ପୁଣି ଆଜି ଚଳଚିତ୍ର ଜଗତକୁ ଆସିଲା ବଡ ଦୁଃଖଦ ଖବର । ଏହି ପ୍ରସିଦ୍ଧ ଅଭିନେତା ଙ୍କର ଆଜି ଅକାଳ ମୃତ୍ୟୁବରଣ ! ଚାରିଆଡେ ଖେଳିଗଲା ଶୋକର ଛାୟା….
ବରିଷ୍ଠ ଅଭିନେତା ରବି ମିଶ୍ରଙ୍କର ପରଲୋକ ଗତ କାଲି ହୋଇ ଯାଇଛି । ଭୂବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ହୃଦଘାତ୍ ରେ ତାଙ୍କର ପରଲୋକ ହୋଇଛି । ତେବେ ଚିକିତ୍ସାଧୀନ ଅବସ୍ଥାରେ ଏହି ଲୋକପ୍ରିୟ ଅଭିନେତା ଆଖି ବୁଜିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି ଏବଂ ମୃତ୍ୟୁ ବେଳକୁ ତାଙ୍କୁ 64 ବର୍ଷ ବୟସ ହୋଇଥିଲା । ସଂଖ୍ୟାଧୀକ ଓଡିଆ ଚଳଚିତ୍ର, ସିରିଏଲ୍ ରେ ସେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ତେବେ ବିଶିଷ୍ଠ ଅଭିନେତା ରବି ମିଶ୍ର ଙ୍କଲ ବିୟୋଗ ଓଡିଆ ଚଳଚିତ୍ର ଜଗତ ପାଇଁ ଏକ ବହୁତ ବଡ କ୍ଷତି ।
ତେବେ ଗତ କାଲି ସୁଟିଂସେଟ୍ ରେ ହୃଦ୍ଘାତର ଅଭିନୟ କଲା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ଆଉ ଅସୁସ୍ଥ ହେବାରୁ ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା କିନ୍ତୁ ସେହିଠାରେ ସେ ଚିର ଦିନ ପାଇଁ ଆଖି ବୁଜି ଦେଇଥିଲେ ।
ଉଭୟ ମଞ୍ଚ, ଚଳଚ୍ଚିତ୍ର ଓ ଟେଲି ସିରିୟଲରେ ଅଭିନୟ କରି ନିଜ ଛାପ ଛାଡ଼ି ଯାଇଛନ୍ତି ରବି ମିଶ୍ର। ‘ଗୋପାଳ ରହସ୍ୟ’ର ମୁଖ୍ୟ ଚରିତ୍ରରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିବା ବେଳେ ଲୋକ ଙ୍କୁ ଯୋଗାଉ ଥିଲା ହସର ଖୋରାକ ।
ଧାରାବାହିକ ଭାବରେ ତିନି ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ରବି ମିଶ୍ର ଓଡିଆ ଚଳଚିତ୍ର ଜଗତରେ ଓତଃପ୍ରୋତଃ ଭାବରେ ଜଡିତ ଥିଲେ । ସଂଖ୍ୟାଧିକ ଓଡିଆ ଚଳଚିତ୍ର ଏବଂ ସିରିଏଲ୍ ଠାରୁ ଆରମ୍ଭ କରି ଗୋପାଳଭାଣ୍ଡା ତାଙ୍କର ସର୍ବଶ୍ରେଷ୍ଠ ସିରିଏଲ୍ ଥିଲା ଯାହାକୁ ଓଡିଆ ଚଳଚିତ୍ର ପ୍ରେମୀ ଶ୍ରୋତା ଏବଂ ଦର୍ଶକ ପ୍ରେମୀ ବେଶ୍ ପସନ୍ଦ କରିଥିଲେ ।
ତେବେ ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ , ହୃଦଘାତରେ ତାଙ୍କର ଶରୀର ସଂମ୍ପୂର୍ଣ୍ଣ ଅସୁସ୍ଥ ଥିଲା । ତେବେ ଆହୁରି ଆନେକ ଅଭିନୟ ତାଙ୍କର ବାକି ଥିଲା , ଅନେକ ଚରିତ୍ରରେ ତାଙ୍କୁ ଅଭିନୟ କରିବାକୁ ଦର୍ଶକ ମାନଙ୍କର ଦେଖିବାକୁ ବାକି ଥିଲା କିନ୍ତୁ ଆଜି ତାଙ୍କର ପରଲୋକ ତାଙ୍କର ସବୁ ଅଭିନୟ ତଥା ସମସ୍ତ କଳା ଜୀବନକୁ ଏହିଠାରେ ହିଁ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି ।
ତେବେ ଏହା କେବଳ ଓଡିଆ ଚଳଚିତ୍ର ଜଗତର କାମ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଶୋକର ଖବର ନୁହେଁ ବରଂ ତାଙ୍କୁ ଭଲ ପାଉଥିବା ଅଗଣିତ ଦର୍ଶକ ଏବଂ ଶ୍ରୋତା ମାନଙ୍କ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଦୁଃଖ ଦାୟକ ଏବଂ ମର୍ମାହତ କରିଦେବା ଭଳି ଖବର ।
ତେବେ ତାଙ୍କର ମୃତ୍ୟୁ ଖବର ପାଇବା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ଏବଂ ଏହାସହିତ ଓଡିଶାର ବହୁ ବିଶିଷ୍ଠ ବ୍ୟକ୍ତିମାନେ ମଧ୍ୟ ଶୋକ ପ୍ରକାଶ କରିଛି । ତାଙ୍କର ଦେହାନ୍ତ ଚଳଚିତ୍ର ଜଗତକୁ ବହୁତ ବଡ କ୍ଷତି ପହଞ୍ଚାଇବା ସହିତ ଶୋକର ଲହରୀର ଭସାଇ ଦେଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।