ଆଶ୍ଚର୍ଯ୍ୟ ଘଟଣା ! ସ୍ହାମୀ କୁ ମାରି ଘର ପଛ ପଟେ ପୋଡି ଦେଇଥିଲା ସ୍ତ୍ରୀ !ବାଉଁଶବୁଦାରୁ ମିଳିଲା ଅର୍ଦ୍ଧଦଗ୍‌ଧ ଖପୁରି ଓ ହାଡ଼….

ଏ ଦୁନିଆରେ ସବୁ ମିଛ କିନ୍ତୁ କେବଳ ଗୋଟିଏ ଅକାଟ୍ୟ ସତ୍ୟ ହେଉଛି ମୃତ୍ୟୁ । ତେବେ ଆପଣ ସବୁ କିଛି ଲୁଚେଇ ରଖିପାରିବେ କିନ୍ତୁ ମୃତ୍ୟୁକୁ କେବେ ଲୁଚେଇ ରଖିବେ ପାରିବେ ନାହିଁ । ଆଉ ଏମିତିରେ ତ ଆପଣ ମାନେ ସମସ୍ତେ ବେଶ୍ ଭଲ ଭବାରେ ଜାଣିଥିବେ ଯେ ସତ କୁ ଯେତେ ଲୁଚାଇବାକୁ ଚାହିଁଲେ ମଧ୍ୟ ସେ ଦିନେ ନାଁ ଦିନେ ସାତ ତାଳ ପଙ୍କ ଭିତରୁ ଫୁଟି ବାହାରେ । ଠିକ୍‌ ସେମିତି ଏକ ଚାଞ୍ଚଲ୍ୟକର ଘଟଣା ଆଜି ବାଲିପାଟଣା ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି। ଦୀର୍ଘ 3 ମାସ ପରେ ନିଜକୁ ନିଜେ ଧରାପଡ଼ିଯାଇଛି ପତି ହତ୍ୟାକାରୀ ପତ୍ନୀ । ସ୍ବାମୀକୁ ହତ୍ୟା କରିବା ପରେ ବାଡ଼ି ପଟ ବାଉଁଶବୁଦା ମୂଳରେ ପୋଡ଼ି ଦେଇ ମାମଲାକୁ ଏତେ ଦିନ ଲୁଚେଇ ରଖିବା କଥା ନିଜ ମୁହଁରେ ସ୍ବୀକାର କରିଛି ସ୍ତ୍ରୀ ।

ଖବର ପାଇ ବାଲିପାଟଣା ଥାନା ଓ ବନମାଳିପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଉଶଁବୁଦା ମୂଳରୁ ଅର୍ଦ୍ଧଦଗ୍‌ଧ ଶରୀରର କିଛି ଅଂଶ ଜବତ କରିଛି। ଫଳରେ ବନମାଳିପୁର ଗ୍ରାମର ନିଧିରାମ ଗିରି(48) ନିଖୋଜ ମାମଲା ଉପରୁ ଆଜି ପର୍ଦ୍ଦା ହଟିଛି ।

ଗତ ସେପ୍ଟେମ୍ବର ମାସ 12ତାରିଖରୁ ନିଧିରାମ ନିଖୋଜ ଥିଲେ। କ୍ୟାପିଟାଲ ହାଟରେ ଫିନାଇଲ୍‌ ବେପାର କରୁଥିବା ନିଧିଙ୍କ ନିଖୋଜ ମାମଲାକୁ ନେଇ ପୁଲିସର ମୁଣ୍ଡ ବିନ୍ଧା ବଢ଼ି ଯାଇଥିଲା। ସ୍ତ୍ରୀ ଲିଲିଙ୍କ ମିଛ ସୂଚନା ଆଧାରରେ ପୁଲିସ ବାଟବଣା ହୋଇଥିଲା। ତେବେ ଆଜି ଲିଲି ନିଜ ମୁହଁରେ ଗ୍ରାମବାସୀଙ୍କୁ ଏହା ଜଣାଇବା ପରେ କଥା ଜଣାପଡ଼ିଛି।

ତେବେ ସେହି ଗ୍ରାମର ଲିଲି ପୂର୍ବରୁ ବଳଙ୍ଗା ଥାନା ଅଞ୍ଚଳରେ ବିବାହ କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ବନମାଳିପୁର ଗାଁକୁ ନିଜ ଦୁଇ ଝିଅଙ୍କ ସହ ଫେରି ଆସି ଭଡ଼ାଘରେ ରହିଥିଲେ। କିଛି ଦିନ ପରେ ସେହି ଗାଁର ଘନ ଗିରିଙ୍କ ପୁଅ ନିଧିଙ୍କ ସହିତ ଲିଲିଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ସେମାନେ ଏକାଠି ରହିଲେ ଓ ନିଧିଙ୍କ ଔରସରୁ ଲିଲି ପୁଣି 2ଟି ଝିଅ ଓ ଏକ ପୁଅକୁ ଜନ୍ମ ଦେଇଥିଲେ। ଲିଲିଙ୍କ ଚରିତ୍ରକୁ ନେଇ ନିଧି ସନ୍ଦେହ କରୁଥିଲେ। ଫଳରେ ବହୁ ସମୟରେ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା।


ଆଉ ଆଜି ଗାଁ ଲୋକଙ୍କୁ ଲିଲି ଦେଇଥିବା ବୟାନ୍‌ ଅନୁସାରେ, ଘଟଣା ଦିନ ନିଧି ଘରେ ଝଗଡ଼ା କରିବାରୁ ସେ ଏକ ହେମଦସ୍ତା ପୁଆରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ସେହିଠାରେ ହିଁ ନିଧିଙ୍କ ମୃତ୍ୟୁ ହୋଇଥିଲା ।ଏହାପରେ ନିଧିଙ୍କ ମୃତଦେହକୁ ଲିଲି ଘରେ 3 ଦିନ କାଳ ଲୁଚାଇ ରଖିଥିଲେ ଓ ପର ଦିନ ରାତିରେ ବାଡ଼ି ପଟ ବାଉଶଁବୁଦା ମୂଳରେ ପୋଡ଼ି ଦେଇଥିଲେ । ପୂରା ପୋଡ଼ି ନ ହେବାରୁ ଅର୍ଦ୍ଧଦଗ୍‌ଧ ଶରୀରକୁ ସେହିଠାରେ ଡାଳପତ୍ର ଘୋଡ଼ାଇ ଲୁଚାଇ ଦେଇଥିଲେ। ଏହା ପରେ ସେ ବାଲିପାଟଣା ଥାନାରେ ନିଧି ନିଖୋଜ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ ।

ଏହା ଭିତରେ କିନ୍ତୁ ଲିଲିର ହାବଭାବ ଚାଲିଚଳଣି ବଦଳି ଯାଇଥିଲା । ସେ ବହୁ ସମୟରେ ଭୟଭୀତ ରହୁଥିବା ଲୋକେ ଲକ୍ଷ୍ୟ କରୁଥିଲେ । କିନ୍ତୁ ଆଜି ସନ୍ଧ୍ୟାରେ ଲିଲି ହଠାତ୍ ପାଖ ପଡ଼ୋଶୀଙ୍କୁ ଡାକି ସବୁ ସତ ଉଗାରି ପକାଇଥିଲା । ଖବର ପାଇ ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ଏବଂ ତାଙ୍କର ଟିମ୍ ସେଠାରେ ପହଞ୍ଚି ବାଉଁଶବୁଦା ମୂଳରୁ ଖପୁରି ଓ କିଛି ହାଡ଼ ଜବତ କରିଥିଲା। ପୁଲିସ ଲିଲିକୁ ଥାନାକୁ ନେଇ ଅଧିକ ପଚରାଉଚରା କରୁଛି । ପୁଲିସ ସୂଚନାନୁସାରେ ଜବତ ହାଡ଼ରୁ ନିଧିଙ୍କ ଡିଏନ୍‌ଏ ପରୀକ୍ଷା କରାଯିବ ଓ ଏଥିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନା, ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment