Odisha News Portal

RBIର ବଡ ଘୋଷଣା ! 14 ରୁ ବଦଳିଲା ଟଙ୍କା ନିୟମ ଏହା ବହୁତ ବଡ ନିୟମ , ଜାଣି ରଖନ୍ତୁ ନଚେତ୍ ଅସୁବିଧାର ସାମ୍ନା କରିପାରନ୍ତି ?

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ବଡ କଥା ବିଷୟରେ କହିବୁ , ଯାହା ଆପଣ ମାନେ ଜାଣିବା ନିତାନ୍ତ ଆବଶ୍ୟକର ଅଟେ । କାରଣ ଆପଣ ମାନେ ହୁଏତ ଅନେକ ସମୟରେ ସେହି ପ୍ରକାର କାମ କରୁଥିବେ । ଯଦି ଆପଣ ମାନେ ସେହି କଥା ବିଷୟରେ ନଜାଣିବେ ତେବେ ହୁଏତ ବହୁତ ବଡ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କାହିଁକିନା ବ୍ୟାଙ୍କରେ ବଦଳିବାକୁ ଯାଉଛି ଏକ ନିୟମ , ଯାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

ଆରବିଆଇ ଗର୍ଭର୍ଣ୍ଣରଙ୍କତ ଗୁରୁତ୍ୱପୂର୍ଣ୍ଣ ଘୋଷଣା , ଡିସେମ୍ବର 14 ରୁ ବଡ ପରିବର୍ତ୍ତନ । ଦେଶରେ ଡିଜିଟାଲ ପେମେଣ୍ଟକୁ ପ୍ରାଥମିକତା ଦେବାକୁ ଆରବିଆଇର ନୂଆ ପଦକ୍ଷେପ । ଡିସେମ୍ବର 14 ରେ ଡିଜିଟାଲ କାରବାରକୁ ନେଇ ହେବାକୁ ଯାଉଛି ବଡ ପରିବର୍ତ୍ତନ ।

ତେବେ ଆସନ୍ତା 14 ରୁ ଆରଟିଜିଏସ ତଥା ରିଏଲ ଟାଇମ ସେଟେଲମେଣ୍ଟକୁ 24 ଗଣ୍ଟିଆ ଉପଲବ୍ଧ କରିବାକୁ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ । ବଦଳିବ ଟଙ୍କା ସଂପର୍କିତ ନିୟମ । କୋଟି କୋଟି ଜନତାଙ୍କୁ ମିଲିବ ପାଇଦା । ପୂର୍ବରୁ ଏହି ବ୍ୟବସ୍ଥା ମାସର ତୃତୀୟ ଏବଂ ଚତୁର୍ଥର ଶନିବାରକୁ ଛାଡିଦେବା ପରେ ସକାଳର ବାକି ସମସ୍ତ କାର୍ଯ୍ୟ ଦିବସରେ ସକାଳ 7 ରୁ ସନ୍ଧ୍ୟା 6 ଯାଏ ଉପଲବ୍ଦ ଥିଲା । ମାତ୍ର ଏହି ଆରଟିଜିଏସ ସିସଟମକୁ 24 ଘଣ୍ଟିଆ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।


ରିଏଲ ଟାଇମ ଗ୍ରସ ସେଟେଲମେଣ୍ଟ କଣ , ଆରଟିଜିଏସ ଆର୍ତାତ ରିଏଲ ଟାଇମ ଗ୍ରସ ସେଟେଲମେଣ୍ଟ ଜରିଆରେ ତୁରନ୍ତ ଫୋନ ଟ୍ରାନ୍ସଫର କରାଯାଇପାରିବ । ଯାହାକି ବଡ ବଡ ଆର୍ଥିକ କାରବାରରେ କାମରେ ଆସିଥାଏ । ରିଏଲ ଟାଇମ ଗ୍ରସ ସେଟେଲମେଣ୍ଟ ମାଧ୍ୟମରେ 2 ଲକ୍ଷରୁ କମ ଆମାଉଣ୍ଟ ଟ୍ରାନ୍ସଫର ହୋଇ ପାରିବ ନାହିଁ । ଏହି ବ୍ୟବସ୍ଥାକୁ ଆପଣ ମାନେ ଅନଲାଇନ ଏବଂ ବ୍ୟାଙ୍କ ବ୍ରାଞ୍ଚରୁ ମଧ୍ୟ ବ୍ୟବହାର କରିପାରିବେ ।

ବଡ କଥା ହେଉଛି କି ଆରଟିଜିଏସ ପାଇଁ କୌଣସି ପ୍ରକାର ଫେନ ଟ୍ରନ୍ସଫର ଆରଟିଜିଏସ ଶୁଳ୍କ ଲାଗିନଥାଏ । ମାତ୍ର ବ୍ରାଞ୍ଚରେ ଏହା ଉପରେ ଦେୟ ଦେବାକୁ ପଡିଥାଏ । ଏଟାରେ ଆମା ମାନେ କହିରଖୁଚୁ କି ଡିଜିଟାଲ ପେମେଣ୍ଟକୁ ଅଧିକ ଗୁରୁତ୍ୱ ଦେବାକୁ ୟୁପିଆଇ କିମ୍ବା କାର୍ଡ ଜରିଆରେ ବିନା କୌଣସି ଯୋଗାଯୋଗରେ କରାଯାଉଥିବା ଆର୍ଥିକ ଦେଣ ନେଣର ସୀମାକୁ ନୂଆ ବର୍ଷ ଜାନୁଆରୀ 1 , 2021 ରୁ 2000 ରୁ 5000 ଟଙ୍କାରୁ ବୃଦ୍ଧି କରାଯିବ । ତେବେ ପରବର୍ତ୍ତୀ ସମୟରେ ଏକ ମାର୍ଗଦର୍ଶିକା ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ହେବା ନେଇ କୁହାଯାଇଛି ।