Odisha News Portal

ପୁଣି ଅନୁଭବ – ବର୍ଷାଙ୍କ ବିବାଦରେ ନୂଆ ଟୁଇଷ୍ଟ ସାମ୍ନାକୁ ଆସିଛି , ସେମାନେ ପରସ୍ପର ଫୋନରେ କଥାବାର୍ତ୍ତା ହେଉଥିବାର କଲ ରେକଡିଙ୍ଗ୍ ଫର୍ଦ୍ଧାଫାସ୍ ହୋଇଛି…..

ଅନୁଭବ – ବର୍ଷାଙ୍କ ବିବାଦରେ ନୂଆ ଟୁଇଷ୍ଟ । ଅଲିଉଡ କ୍ୟୁଇନ୍ ବର୍ଷା ପ୍ରିୟଦର୍ଶନୀ କରୁଛନ୍ତି ମାଷ୍ଟର ମାଇଂଡ ପ୍ଲାନ । ତେବେ ଅଭିନେତା ତଥା ସାସଂଦ ଅନୁଭବ ମହାନ୍ତିଙ୍କୁ ଫସାଇବା ପାଇଁ ବର୍ଷା ଏପରି କରୁଥିବାର ତାଙ୍କର କଲ୍ ରେକଡିଂରୁ ଜଣା ପଡିଛି । ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ଅନୁଭବ- ବର୍ଷାଙ୍କ ମଧ୍ୟରେ ଗୋଟିଏ ବହୁତ ବଡ ସମସ୍ୟା ଚାଲିଛି । ଯାହାର ସମାଧାନ ଏ ପର୍ଯ୍ୟନ୍ତ ହୋଇ ପାରି ନଥିବା ବେଳେ ସୋସିଆଲ ମିଡିଆରେ ଆଉ ଏକ ଖବର ବର୍ତ୍ତମାନ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ଯାହାକି ବର୍ଷାଙ୍କ କଲ୍ ରେକଡିଂ ।

ଅଭିନେତା ଅନୁଭବ ମହାନ୍ତି ଏବଂ ଅଲିଉଡ କ୍ୟୁଇନ୍ ବର୍ଷା ପ୍ରିୟଦର୍ଶନୀଙ୍କୁ ନେଇ ଉଠିଥିବା ବିବାଦ ଥମିନଥିବାବେଳେ ପୁଣି ଏକ ନୂଆ ବିବାଦ ସାମ୍ନାକୁ ଆସିଛି । ତେବେ ଆପଣ ମାନେ ଜାଣିଛନ୍ତି ଯେ ବର୍ଷା ପ୍ରିୟଦର୍ଶନୀ ଏବଂ ଅନୁଭବ ମହାନ୍ତି ପରସ୍ପର ମିଶିବା ପାଇଁ ଏବଂ ନିଜ ନିଜ ଭିତରେ ଥିବା ଖରାପ ତଥା ଭୁଲ ବୁଝାମଣାକୁ ଠିକ କରିବା ପାଇଁ କି ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହାପରେ ଦିଲ୍ଲୀ ପଟିଆଲା୍ ହାଉସ କୋର୍ଟରେ ରହି ଥିବା ଛାଡପତ୍ର କେସ୍ କୁ କଟକ ସ୍ଥାନାନ୍ତରଣ ପାଇଂ କି ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ମାନ୍ୟବର ସୁପ୍ରିମ କୋର୍ଟରେ ଆବେଦନ କରି ଥିଲେ ଏବଂ ଏହି ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ ଏହି ରାୟ ଶୁଣାଇ ଥିବା ସମୟରେ ଏଥି ସହିତ ଉଭୟଙ୍କ ପକ୍ଷ ମଧ୍ୟରେ ଭିତ୍ତିକ ସମୟିତ୍ତିକ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି । ଏହା ସହିତ କୋର୍ଟ ଦୁଇ ଜଣଙ୍କ ମଧ୍ୟରେ ଆପୋଶ ବୁଝାମଣା ପାଇଂ ଉଭୟ ପକ୍ଷଙ୍କର ଓକିଲ ମାନଙ୍କ ପାଖକୁ ନୋଟିସ ଜାରି କରିଥିଲେ ।


ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀ ନଭେମ୍ବର 15 ତାରିଖରେ ପରସ୍ପରକୁ ଭେଟି ଛାଡପତ୍ର ମାମଲା ଆପୋସ ସମାଧାନ ଲାଗି ଆଲୋଚନା କରିବେ । ସୁପ୍ରିମ କୋର୍ଟର ମଧ୍ୟସ୍ଥତା କେନ୍ଦ୍ର ଏହି ବୁଝାମଣା ଅନୁଷ୍ଠିତ ହେବ । ବର୍ଷାଙ୍କ ଓକିଲଙ୍କ ସହ ଆଲୋଚନା ପରେ 15 ତାରିଖରେ ବୁଝାମଣା ପାଇଁ ସ୍ଥିର ହୋଇଥିବା ଅନୁଭବଙ୍କ ଓକିଲ ଅଶ୍ବନୀ ଦିବେ କହିଛନ୍ତି ।

ମାମଲାର ପରବର୍ତ୍ତୀ ଶୁଣାଣୀ ଡିସେମ୍ବର 8 ତାରିଖରେ ହୋଇ ପାରେ । ତେବେ ଏମାନେ ଓଡିଆ ସିନେମାର ଖ୍ୟାତିନାମା ବ୍ୟକ୍ତିତ୍ବ ହୋଇଥିବାରୁ ଆପୋସ ଆଲୋଚନା ମାଧ୍ୟମରେ ବୈବାହିକ ବିବାଦର ସମାଧାନର ସୂତ୍ର ବାହାର କରିବା ଲାଗି ଗତ 16 ତାରିଖରେ ଜଷ୍ଠିସ୍ ହୃଷିକେଶ ରାୟଙ୍କର ଖଣ୍ଡପୀଠ ସେମାନଙ୍କୁ ନିଦ୍ଦେଶ ଦେଇଥିଲେ ।

କିନ୍ତୁ ବର୍ତ୍ତମାନ ବର୍ଷାଙ୍କ କଲ୍ ରେକଡିଂ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯାହା ଜଣା ପଡୁଛି ବର୍ଷା କେବଳ ଅନୁଭବଙ୍କୁ ତାଙ୍କ ପଦବୀରୁ ଏବଂ ତାଙ୍କର କ୍ୟାରିଅରକୁ ନଷ୍ଟ କରିବା ପାଇଁ ଏହି ବଡ ଯୋଜନା କରିଥିଲେ । ତେବେ ସେ ତାଙ୍କ ବଡ ଭଉଣୀଙ୍କ ସହିତ ଫୋନରେ ଅନୁଭବଙ୍କୁ ତାଙ୍କ ପ୍ଲାନରେ ଫସାଇବା କଥା ହେଉଥିବା ରେକଡିଂ ବର୍ତ୍ତମାନ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି ।ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।