ମୋଦୀ ଙ୍କର ବଡ ନିଷ୍ପତି ! ଆସିଲା ନଭେମ୍ବର ମାସ ଅନଲକର ଗାଇଡଲାଇନ, ଜାଣନ୍ତୁ କଣ ରହିବ କଟକଣା !

ଆସିଲା ନଭେମ୍ବର ମାସ ଅନଲକର ଗାଇଡଲାଇନ, ବଢିଲା ଅନଲକ 5 ର ଗାଇଡ ଲାଇନ ଯାହା ଆସନ୍ତା ନଭେମ୍ବର ମାସର ଶେଷ ପର୍ଯ୍ୟନ୍ତ ଲାଗୁ କରାଯିବ । ଏହା ସହିତ ଏଥିରେ ମଧ୍ୟ କେତେକ ପରିବର୍ତ୍ତନ ହୋଇଛି । ସେପ୍ଟେମ୍ବର ମାସରେ ଜାରି ହୋଇଥିବା ଅନଲକ 5 ର ଗାଇଡଲାଇନ ଗୁଡିକ ନଭେମ୍ବର ମାସର ଶେଷ ପର୍ଯ୍ୟନ୍ତ ବୃଦ୍ଧି କଲେ କେନ୍ଦ୍ର ସରକାର । ମଙ୍ଗଳବାର ଦିନ ଏ ସମପର୍କରେ ଗହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କଣ୍ଟେଟମେଣ୍ଟ ଜୋଲରେ ନଭେମ୍ବର 30 ପର୍ଯ୍ୟନ୍ତ ଲକଡାଉନ କଟକଣା ଜାରି ରହିବ । ଅନ୍ତଃ ଜିଲ୍ଲା ଏବଂ ଅନ୍ତଃ ରାଜ୍ୟ ପାଇଁ କୌଣସି କଟକଣା ଜାରି ରହିବ ନାହିଁ । ଅନ୍ତଃ ଜିଲ୍ଲା ଏବଂ ଅନ୍ତ ରାଜ୍ୟ ଯାତାୟତ ପାଇଁ ଅନୁମତି ଦରକାର ନାହିଁ ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅନଲକ ଅବଧି ବଢିବାର ନୂଆ ଗାଇଡଲାଇନ ଜାରି ହୋଇଛି । ଗୃହ ମନ୍ତ୍ରଣାଳୟ ଜାରି କରିଥିବା ନୂଆ ଗାଇଡଲାଇନରେ କଣ୍ଟେଟମେଣ୍ଟ ଜୋନ ଗୁଡିକ ବାହାରେ ଆର୍ଥିକ କାର୍ଯ୍ୟ ଗୁଡିକୁ ଧୀରେ ଧୀରେ କାର୍ଯ୍ୟ କରାଯିବ ।

ସେହିଭଳି ଭିଡ ହେବାକୁ ଥିବା ସ୍ଥାନ ଯଥା ରେଳ , ମଲ , ହୋଟେଲ ଏବଂ ଧାର୍ମିକ ସ୍ଥାନ ଆଦିରେ କିଛି କଟକଣା ସହିତ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯିବ । ତେବେ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ମାନେ ନିଷ୍ପତ୍ତି ନେବେ ବୋଲି ଗାଇଡ ଲାଇନରେ କୁହାଯାଇଛି । ନଭେମ୍ବର ଶେଷ ପର୍ଯ୍ୟନ୍ତ ଅନଲକ 5 କୁ ଘୁଞ୍ଚାଇ ଦିଅଯାଇଥିବା ବେଳେ ଏହି ସମସ୍ତ ଅନୁମତି ମଧ୍ୟ ପ୍ରଦାନ କରାଯାଇଛି । ଯେଉଁଥିପାଇଁ କେତେକ ନିୟମ ମଧ୍ୟ ଲାଗୁ କରାଯାଇଛି । ତେବେ ଆସନ୍ତୁ ଜାଣିବା କମ ଅଟେ ସେହି ନିୟମ ଗୁଡିକ ।


1--ଯାତ୍ରୀ ମାନଙ୍କୁ ଅନ୍ତଜାତୀୟ ବିମାନ ୟାତ୍ରାକୁ ଅନୁମତି ପ୍ରଦାନ କରାଯାଇଛି । କେବଳ ଖେଳାଳୀ ମାନଙ୍କୁ ଟ୍ରେନିଂ ସୁଇମିଂ ପୁଲର ବ୍ୟବହାର କରାଯାଇପାରିବ ।

2--ବିଜନେସ ଟୁ ବିଜନେସ ପାଇଁ ପ୍ରଦର୍ଶନୀ ହଲକୁ ଅନୁମତି ପ୍ରଦାନ କରାଯାଇଛି ।

3--50 ପ୍ରତିଶତ ଦର୍ଶକ ମାନଙ୍କ ସହିତ ସିନେମା ଓ ମଲ୍ଟିପ୍ଲେକ୍ସକୁ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି ।

4–ସୋସିଆଲ ଏକାଡେମୀ କ୍ରୀଜା , ମନୋରଞ୍ଜନ କଲଚର , ରିଲିଜିଏସ ଏବଂ ରାଜନୈତିକ କାର୍ଯ୍ୟ ପାଇଁ 50 ପ୍ରତିଶତ ସିଟ ସହିତ ପାଖାପାଖି 200 ଲୋକଙ୍କୁ ଅନୁମତି ପ୍ରଦାନ କରାଯିବ ।

ଏହି ସମସ୍ତ ଗାଇଡଲାଇନ ସହିତ ଅନଲକ 5 ନଭେମ୍ବର ମାସ 30 ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ତେବେ ଆପଣ ମାନେ ଏହି ଗାଇଡଲାଇନକୁ ମାନି କରି ସରକାରଙ୍କ ସମସ୍ତ ପ୍ରକାର କୋଭିଡ ନିୟମକୁ ମାନି କରି ଚଳନ୍ତୁ ଯାହା ଦ୍ୱାରା କି ଆମେ ମାନେ ଏହି କରେନା ପରି ମହାମାରୀ ପାଖରୁ ନିଜକୁ ରକ୍ଷା କରିପାରିବା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment