ରାଜ୍ୟରେ ପୁଣି କଡ଼ା ଲକଡାଉନ ଲାଗୁ ହୋଇପାରେ ।


ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ କରୋନା ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରିବା ପରେ ଏହି ସଂଖ୍ୟା 50 ରୁ 200 କୁ ବୃଦ୍ଧି କରାଯାଇଥିଲା କିନ୍ତୁ ବର୍ତ୍ତମାନ ପୁଣି ତାହା ପ୍ରତ୍ୟାହାର କରାଯାଇଛି । ଏହାସହିତ ନିୟମ ଉଲ୍ଲଂଘନ,ସାମାଜିକ ଦୂରତାକୁ ପାଳନ ନକରିବା ଘଟଣାରେ ଦିଲ୍ଲୀ ସରକାର କରୋନା ସଂକ୍ରମଣ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ପଠାଇବେ । ସେ ଆହୁରି ମଧ୍ୟ କହିଛନ୍ତି ସରକାରୀ ଏବଂ ବେସରକାରୀ ହସ୍ପିଟାଲ୍ ଶଯ୍ୟା ସଂଖ୍ୟା ଯଥେଷ୍ଟ, କିନ୍ତୁ ଆଇସିୟୁ ବେଡର ଅଭାବ, ଯାହା ପାଇଁ କେନ୍ଦ୍ର ସରକାର ସାହାଯ୍ୟ କରିଛନ୍ତି ।


କେଜ୍ରିୱାଲ କହିଛନ୍ତି, ସମସ୍ତ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି, କିନ୍ତୁ ସବୁଠାରୁ ବଡ କଥା ହେଉଛି ଲୋକମାନେ ସତର୍କ ହେବା ଉଚିତ୍ । କାହିଁକି ନାଁ ବହୁ ଲୋକମାନେ ବିନା ମାସ୍କରେ ବୁଲୁଛନ୍ତି ।ତେଣୁ ମୋର ନିବେଦନ ହେଉଛି ଦୟାକରି ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତା ରକ୍ଷା କରନ୍ତୁ ।

ତଥ୍ୟନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ 99 ଜଣଙ୍କର ମୃତ୍ୟୁ ହୋଇଛି, ଯାହା ମହାରାଷ୍ଟ୍ରଠାରୁ ଅଧିକ । ଦିଲ୍ଲୀରେ ଏହି ମାସରେ ପ୍ରତି ଘଣ୍ଟାରେ 4 ଜଣଙ୍କର ମୃତ୍ୟୁ ହେଉଛି । ନଭେମ୍ବରରେ ଏପର୍ଯ୍ୟନ୍ତ 1100 ରୁ ଅଧିକ ଲୋକ ଦିଲ୍ଲୀରେ କରୋନା ଠାରୁ ପ୍ରାଣ ହରାଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା 88 ଲକ୍ଷ 74,000 ରୁ ଅଧିକ ଲୋକ ଭାରତରେ କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ 1.3 ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଆଜି କରୋନାର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହେଉଛି ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କେରଳ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।