ଦେଖନ୍ତୁ ଭିଡିଓ ! ବହୁରୂପୀ ବାବା : ଦିନରେ ପ୍ରବଚନ, ରାତିରେ ମହିଳା ମାନଙ୍କ ସହ କରନ୍ତି ଏହି କାମ , ଭିଡିଓ ନିଆଁ ଭଳି ଭାଇରାଲ ହେଉଛି……

ଆଜିର ସମାଜ ବହୁ ମାତ୍ରାରେ୍ କଳୁଷିତ ହେଉଛି । ଲୋକ ମାନେ୍ ଆଜି ମଧ୍ୟ ବହୁ ଅନ୍ଧ ବିଶ୍ବାସରେ ବୁଡି ରହିଛନ୍ତି । ଆଉ ଯାହାର ଫାଇଦା ଉଠାଉଛନ୍ତି କିଛି ଅସାମାଜିକ ତଥା ଅମାନବିକ ଭଣ୍ଡ ବାବା । ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣି ଥିବେ ଯେ ଆଜିର ଏହି ଇଣ୍ଟରନେଟ ଯୁଗରେ ମଧ୍ୟ ଲୋକମାନଙ୍କୁ କିଛି ଭଣ୍ଡବାବା ମାନେ ଠକେଇ ଚାଲିଛନ୍ତି । ଆଉ କହିବାକୁ ଗଲେ ତ ସେହିମାନେ ହିଁ ଏହି ସବୁର ଶିକାର ହୋଇଥାନ୍ତି ଯେଉଁମାନେ ଧର୍ମକୁ ଆଖି ବୁଜି ବିଶ୍ବାସ କରିଥାନ୍ତି । କିନ୍ତୁ ସେମାନେ ଭୁଲି ଯାଇଥାନ୍ତି ଯେ ଏଠାରେ ଲୋକମାନେ ଧର୍ମ ନାଁ ରେ ଅଧିକ ଠକିଥାନ୍ତି ।

ତେବେ ସମାଜରେ ଏପରି କିଛି ଭଣ୍ଡବାବା ରହିଛନ୍ତି ଯେଉଁ ମାନେ କି ଧର୍ମ ନାଁ ରେ ଲୋକ ମାନଙ୍କର ବିଶ୍ବାସ ସହିତ ଖେଳିବାକୁ ମଧ୍ୟ ପଛାଉ ନାହାଁନ୍ତି । ତେବେ ଆଜି ଆମେ ଆପଣ ଙ୍କୁ ସେହିପରି ଜଣେ ଭଣ୍ଡ ବାବା ଙ୍କ ବିଷୟରେ ଏହି ଲେଖା ମାଧ୍ୟମରେ କିଛି କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣଙ୍କର ହୋସ ଉଡିଯିବ ।

ତେବେ ଧର୍ମ ନାଁରେ ଲୋକଙ୍କୁ ଠକୁଥିବା ଜଣେ ଭଣ୍ଡବାବାଙ୍କୁ ଗିରଫ କରାଯାଇଛି । ମଧ୍ୟପ୍ରଦେଶର ନରସିଂହପୁରରୁ ଏହି ଭଣ୍ଡ ବାବାଙ୍କୁ ଗିରଫ କରାଯାଇଛି । ତାଙ୍କର ଏକ ସେକ୍ସ ସ୍କାଣ୍ଡାଲ ମଧ୍ୟ ସାମ୍ନାକୁ ଆସିଛି । ଏହି ଭଣ୍ଡ ବାବା ହେଲେ ବାବା ଧର୍ମଦେବ ଓରଫ ଧର୍ମେନ୍ଦ୍ର ଦୁବେ ।


ପଞ୍ଜାବ କେଶରୀର ରିପୋର୍ଟ ଅନୁସାରେ, ଧର୍ମେନ୍ଦ୍ର ନିଜକୁ ହନୁମାନଙ୍କ ଅବତାର ବୋଲି କହୁଥିଲେ । ନିକଟରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ତାଙ୍କୁ ପୋଲିସ ଗିରଫ କରିଥିଲା । ଏହା ତାଙ୍କର କାରନାମା ଥିଲା ବୋଲି ଜଣା ପଡିଥିଲା । ପୋଲିସ ଯେତେବେଳେ ଧର୍ମେନ୍ଦ୍ରଙ୍କ ମୋବାଇଲ ଯାଞ୍ଚ କରିଥିଲା ଅନେକ ସଙ୍ଗୀନ ତଥ୍ୟ ଲାଗିଥିଲା ଏବଂ ଫୋନରେ ଏକାଧିକ ଅଶ୍ଲୀଳ ଭିଡିଓ ଥିଲା ।

ତେବେ ସେ ନିଜ ଆଶ୍ରମରେ ଅନେକ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ଏହାର ଭିଡିଓ କରିଥିଲେ । ପ୍ରତି ମଙ୍ଗଳବାର ଓ ଶନିବାର ସେ ନିଜ ଦରବାର ସଜାଇବା ବାହାନାରେ ମହିଳାଙ୍କୁ ଆଶ୍ରମକୁ ଡାକୁଥିଲା । ସେ ବଶୀକରଣ ବିଦ୍ୟାରେ ପାରଙ୍ଗମ ବୋଲି ମଧ୍ୟ କୁହାଯାଉଛି ।

ଧର୍ମେନ୍ଦ୍ରଙ୍କ ନାଁରେ ଆହୁରି ଅଭିଯୋଗ ହୋଇଛି ଯେ, ସେ ଅନେକ ପୁରୁଷଙ୍କୁ ନିଜ ପତ୍ନୀଙ୍କୁ ବଶୀକରଣ କରିବାକୁ ତାବିଜ ପ୍ରଦାନ କରୁଥିଲେ । ପରିବାର ଓ ନିଜ ବୈବାହିକ ଜୀବନରେ ଅଶାନ୍ତିରେ ଥିବା ମହିଳା ପ୍ରତି ମଙ୍ଗଳବାର ଧର୍ମେନ୍ଦ୍ରଙ୍କ ଆଶ୍ରମକୁ ଯାଉଥିଲେ । ଏହି ଦିନ ମହିଳାଙ୍କୁ ଏକ ପ୍ରକାର ପ୍ରସାଦ ପ୍ରଦାନ କରାଯାଉଥିଲା ।

ଏପରିକି ସେ ମହିଳାଙ୍କୁ ସମ୍ମୋହନ କରି ନିଜେ ଶାରୀରିକ ସମ୍ପର୍କ ରଖିବା ସହ ମୋବାଇଲରେ ଭିଡିଓ ଉତ୍ତୋଳନ କରୁଥିଲା । ଏପରିକି ଟି ସାର୍ଟ ଓ ଜିନ୍ସ ପିନ୍ଧି ରାସଲୀଳା ମଧ୍ୟ କରୁଥିଲା । ତେବେ ଗଞ୍ଜେଇ ଚୋରାଚାଲାଣ ରାକେଟରେ ଗିରଫ ହେବା ପରେ ହିଁ ଧର୍ମେନ୍ଦ୍ରଙ୍କ ଏହି କଳା କାରନାମା ସାମ୍ନାକୁ ଆସିଥିଲା । ଏହାସହ ସେ ଏକାଧିକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ପ୍ରମାଣ ମଧ୍ୟ ପୋଲିସ ହାତରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment