ଆସିଲା ଡିସେମ୍ବର ମାସର ନୂତନ ଗାଇଡଲାଇନ ,ପୁଣି ଦେଶରେ ଲାଗୁହେଲା ଅନଲକ୍ 7.0 , ଜାଣନ୍ତୁ କଣ ଖୋଲା କଣ ବନ୍ଦ ?

ରାଜ୍ୟ ସରକାର ଜାରି କଲେ ଡିସେମ୍ବର ମାସର ନୂଆ ଗାଇଡଲାଇନ । ଡିସେମ୍ବର ମାସରେ କୋଭିଡ କଟକଣା କଣ ରହିବ ସେ ନେଇ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ କାଲି ଜାରି ହୋଇଥିବା ନିର୍ଦ୍ଦେସାବଳୀ ଡିସେମ୍ବର 1 ରୁ 31 ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ବଳବତ୍ତର ରହିବ । ତେବେ ଏହି ନିର୍ଦ୍ଦେସାବଳୀରେ ସମସ୍ତ ସ୍କୁଲ , କଲେଜ , ଅଙ୍ଗନବାଡି କେନ୍ଦ୍ର , ସିନେମା ହଲ ସୁଇମିଂ ପୁଲ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ସେହିପରି କଣ୍ଟେଟମେଣ୍ଟ ଜୋନରେ ପୂର୍ବ ପରି କଟକଣା ଜାରି ରହିବ ।

ଏଥି ସହିତ ଶିଶିର ସରସ ବା ତୁଷାରି କ୍ରାଫ୍ଟ କିମ୍ବା ମେଲ୍ଟ ଭଲି ବଡ ବଡ ପ୍ରଦର୍ଶନୀୟ ଭିତ୍ତିକ ମେଳା ବନ୍ଦ ରହିବ ବୋଲି ଡିସେମ୍ବର ମାସର ଗାଇଡ ଲାଇନରେ କୁହାଯାଇଛି । ତେବେ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ବୃହତ୍ତ ରାଜନୈତିକ , ପ୍ରାଶାସନିକ , ଧାର୍ମିକ , ସ୍କାସ୍କୃତିକ ଏବଂ କ୍ରୀଡା ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର ।

ତେବେ ରାଜ୍ୟ ସରକାର କଣ୍ଟେଟମେଣ୍ଟ ଜୋନରେ ଲକଡାଉନ ବଳ ବତ୍ତର ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟା ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଅନୁସାରେ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଣ୍ଟେଟମେଣ୍ଟ ଜୋନ ଘୋଷଣା କରିପାରିବେ ।

କଣ୍ଟେଟମେଣ୍ଟ ଜୋନରେ କେବଳ ଜରୁରୀ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ , ଜରୁରୀ କାଳୀନ ଚିକିତ୍ସା ସୁବିଧା ଅତି ଆବଶ୍ୟକୀୟ ସାମଗ୍ରୀ ଏବଂ ସେବା ସୁବିଧା ଗୁଡିକୁ ବଜାଇ ରଖିବା ପାଇଁ ଏହି ଜୋନ ଗୁଡିକରେ ବା ବାହାରେ ଲୋକମାନଙ୍କର ଚଳପ୍ରଚଳକୁ ଅନୁମତି ଦିଆଯିବ । ମାତ୍ର ଅନ୍ୟ ସମସ୍ତ କ୍ଷେତ୍ରରେ ଯିବା ଆସିବା ଉପରେ କଡା ନିୟନ୍ତ୍ରଣ ରହିବ । ଏହି ଜୋନରେ ସର୍ଭିଲାନ୍ସ ଟିମ ଘରକୁ ଘର ବୁଲି ଲୋକମାନଙ୍କର ସ୍ୱାସ୍ଥ୍ୟା ପରୀକ୍ଷା କରିବେ । ନିର୍ଦ୍ଦିଷ୍ଟ ପ୍ରୋଟୋକଲ ଅନୁଯାୟୀ ସମସ୍ତଙ୍କର କୋଭିଡ ପରୀକ୍ଷା କରାଯିବ ।


କୋଭିଡ ପଜିଟିଭ ଚିହ୍ନଟ ସମସ୍ତ ଲୋକଙ୍କୁ 72 ଘଣ୍ଟା ଭିତରେ ଘଣ୍ଟାକୁ ଟେଷ୍ଟିଙ୍ଗ ମଧ୍ୟ କରାଯିବ । ଯେଉଂମାନେ ସେମାନଙ୍କର ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ 14 ଦିନ ସଂଙ୍ଗରୋଧ ରଖାଯିବ । କରୋନା ରୋଗୀଙ୍କର ଅତି କମରେ ଘଣ୍ଟାକୁ 80 ପ୍ରତିଶତ ଚିକିତ୍ସା କରାଯିବ ବୋଲି କୁହାଯାଇଛି । ଏହା ସହିତ ରୋଗୀ ମାନଙ୍କୁ ଯଥା ସମ୍ଭବ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।

ଯଦି ସେମାନେ ଘର ଆଇସୋଲେସନକରେ ରହିବା ପାଇଁ ଚାହାନ୍ତି ତେବେ ସେମାନେ ଘରେ ମଧ୍ୟ ରହିପାରିବେ । ଯଦି ସ୍ୱାସ୍ଥ୍ୟବସ୍ଥା ଭଲ ନଥାଏ ତେବେ ସଂଙ୍ଗେ ସଂଙ୍ଗେ ଡାକ୍ତରଖାନାକୁ ପଠେଇବାର ବ୍ୟବସ୍ଥା ମଧ୍ୟ କରାଯିବ । କଣ୍ଟେଟମେଣ୍ଟ ଜୋନରେ ଯେଉଁ ଭଳି ଭାବରେ ନିୟମ ପାଳନ କରାଯାଏ ତାହା ସ୍ଥାନୀୟ ପ୍ରସାସନ ଏବଂ ଜିଲ୍ଲା ପୋଲିସ ପ୍ରଶାନ ଏହଂ ମୁନିସିପାଲଟି କର୍ତ୍ତୃପକ୍ଷ ନିଶ୍ଚିତ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment