ମନୁଷ୍ୟ ଜୀବନ ଏମିତି ଏକ ଜୀବନ ଅଟେ , ଏହି ଜୀବନରେ କେତେବେ ସୁଖ ଥାଏ ତ ପୁଣି କେବେ ଦୁଃଖ । କାହା ପାଖରେ ସର୍ବଦା ସୁଖ ରହିଥିବ କି କେହି ମନୁଷ୍ୟ ସର୍ବଦା ଦୁଃଖରେ ରହିଥିବ ଏହା କେବେବି କହିହେବ ନାହିଁ । କାହିଁକିନା କେବେବ ନା କେବେ ସୁଖ ଥିଲେ ଦୁଃଖ ଆସିବ ଓ ଦୁଃଖ ଥିଲେ ସୁଖ ଆସିବ । ପିଲା ମାନେ ଯେତେବେଳେ ଛୋଟ ହୋଇଥାନ୍ତି ସେମାନେ ସର୍ବଦା ନିଜ ବାପା ମାଙ୍କର ସ୍ନେହ , ଭଲ ପାଇବା ଆସା କରନ୍ତି ପ୍ରତ୍ୟେକ ପିଲା ଏହା ସର୍ବଦା ଚାହିଁଥାନ୍ତି କି ସେମାନଙ୍କର ବାପା ମା ସେମାନଙ୍କର ପାଖରେ ରୁହନ୍ତୁ ବୋଲି । ମାତ୍ର ସମସ୍ତଙ୍କ ପିଲାର ଭାଗ୍ୟରେ ସେପରି ଲେଖା ହୋଇନଥାଏ କି ସେମାନେ ଛୋଟ ବେଳରୁ ବାପା ମା ଙ୍କର ସ୍ନେହ ପାଇନଥାନ୍ତି ।
ତେବେ ସେହି ପିଲା ମାନେ କିପରି ରହୁଥିବେ କଣ କରୁଥିଲେ ଆପଣ ମାନେ କେବେ ବାବିଛନ୍ତି କି । ଆଜି ଆମେ ଆପଣ ମାନଙ୍କୁ ସେପରି ଏକ ପିଲା ବିଷୟରେ କହିବୁ ଯିଏ କି ପିଲା ଦିନକୁ ପାଇନାହିଁ ନିଜ ବାପା ମା ର ଲ୍ନହ । ତେବେ ଏବେ କଣ କରୁଛି କେମିତି ରହୁଛି ଆସନ୍ତୁ ଜାଣିବା ସେ ବିଷୟରେ ।
ଆମେ ଆପଣ ମାନଙ୍କୁ ଯେଉଁ ପିଲା କଥା କହୁଛୁ ସେ ହେଉଛି ଉତ୍ତର ପ୍ରଦେଶର ଲକ୍ଷ୍ନୌ ଜନପଦ ମୁଜାଫରନଗର ଜିଲ୍ଲାରେ ଜଣେ ବ୍ୟକ୍ତି ଅସହାୟ ବାଳକ ଓ କୁକୁରର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ତେବେ ସେହି ଫଟୋ ଭାଇରାଲ ହେବା ପରେ ଜିଲ୍ଲାର ଏସଏସପି ଅଭିଷେକ ଯାଦବ ବାଳକକୁ ଖୋଜିବା ପାଇଁ ଏକ ପୁଲିସ ଟିମ ଗଠନ କରିଥିଲେ । ଏହି ଟିମ ସେହି ବାଳକକୁ ବାହାର କରିବା ପରେ ତାହାକୁ ଶିଶୁ ଓ ମହିଳା କଲ୍ୟାଣ ବିଭାଗକୁ ହସ୍ତାନ୍ତର କରିଛି ।
ସୂଚନା ଅନୁସାରେ ସେହି ବାଳକର ନାମ ଅଙ୍କିତ ଅଟେ , ଯାହାର ବୟସ 9 ରୁ 10 ବର୍ଷ ଭିତରେ ହେବ । ଅଙ୍କିତର ବାପା ଜେଲରେ ରହୁଥିବା ବେଲେ ତାଙ୍କର ମା ମରିଯାଇଛନ୍ତି । ତେବେ ଏହି ପିଲା ପରିବାରରେ ଆଉ କେହି ହେଲେ ମଧ୍ୟ ନାହାନ୍ତି ।
ସେ ଏକ ଚା ଦୋକାନରେ କାମ କରେ , ରାତିର ଅସହ୍ୟ ଥଣ୍ଡାରେ ମୁଜାଫରନଗରରେ ଶିବ ଚକ ବଜାରରେ ଥିବା ଏକ ଦୋକାନ ଆଗରେ ଅଙ୍କିତ ତାଙ୍କ କୁକୁର ଡାନି ସହ ଶୋଇଥାଏ । ଶିଶୁ ଓ ମହିଳା କଲ୍ୟାଣ ବିଭାଗରେ ଅଙ୍କିତର ଭଲ ଉତ୍ତମ ଯତ୍ନ ନେବା ସହିତ ଭଲ ପାଠପଢ଼ା ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରୁଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।