Odisha News Portal

ହେ ଭଗବାନ !! ପୁଣି ଆଜି କଳାକାର ଜଗତରୁ ଆସିଲା ଶୋକରଛାୟା , ଏହି କିଛି ସମୟ ମଧ୍ୟରେ ଆଉ ଜଣେ ପ୍ରସିଦ୍ଧ କଳାକାର ଙ୍କ ପରଲୋକ ?

ଓଲିଉଡ ଜଗତକୁ ଆସିଛି ଏକ ଦୁଃଖଦପୂର୍ଣ୍ଣ ଘଟଣା । ଦୁନିଆରୁ ସବୁଦିନ ପାଇଁ ଚିର ବିଦାୟ ନେଇଗଳେ ବରିଷ୍ଠ ତଥା ପ୍ରଖ୍ୟାତ ହାସ୍ୟାଭିନେତା ଜିମୂତ ପଟ୍ଟନାୟକ । ତେବେ ଓଲିଉଡ କମେଡିଆନ୍ ଜିମୂତ ପଟ୍ଟନାୟକଙ୍କର ମୃତ୍ୟୁ ବେଳକୁ ତାଙ୍କୁ 62 ବର୍ଷ ହୋଇ ଥିଲା । 62 ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରି ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ଚାଲି ଯାଇଛନ୍ତି ଆରପାରିକୁ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ତେବେ ଜିମୂତ ପଟ୍ଟନାୟକ ନିମୋନିଆରେ ଆକ୍ରାନ୍ତ ହୋଇ ପ୍ରାୟ 10 ଦିନ ହେଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଆଉ ଚିକିତ୍ସାଧିନ ଅବସ୍ଥାରେ ହିଁ ଶନିବାର ଦିନ ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁ ବେଳକୁ ତାଙ୍କ ପାଖରେ କେବଳ ତାଙ୍କର ସ୍ତ୍ରୀ ଏବଂ 2 ଝିଅ ଉପସ୍ଥିତ ଥିଲେ । ଆଉ ଏହାପରେ ତାଙ୍କ ମୃତ୍ୟୁ ଖବର ପାଇ ଅନେକ କଳାକାର ତାଙ୍କର ଶେଷ ଦର୍ଶନ କରିବା ସହିତ ଗଭୀର ଶୋକ ପ୍ରକାଶ କରିଛନ୍ତି । ତେବେ ହାସ୍ୟ ଅଭିନେତା ଜିମୂତ ପଟ୍ଟନାୟକ ନିକଟରେ ସାର୍ଥକ ଟିଭିରେ ପ୍ରସାରିତ ‘ମହାଦେବୀ’ ଧାରାବାହିକରେ ଅଭିନୟ କରୁଥିଲେ ।


ଏହା ସହିତ ‘କଥା କହୁଥିଲେ ସରିବନି’, ‘ମା’, ‘ସିନ୍ଦୂର’, ‘ଲକ୍ଷ୍ମୀ ପୁରାଣ’ ଭଳି ବହୁ ଧାରାବାହିକ ରେ ମଧ୍ୟ ସେ ଚମତ୍କାର ତଥା ତାଙ୍କର ଚରିତ୍ରକୁ ଜୀବନ୍ତ ଭାବରେ ଅଭିନୟ କରିଥିଲେ । ସବୁଠାରୁ ସ୍ମରଣୀୟ ଘଟଣା ହେଉଛି ‘ଲକ୍ଷ୍ମୀପୁରାଣ’ରେ ନାରଦ ଚରିତ୍ରରେ ତାଙ୍କର ଜୀବନ୍ତ ଅଭିନୟ ଏବେ ବି ଲୋକଙ୍କ ହୃଦୟରେ ସେମିତି ସାଇତା ହୋଇ ରହିଛି । ତେବେ ଏହା ସହିତ ମଧ୍ୟ ହାସ୍ୟ ଅଭିନେତା ଜିମୂତ 10 ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ସଫଳତା ହାସଲ କରିଥିଲେ ।


ସେ ବନ୍ଧୁ ବିଶିଷ୍ଟ ନିର୍ଦ୍ଦେଶକ ହରିଶ ମହାନ୍ତିଙ୍କର ପ୍ରତ୍ୟେକ ଧାରାବାହିକରେ ଅଭିନୟ କରି ଥିଲେ । ଏକାଠି ଦୁହେଁ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ଅଭିନୟ କରିବା ସହିତ ମଞ୍ଚ ନାଟକରେ ଅଭିନୟ କରି ଲୋକପ୍ରିୟ ତଥା ଫେମସ୍ ହୋଇ ପାରିଥିଲେ । ଏହାଛଡା ନାଟକ ‘ସମାଧାନ’, ‘ଲଙ୍କାପୁରର କାହାଣୀ’ ଇତ୍ୟାଦି ଶତାଧିକ ନାଟକରେ ଅଭିନୟ କରିଥିଲେ । କେବଳ କମେଡି ନୁହେଁ ଅନେକ ନାଟକ ଏବଂ ଧାରାବାହିକରେ ଭଲ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ମନ ଜିଣି ନେଇଥିଲେ ଜିମୂତ ପଟ୍ଟନାୟକ ।

ତେବେ ଜିମୂତ ପଟ୍ଟନାୟକ ଜଣେ ପୋଲିସ କର୍ମଚାରୀ ଥିଲେ କିନ୍ତୁ ପୋଲିସ ବିଭାଗରେ ଚାକିରି କରି ଅବସର ନେବା ପରେ ମଧ୍ୟ ସେ ତାଙ୍କର ଅଭିନୟ ଜାରି ରଖି ଥିଲେ । ଆଉ ଆଜି ତାଙ୍କର ଏହି ଚିର ବିଦାୟରେ ସାରା ଓଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି । ତାଙ୍କର ନିର୍ମଳ ଚେଷ୍ଠା , ନିଷ୍ଠା ଏବଂ କଠିନ ପରିଶ୍ରମ ବଳରେ ସେ ଆଜି ଜଣେ ସଫଳ ଅଭିନେତା ହୋଇ ପାରିଥିଲେ ଏବଂ ସମସ୍ତଙ୍କ ହୃଦୟରେ ନିଜ ପାଇଂ ଗୋଟିଏ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ଆଉ ଆଜି ତାଙ୍କ ପରଲୋକରେ ସାରା ଓଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।