ଓଲିଉଡ଼ ସୁପରଷ୍ଟାର Couple ଯୋଡି Ashwin & Prerana ଙ୍କ ଷ୍ଟେଜ ଉପରେ ରୋମାଣ୍ଟିକ ରୋମାନ୍ସ ଡ୍ୟାନ୍ସ…. ଦେଖନ୍ତୁ ଭାଇରାଲ Video

ଓଡ଼ିଆ ଟେଲି ଜଗତ ଓ ଓଡିଆ ସିନେ ଜଗତ ଅଭିନୟ କରୁଥିବା କଳାକାର ମାନଙ୍କ ପ୍ରତି ଓଡିଆ ଦର୍ଶକ ମାନଙ୍କ ଅହେତୁକ ଭଲ ପାଇବା ରହିଛି। ନିଜ ନିଜ ପ୍ରିୟ କଳାକାର ମାନଙ୍କ ଅଭିନୟ ଜୀବନ ବ୍ୟକ୍ତିଗତ ଜୀବନ ବାବଦରେ ଜାଣିବା ପାଇଁ ମଧ୍ୟ ଦର୍ଶକ ମାନେ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି। କେହି କେହି ନିଜ ପ୍ରିୟ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀକୁ ଅନୁସରଣ କରିଥାନ୍ତି। କାରଣ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀ ସାଧାରଣ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତେବେ ଆଜି ଆମେ ଟିଭି ଓ ଚଳଚ୍ଚିତ୍ର ଜଗତର ଦୁଇ ପରିଚିତ ଚେହେରା ଅଶ୍ୱନୀ ଏବଂ ପ୍ରେରଣା ବାବଦରେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ।

ତେବେ ବର୍ତ୍ତମାନ ସମୟରେ ଏହି ଦୁଇ ଚର୍ଚ୍ଚିତ ଯୋଡି ଅଶ୍ୱନୀ ଏବଂ ପ୍ରେରଣା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି।ଗତ ଦିନ ମାନଙ୍କରେ ଏହି ଦୁଇ ଚର୍ଚ୍ଚିତ ଯୋଡି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୀର୍ଘ ଦିନର ପ୍ରେମ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ତେବେ ଆପଣ ମାନେ ଅଶ୍ୱନୀ ଏବଂ ପ୍ରେରଣାକୁ ଖୁବ୍ ଭଲ ଭାବରେ ଜାଣିଥିବେ। ଅନେକ ଟିଭି ଶୋ ଷ୍ଟେଜ ଶୋ ରେ ଆଙ୍କରିଙ୍ଗ ମାଧ୍ୟମରେ ଦର୍ଶକ ମାନଙ୍କ ମନୋରଞ୍ଜନ ଯୋଗାଇ ଆଜି ଦୁହେଁ ଖୁବ୍ ଲୋକପ୍ରିୟ ହୋଇ ପାରିଛନ୍ତି। ତେବେ ପ୍ରଥମେ ଆଙ୍କରିଙ୍ଗ ମାଧ୍ୟମରେ ଟିଭି ପରଦାକୁ ଏଣ୍ଟ୍ରି କରିଥିଲେ ଅଶ୍ୱନୀ। ନିଜର ମିଠା ମିଠା କଥା ମାଧ୍ୟମରେ ଖୁବ୍ କମ୍ ଦିନ ମଧ୍ୟରେ ଦର୍ଶକ ମାନଙ୍କୁ ନିଜର କରି ନେଇଥିଲେ।ଅଶ୍ୱନୀ ଆଙ୍କରିଙ୍ଗ ଶୈଳୀ ଟିଭି ଶୋକୁ ମଧ୍ୟ ବେଶ୍ ସଫଳ କରିଥିଲା।

ପ୍ରେରଣା ମଧ୍ୟ କିଛି କମ୍ ନୁହଁନ୍ତି ସେ ମଧ୍ୟ ଆଙ୍କରିଙ୍ଗ ରୁ ବେଶ୍ ଲୋକପ୍ରିୟତା ପାଇ ପାରିଥିଲେ। ତାଙ୍କର ମିଠା ମିଠା କଥା ଆଉ ଉପସ୍ଥାପନାର ଶୈଳୀ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା।ଅନେକ ଟିଭି ଶୋ ରେ ଦୁହେଁ ଏକାଠି ନଜର ଆସିଛନ୍ତି।ଏହା ସହିତ ଉଭୟ ଏକାଧିକ ଓଡ଼ିଆ ଆଲବମ୍ ରେ ମଧ୍ୟ ଏକାଠି ନଜର ଆସିଛନ୍ତି ଅଶ୍ୱନୀ ଏବଂ ପ୍ରେରଣା। ଓଡ଼ିଶା ର ଅଗଣିତ ଦର୍ଶକ ମାନଙ୍କ ଭଲ ପାଇବା ଜିତି ପାରିଛନ୍ତି ଉଭୟ।ଉଭୟ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିବା ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢି ଉଠିଥିଲା ଆଉ ଦୀର୍ଘ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ତେବେ ଆପଣମାନେ ଅଶ୍ୱନୀ ଓ ପ୍ରେରଣାଙ୍କ ଅନେକ ଆଲବମ୍ ଦେଖିବା ପାଇଁ ପାଇଥିବେ। ତେବେ ନିକଟରେ ସେମାନେ ତରଙ୍ଗ ମହାମୁକାବିଲାର ଗ୍ରାଣ୍ଡ ଫିନାଲେ ରେ ଖୁବ୍ ସୁନ୍ଦର୍ ରୋମାଣ୍ଟିକ ଡାନ୍ସ କରିଥିଲେ ଯାହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି। ତେବେ ଆପଣ ମାନେ ମଧ୍ୟ ଏହି ସୁନ୍ଦର୍ ରୋମାଣ୍ଟିକ ଡାନ୍ସକୁ ଦେଖିଲା ପରେ ଜାଣି ପାରିବେ ପ୍ରେରଣା ଓ ଅଶ୍ୱନୀଙ୍କ ଯୋଡି କେତେ ସୁନ୍ଦର୍।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment