Odisha News Portal

ଆସିଲା ନୂଆ ନିୟମ ! କଲେଜ କୁ ଟାଇଟ ଜିନ୍ସ ଓ ଟି-ସାର୍ଟ ପିନ୍ଧି ଯାଇ ପାରିବେ ନାହିଁ ଛାତ୍ର ଛାତ୍ରୀ , ସେୟାର କରି ସମସ୍ତଙ୍କୁ ଜାଣନ୍ତୁ….

0 60

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ବିଦ୍ୟାର୍ଥୀ ମାନେ ଶିକ୍ଷାନୁଷ୍ଠାନକୁ ଯିବାର ସୁଯୋଗ ପାଇଛନ୍ତି । ଆଉ ଏଥିପାଇଁ ସେମାନଙ୍କ ମନରେ ବହୁତ ଆଗ୍ରହ ଓ ଉତ୍କଣ୍ଠା ମଧ୍ୟ ପରିଲକ୍ଷିତ ହୋଇଛି । ତେବେ କରୋନା ମହାମାରୀ କାରଣରୁ ଯେଉଁ ଲକଡାଉନ୍ ପରିସ୍ଥିତି ଚାଲିଥିବା ସେଥିପାଇଂ ପାଇଁ ସ୍କୁଲ କଲେଜ ସବୁ ବନ୍ଦ ରହିଥିଲା କିନ୍ତୁ ବର୍ତ୍ତମାନ ପୁଣି ଏହି ସବୁକୁ ଖୋଲିବା ପାଇଁ ସରକାର ଦେଇଛନ୍ତି ଅନୁମତି । ଶିକ୍ଷାନୁଷ୍ଠାନ ଖୋଲିବା ସହିତ ଶିକ୍ଷାର୍ଥୀଙ୍କର ସୁରକ୍ଷା ପାଇଁ ସରକାର ବହୁ ସୁରକ୍ଷିତ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି ।

ବହୁ ରାଜ୍ୟ ମାନଙ୍କରେ ସରକାର ପିଲା ମାନଙ୍କ ଉତ୍ତମ ଭବିଷ୍ୟତ ପାଇଁ ଶିକ୍ଷାନୁଷ୍ଠାନ ଯିବା ନିହାତି ଜରୁରୀ ସେଥିପାଇଁ ଏସବୁକୁ ଖୋଲିବା ସହିତ ପିଲା ମାନଙ୍କର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେବା ସହିତ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିଛନ୍ତି ।

ତେବେ କରୋନା ପାଇଁ ସବୁ ଆଡେ ଶିକ୍ଷାକୁ ନେଇ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଉଥିବା ବେଳେ ପାକିସ୍ତାନରେ ମଧ୍ୟ ଶିକ୍ଷା କ୍ଷେତ୍ରରେ କିଛି ପରିବର୍ତ୍ତନ ଦେଖା ଦେଇଛି, ଯାହା ଜାଣିଲେ ଆପଣ ପୂରା ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ପାକିସ୍ତାନର ହାଜାରା ବିଶ୍ଵବିଦ୍ୟାଳୟ ରେ କତୃପକ୍ଷ ତବୁଲଖି ଆଇଁ ଜାରି ରଖିଛନ୍ତି । ପ୍ରସ୍ଥୁ ନଖାଇବା ପ୍ରଦେଶରେ ଥିବା ଏହି ବିଦ୍ୟାଳୟରେ ବିଦ୍ୟାର୍ଥୀମାନଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍ ଲାଗୁ କରାଯାଇଛି ।

ଏହାସହିତ ଛାତ୍ରଛାତ୍ରୀମାନଙ୍କ ଟାଇଡ୍ ଜିନ୍ସ ପ୍ୟାଣ୍ଟ୍ ସହିତ ଟି ଶାର୍ଟ୍ ପିନ୍ଧିବାକୁ ବାରଣ କରିବା ସହିତ ବିଦ୍ୟାର୍ଥୀମାନେ ପାଠ ପଢିବାକୁ ଆସିଲା ବେଳେ କୌଣସି ମେକ୍ ଅପ୍ ନେବାକୁ ଏବଂ କୌଣସି ବି ଅଳଙ୍କାର ପିନ୍ଧିବାକୁ ବାରଣ କରାଯାଇଛି । ତେବେ ସେହି ବିଶ୍ଵବିଦ୍ୟାଳୟରେ ଏପରି ପ୍ରକାରର ବିବାଦୀୟ ଡ୍ରେସ୍ କୋଡ୍ କୁ ନେଇ ବହୁତ୍ ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଛି

ଏହାସହିତ ଛାତ୍ରମାନଙ୍କୁ ଶୋର୍ଟ୍, ବେକରେ ଚେନ୍ ଏବଂ ପାଦରେ ସ୍ଲିପର୍ ପିନ୍ଧି ଆସିବାକୁ ବାରଣ କରିବା ସହିତ ଲମ୍ବା ଚୁଟି ରଖିବାକୁ ବି ମନା କରାଯାଇଛି । ଏହାଛଡା ଛାତ୍ରଛାତ୍ରୀ ମାନଙ୍କୁ ବିନା ପରିଚୟ ପତ୍ରରେ ବିଶ୍ଵ ବିଦ୍ୟାଳୟ ପରିସର ଭିତରକୁ ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ଯଦି ପରିଚୟ ପତ୍ର ଦେଖାଇବ ତାହେଲେ କଲେଜ୍ ରେ ଏଣ୍ଟ୍ରି କରି ପାରିବେ ବୋଲି ପାକିସ୍ତାନର ଏହି ବିଶ୍ଵ ବିଦ୍ୟାଳୟ ତରଫରୁ କଡ଼ା ନିୟମ ସବୁ ଜାରି ରହିଛ । ତେବେ ଏହି ସବୁ ନିୟମ ମାନିବା ପାଇଁ ବିଦ୍ୟାର୍ଥୀ ମାନେ ବାଧ୍ୟ ଏବଂ ସେମାନେ ମଧ୍ୟ ଏହାକୁ ବହୁତ ପସନ୍ଦ କରିଛନ୍ତି ।

ଏହାବାଦ୍ ସେଠାକାର କର୍ମଚାରୀ ମାନଙ୍କୁ ପରିଷ୍କାର କପଡା ପିନ୍ଧିବାକୁ ମଧ୍ୟ କୁହାଯାଇଛି ଏବଂ ସେଠାରେ ଶିକ୍ଷା ଦାନ କରୁଥିବା ଅଧ୍ୟାପିକା ଓ ଅଧ୍ୟାପକ ମାନଙ୍କ ପାଇଁ ମଧ୍ୟ କିଛି ନୂଆ ନିୟମ ଜାରି ହୋଇଛି । ସେହି ନିୟମ ହେଉଛି ସେମାନଙ୍କ ପୋଷାକ ଓ ଡ୍ରେସ କୋଡ୍ କୁ ନେଇ । ଅର୍ଥାତ ଅଧ୍ୟାପକ ମାନେ ଶିକ୍ଷାଦାନ ସମୟରେ କଳା କୋଟ୍ ପିନ୍ଧିବେ ବୋଲି କୁହାଯାଇଛି ଏବଂ ଏହାକୁ ବିଶ୍ଵ ବିଦ୍ୟାଳୟ ମଧ୍ୟ ଅନୁମତି ପ୍ରଦାନ କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।