ଅଭିନେତା ଅଶ୍ଵିନୀ (Aswini) ଓ ଅଭିନେତ୍ରୀ ପ୍ରେରଣା (Prerana) ଙ୍କ ରିସେଫସନ ,ଦମଦାର ଏଣ୍ଟ୍ରି ର ଫୁଲ ଭିଡିଓ ଦେଖନ୍ତୁ ….

ପ୍ରେମ ଏକ ନିଆରା ଅନୁଭୁତି। ପ୍ରେମ ଏକ ଭାବନାକୁ ବୁଝାଇ ଥାଏ।ପ୍ରେମ ଆଉ ହୃଦୟର ସମ୍ପର୍କ ଖୁବ୍ ନିବିଡ଼। ଆଉ ପ୍ରେମ ହେଉଛି ଦୁଇଟି ଦୃଦୟର ମିଳନ। ପ୍ରେମ ଯାଇ ସେତେବେଳେ ସଫଳ ହୁଏ ଯେତେବେଳେ ଦୁଇଟି ହୃଦୟ ବାନ୍ଧି ହୁଅନ୍ତି ବିବାହ ବନ୍ଧନରେ ଆଉ ପରସ୍ପର ସାଥୀ ହୋଇ ଚାଲିବାର ବଚନ ଦେଇଥାନ୍ତି। ସେମିତି ଦୁଇ ପ୍ରେମ ପକ୍ଷୀ ବାନ୍ଧି ହୋଇଛନ୍ତି ବିବାହ ବନ୍ଧନରେ।

ହଁ ଆଜ୍ଞା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡର ଚର୍ଚ୍ଚିତ ଯୋଡି ଅଭିନେତ୍ରୀ ପ୍ରେରଣା ଓ ଅଭିନେତା ଅଶ୍ୱନୀ ତ୍ରିପାଠୀ। ଦୀର୍ଘ ବର୍ଷର ପ୍ରେମ ନେଇଛି ବିବାହର ରୂପ।ଦୀର୍ଘ ୯ ବର୍ଷର ପ୍ରେମ ପରେ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି। ଆଉ ଆରମ୍ଭ ହୋଇଛି ସେମାନଙ୍କ ଏକ ନୂଆ ବୈବାହିକ ଜୀବନ। ପ୍ରଥମେ ଏକ ଆର୍ଟ ସୁଟରେ ପରସ୍ପରଙ୍କ ହୁଏ ସାକ୍ଷାତ୍ ଆଉ ଏହା ପରେ ଦୁହେଁ ଭଲ ବନ୍ଧୁ ହେଇଯାଆନ୍ତି। ଆଉ ଏହି ବନ୍ଧୁତାକୁ ମିଳେ ପ୍ରଶଂସକ ମାନଙ୍କ ଖୁବ୍ ଭଲ ପାଇବା। ଆଉ ପ୍ରଶଂସକ ମାନଙ୍କ ଏହି ଭଲ ପାଇବା ଉଭୟଙ୍କୁ ବାନ୍ଧି ଦିଏ ପ୍ରେମ ସମ୍ପର୍କରେ। ଆଉ ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

୨୦୧୪ ମସିହାରେ ଏକ ଆର୍ଟ ସୁଟରେ ପ୍ରେରଣା ଓ ଅଶ୍ୱନୀଙ୍କର ପ୍ରଥମ ଥର ପାଇଁ ସାକ୍ଷାତ୍ ହୋଇଥିଲା। ଅଳ୍ପ ମିଳାମିଶା ପରେ ଦୁହିଁଙ୍କ ମଧ୍ୟରେ ଏକ ଷ୍ଟ୍ରଙ୍ଗ ଫ୍ରେଣ୍ଡସିପ୍ ହୋଇଥିଲା। ପରେ ଏକା ସାଥିରେ ଅନେକ କାର୍ଯ୍ୟ କ୍ରମରେ ଦୁହେଁ ଏକାଠି ମିଶି କାମ କରିଥିଲେ।ଏହା ସହିତ ଉଭୟ ଏକାଧିକ ଓଡ଼ିଆ ଆଲବମ୍ ରେ ମଧ୍ୟ ଏକାଠି ନଜର ଆସିଛନ୍ତି ଅଶ୍ୱନୀ ଏବଂ ପ୍ରେରଣା। ଓଡ଼ିଶା ର ଅଗଣିତ ଦର୍ଶକ ମାନଙ୍କ ଭଲ ପାଇବା ଜିତି ପାରିଛନ୍ତି ଉଭୟ। ଆଉ ଏବେ ଦୁହେଁ ସାରା ଜୀବନ ଆରମ୍ଭ ଏକାଠି ବାଟ ଚାଲିବାର ଶପଥ ମଧ୍ୟ ନେଇଛନ୍ତି ଆଉ ବାନ୍ଧି ହୋଇଛନ୍ତି ବିବାହ ବନ୍ଧନରେ।

ତେବେ ଗତକାଲି ପ୍ରେରଣା ଓ ଅଶ୍ୱନୀଙ୍କର ରିସେପସନ୍ ପାର୍ଟି ଅନୁଷ୍ଠିତ ହୋଇଥିଲା। ଆଉ ଯାହାର ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରୟାଲ ଷ୍ଟାଇଲରେ ଷ୍ଟେଜ ଉପରକୁ ଏଣ୍ଟ୍ରି କରିଥିଲେ ପ୍ରେରଣା ଓ ଅଶ୍ୱନୀ। ଦୁହେଁ ଖୁବ୍ ସୁନ୍ଦର୍ ମଧ୍ୟ ଦେଖା ଯାଉଥିଲେ।ପରିବାର ସଦସ୍ୟ ବନ୍ଧୁ ବାନ୍ଧବ ଓଲିଉଡର ନାମୀଦାମୀ କଳାକାର ଏବଂ ରାଜନୈତିକ ଦଳର କିଛି ବ୍ୟକ୍ତି ବିଶେଷ,ପ୍ରତିଷ୍ଠିତ ବ୍ୟବସାୟୀ ଏବଂ କିଛି ଆଗଧାଡି ର ବ୍ୟକ୍ତି ବିଶେଷ ପ୍ରେରଣା ଓ ଅଶ୍ୱନୀଙ୍କ ରିସେପସନ୍ ପାର୍ଟି ରେ ଯୋଗ ଦେଇ ଉଭୟଙ୍କୁ ଶୁଭେଚ୍ଛା ଆଉ ଶୁଭକାମନା ଜଣାଇଛନ୍ତି। ସୋସିଆଲ ମିଡିଆରେ ମାଧ୍ୟମରେ ପ୍ରଶଂସକ ମାନଙ୍କ ପାଖରୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment