ପୁଣି 2023 ର ଅନ୍ତିମ ଓ ଭୟଙ୍କର ଚନ୍ଦ୍ର ଗ୍ରହଣ ( 05 May ) ହାଣ୍ଡିଛାଡ ସଠିକ ସମୟ | ୮ଟି ରାଶି ସାବଧାନ, ଜାଣନ୍ତୁ କେତେବେଳେ ପାକ ନିଷେଧ –Dr. Bhabani Shankar Mohapatra

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଭିନ୍ନ ପ୍ରକାରର ନିୟମ ରହିଛି ଆମ ଭରତୀୟ ସଭ୍ୟତାରେ | ଆଉ ଯାହା କୁହାଯାଉଛି କି ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତିବିଧି ଆଉ ଚଳନ ମାଧ୍ୟମରେ ବିଭିନ୍ନ ରାଶିର ବ୍ୟକ୍ତି ମାନଙ୍କର ଜୀବନରେ ଭିନ୍ନ ଭିନ୍ନ ପରିବର୍ତ୍ତନ ଆସିଥାଏ ବୋଲି ମଧ୍ୟ କୁହାଯାଉଛି | ତେବେ ଆଜି ଆମେ ଆଲୋଚନା କରିବାକୁ ଯାଉଛି ଚନ୍ଦ୍ରଗ୍ରହଣ ବିଷୟରେ | ତେବେ ଏହି ଚନ୍ଦ୍ରଗ୍ରହଣ 2023 ମସିହା ରେ କେତେଥର ଲାଗିବ ଓ ଏହି ସମୟରେ କଣ କଣ କରିବା ଉଚିତ ଓ କଣ କଣ କରିବା ଉଚିତ ନୁହଁ | ତାହା ସହିତ 2023 ଚନ୍ଦ୍ରଗ୍ରହଣ ରେ କେଉଁ କେଉଁ ରାଶି ଉପରେ ଏହାର ପ୍ରଭାବ ପକାଇଥାଏ, ସେ ସବୁ ବିଷୟରେ ଆସନ୍ତୁ ଆଲୋଚନା କରିବା |

2023 ରେ ଚନ୍ଦ୍ରଗ୍ରହଣ କେବେ ଆଉ କେଉଁ ସମୟରେ ଲାଗିବ :-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ 2023 ଚନ୍ଦ୍ରଗ୍ରହଣ ଟି ପ୍ରଥମ ଥର ଲାଗିବାକୁ ଯାଉଛି ମଇ 5 ଶୁକ୍ରବାର ରେ,ଦ୍ଵିତୀୟ ଚନ୍ଦ୍ରଗ୍ରହଣ 29 ଅକ୍ଟୋବର ରେ ଶନିବାର ଦିନ ଅନୁଷ୍ଠିତ ହେବ ବୋଲି କୁହାଯାଉଛି |ଆଉ ତାହା ସହିତ ପ୍ରଥମ ସୂର୍ଯ୍ୟପରାଗ 2023 ରେ 20 ଏପ୍ରିଲ ଗୁରୁବାର ଦିନ ଓ ଦ୍ଵିତୀୟ ସୂର୍ଯ୍ୟପରାଗ 14 ଅକ୍ଟୋବର ଶନିବାର ଦିନ ଅନୁଷ୍ଠିତ ହେବ ବୋଲି ମଧ୍ୟ କୁହାଯାଉଛି |ଆଉ ତାହା ସହିତ ଗ୍ରହଣ ଲାଗିବାର ସମୟ,ମଇ 5 ଶୁକ୍ରବାର 2023 ରେ ରାତି 8:45 ରୁ ଆରମ୍ଭ ହେବ ଓ ଶୁକ୍ରବାର ରାତି 1 ରେ ଶେଷ ହେବ ବୋଲି ମଧ୍ୟ କହଯାଉଛି |ଠିକ ସେହିଭଳି ଗ୍ରହଣ ର ସମୟ କାଳ 5 ମେ 2023 ଶୁକ୍ରବାର ରାତି 10:53 ରେ ଭଲ ଭାବରେ ଦୃଶ୍ୟମାନ ହେବ ବୋଲି କୁହାଯାଉଛି |

ପାକ ନିସେଧ ର ସମୟ କେତେ ଆଉ ଏହି ସମୟରେ କଣ କରିବା ଉଚିତ ନୁହଁ :-

ମଇ 5 ଶୁକ୍ରବାର 2023 ଦିନ 11:45 ରୁ ଆରମ୍ଭ ହେବ ଓ 1 ରେ ଶେଷ ହେବ ବୋଲି କୁହାଯାଉଛି | ତେଣୁ ଏହି ସମୟରେ ଆପଣ ମାନେ ରୁଷେଇ କରିବେ ନାହିଁ କି ଖାଇବା ମଧ୍ୟ ଗ୍ରହଣ କରିବେ ନାହିଁ | ଏହା ସହିତ କୁହାଯାଉଛି କି ଗର୍ଭବତୀ ମହିଳା ମାନଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡିଥାଏ ତେଣୁ ଗର୍ଭବତୀ ନାରୀ ମାନେ ଏହି ସମୟରେ ବାହାରକୁ ବାହାରିବେ ନାହିଁ, କି ଧାରୁଆ ଜିନିଷ ରେ କୌଣସି ଜିନିଷ କୁ କାଟିବେ ନାହିଁ | ଏହା ସହିତ ଗର୍ଭବତୀ ମହିଳା ମାନେ ଖାଦ୍ୟ କୁ ଗ୍ରହଣ କରିବେ ନାହିଁ | ଚନ୍ଦଗ୍ରହଣ ସରିବ ପରେ ପିନ୍ଧିଥିବା ବସ୍ତ୍ର କୁ ଧୋଇ ଗାଧୋଇବା ପାଇଁ ପଡିବ | ଏହି ସମୟରେ କୁହାଯାଉଛି କି ଦେବ ପୂଜା କୁ ମଧ୍ୟ ବାରଣ କରାଯାଇଥାଏ |

କେଉଁ ରାଶି ଉପରେ ଶୁଭ ଫଳ ପଡିଥାଏ ଓ କେଉଁ ରାଶି ଉପରେ ଅଶୁଭ ଫଳ ପଡିଥାଏ :-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ରଗ୍ରହଣ ର ପ୍ରଭାବ ବିଶେଷ କରିକି ମେଷ, ବୃଷ, କର୍କଟ, କନ୍ୟା, ବିଛା,ଧନୁ, କୁମ୍ଭ ଏବଂ ମୀନ ରାଶି ଉପରେ ଶୁଭ ପ୍ରଭାବ ପଡୁଥିବା ବେଳେ ସିଂହ, ତୁଳା, ମକର ଓ ମିଥୁନ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ ବୋଲି କୁହାଯାଉଛି |ତେବେ ଏହା ଥିଲା ଚନ୍ଦ୍ରଗ୍ରହଣ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଯାହା 2023 ରେ ଘଟିବାକୁ ଯାଉଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment