Odisha News Portal

ସାବଧାନ ! ପୁଣି ସରକାର ଙ୍କର ଆଣିଲେ ନୂଆ ନିୟମ । ସମୁଦ୍ର ପାଣି ଛୁଇଁଲେ ଦେବାକୁ ପଡିବ ଫାଇନ୍, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ , ନଚେତ୍ ପସ୍ତେଇବେ….

ଆପଣ ମାନେ ନିଶ୍ଚିତ ଭାବରେ ଜାଣି ଥିବେ ଯେ ସରକାର ଲୋକମାନଙ୍କର ଉନ୍ନତି ତଥା ପ୍ରଗତି ପାଇଁ ବିଭିନ୍ନ ଉନ୍ନତି ମୂଳକ ନିୟମ ତଥା ପଦକ୍ଷେମ ମାନ ଗ୍ରହଣ କରିଥାନ୍ତି । ତେବେ ବର୍ତ୍ତମାନର ସବୁଠୁ ବହୁତ ବଡ ଖବର ପ୍ରଶାସନ ପକ୍ଷରୁ ଜାରି ହୋଇଛି । ଚାଲନ୍ତୁ ଜାଣିବା କଣ ସେହି ନିୟମ ବିଷୟରେ । ତେବେ ପ୍ରଶାସନ ପକ୍ଷରୁ ଜାରି ହେଲା ନୂଆ ନିୟମ । ବର୍ତ୍ତମାନ ସମୁଦ୍ର ପାଣିକୁ ଛୁଇଁଲେ ଆପଣଙ୍କୁ ଦେବାକୁ ପଡ଼ିବ ମୋଟା ଅଂକର ଜୋରିମାନା । ଏଥିପାଇଁ ଜିଲ୍ଲା ପ୍ରଶାସନ ଗାଇଡ ଲାଇନ ଜାରି କରିଛନ୍ତି ସମୁଦ୍ରକୁ ପ୍ରବେଶ କରିବା ଏବଂ ପାଣିକୁ ଛୁଇଁବାକୁ ନେଇ । ତେଣୁ ଏଥିପାଇଁ ପ୍ରଶାସନ ପକ୍ଷରୁ ଧାରା 144 ମଧ୍ୟ ଲାଗୁ କରା ଯାଇଛି କେନ୍ଦ୍ରାପଡ଼ାର ରାଜନଗର ପେଣ୍ଠ ସମୁଦ୍ର କୂଳରେ । ଏହା ସହିତ ନାଲି ପତାକା ମଧ୍ୟ ସମୁଦ୍ର କୂଳରେ ଲଗାଇ ଅବଗତ ତଥା ସୂଚନା ମଧ୍ୟ ଦିଆ ଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ାର ରାଜନଗରର ଏହି ପେଣ୍ଠ ସମୁଦ୍ର କୂଳରେ ବିଗତ 15 ଦିନ ଭିତରେ ପାଣିରେ ବୁଡି ଦୁଇ ଜଣଙ୍କର ପ୍ରାଣହାନି ଘଟିଛି । ତେବେ ଏହି ଦୁଇ ଜଣ ହେଉଛନ୍ତି ଇଞ୍ଜିନିୟରିଂ ଛାତ୍ର ଏବଂ ଏହି ସମୁଦ୍ର କୂଳରେ ଗାଧୋଇବା ପାଇଁ ଯାଇ ଥିବା ବେଳେ ସେମାନେ ଭାସି ଯାଇ ଥିଲେ ଏବଂ ତାଙ୍କର ପ୍ରାଣହାନୀ ଘଟିଥିବା ଘଟଣା କୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ତେଣୁ ଏହି କାରଣରୁ ଏପରି ନିଷ୍ପତି ନେଇଛନ୍ତି ଜିଲ୍ଲା ପ୍ରାଶାସନ । ସୂଚନାଯୋଗ୍ୟ ଚଳିତ ମାସ ପହିଲାରେ ଯାଜପୁର ଜିଲ୍ଲା ଜରି ଗାଁର ଗୌରବ ରଥ ପାଣିରେ ଭାସି ଯାଇଥିବା ବେଳେ ପୁଣି ନଭେମ୍ବର 15 ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଗୁପ୍ତିରା ଗାଁର ସତ୍ୟଜିତ ବାଇ ପେଣ୍ଠ ସମୁଦ୍ର କୂଳରେ ବୁଲିବାକୁ ଯାଇ ଗାଧୋଇବା ସମୟରେ ପାଣିରେ ଭାସି ଯାଇଥିଲେ।

ଏହି ଦୁଇ ଘଟଣା ପରେ ଉକ୍ତ ଅଂଚଳରେ ଏକ ପ୍ରକାର ଅଭାବନୀୟ ପରିସ୍ଥିତି ତଥା ଦୁଃଖପୂର୍ଣ୍ଣ ସ୍ଥିତି ଉପୁଜି ଥିଲା । ଯାହା ଜଣା ପଡିଛି ଯାଜପୁରରୁ ଆସିଥିବା ଗୌରବଙ୍କର ମୃତଦେହ ମିଳିଥିବା ବେଳେ କେନ୍ଦ୍ରାପଡ଼ାର ସତ୍ୟଜିତଙ୍କ ମୃତଦେହ ଏପର୍ଯ୍ୟନ୍ତ ମିଳି ପାରିନାହିଁ । ଏହାଛଡା ବର୍ତ୍ତମାନ କରୋନା ସଂକ୍ରମଣ କାଳରେ ସମସ୍ତ ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିଥିବା ବେଳେ କେନ୍ଦ୍ରାପଡ଼ାର ରାଜନଗର ପେଣ୍ଠ ସମୁଦ୍ର କୂଳ ଖୋଲା ରହିଥିବାରୁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ବେଶ୍ ଜମିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିବାରୁ ପ୍ରଶାସନ ଲୋକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି 144 ଧାରା ଲାଗୁ କରିଛନ୍ତି ଏବଂ ପର୍ଯ୍ୟଟକଙ୍କ ପାଇଁ ପେଣ୍ଠ ସମୁଦ୍ର ପାଣିରେ ଗୋଡ ବୁଡାଇବାକୁ ମଧ୍ୟ ବାରଣ ଓ କଟକଣା ଲଗାଯାଇଛି । ଯଦି କେହିବି ପ୍ରଶାସନଙ୍କ କଟକଣାକୁ ବେଖାତିର କରନ୍ତି ତେବେ ସେମାନଙ୍କୁ ଜରିମନା ଦେବାକୁ ପଡ଼ିବ ବୋଲି ସୂଚନା ପ୍ରଦାନ କରାଯାଇଛି ଜିଲ୍ଲା ପ୍ରଶାସନ ପକ୍ଷରୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।