ସରକାର କେଲେ ବଡ ନିଷ୍ପତି ! ସ୍କୁଲ ଖୋଲିବାକୁ ନେଇ ସରକାର କଲେ ତାରିଖ ଘୋଷଣା ,ଜାରିହେଲା ଏହି କଡା ଗାଇଡଲାଇନ୍. ଜାଣିରଖନ୍ତୁ ନଚେତ୍ ହୋଇରାଣ ହେବେ……
ଆସିଗଲା ଡିସେମ୍ବର ମାସର ଗାଇଡ ଲାଇନ ଯେଉଁଥିରେ ସରକାର କହିଛନ୍ତି କି ଏହି ମାସ ଠାରୁ ଖୋଲିବ ସ୍ତୁଲ କଲେଜ ଏବଂ ଏହା ସହିତ କେଉଁ ଜିନିଷ ପ୍ରତି ସେ କଟକଣା କୋହଳ କରିଛନ୍ତି ଏବଂ କାହା ପ୍ରତି ଅଧିକ କଟକଣା ଜାରି କରିଛନ୍ତି ଆସନ୍ତୁ ଜାଣିବା ସେ ବିଷୟରେ । ତେବେ ସରକାର ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନେଇ କରି ବଡ ନିଷ୍ପତ୍ତି ଘୋଷଣା କରିଛନ୍ତି । ଯାହା ଫଳରେ କି କରୋନାକୁ ନେଇ କରି ଡିସେମ୍ବର 31 ଯାଏ ନୂଆ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । କଣ୍ଟେଟମେଣ୍ଟ ଜୋନରେ ଲକଡାଉନ ଜାରି କରି ଦିଆ ଯାଇପାରିବ । ସ୍ଥାନୀୟ ପ୍ରଶାସନ ସତର୍କତା ସହ କଣ୍ଟେଟମେଣ୍ଟ ଜୋନ ନିର୍ଦ୍ଦାରଣ କରିବେ ।
ଟେଶ୍ଟି , ଟେସିଙ୍ଗ ଏବଂ ଆଇସୋଲେସନ ଉପରେ ଗାଇଡଲାଇନ ଜାରି କରାଯାଇଛି । ଡିସେମ୍ବର 31 ଯାଏ ଦେଶ ବାହାରକୁ ବିମାନ ଯାତ୍ରା ମନା । ପ୍ରାଶାସନିକ , ରାଜନୀତିକ , ଧାର୍ମିକ ଆଦି ସ୍ଥାନରେ ଅଧିକ ଗହଳି ମାନ ।ତେବେ ହଲରେ 50 ପ୍ରତିଶତ କ୍ଷେତ୍ରରେ 100 ଜଣକୁ ନେଇ କରି ବାଣିଜ୍ୟିକ ପ୍ରଦର୍ଶନ ।
ବାହାଘର ଉତ୍ସବରେ 200 ଜଣ ଲୋକଙ୍କୁ ନେଇ କରି ସର୍ତ ମୂଳକ ଅନୁମତି । ଅନ୍ତେଷ୍ଟି କ୍ରିୟା କାର୍ଯ୍ୟରେ ସର୍ବଧିକ 50 ଜଣଙ୍କୁ ମିଳିବ ଅନୁମତି । ବିବାହ ଅନ୍ତଷ୍ଟି କ୍ରିୟା ହଲରେ 50 ପ୍ରତିଶତ ଲୋକମାନଙ୍କୁ ମିଳିବ ଅନୁମତି । ଏହା ସହିତ ଏହି ସମସ୍ତ କାର୍ଯ୍ୟରେ ମାକ୍ସ ଏବଂ ସାମାଜିକ ଦୂରତା ବଜାୟ ରଖିବା ନିତାନ୍ତ ଜରୁରୀ ଅଟେ ।
ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ , କଲେଜ ଖୋଲିବା ନେଇ ନିଷ୍ପତ୍ତି ନେବ ଗଣ ଶିକ୍ଷା ବିଭାଗ । କଲେଜ ଏବଂ ଉଚ୍ଚ ଶିକ୍ଷା ଅନୁଷ୍ଟାନ ଖୋଲିବାର ଅନୁମତି ନେବ ଉଚ୍ଚ ଶିକ୍ଷା ବିଭାଗ । ଇଜ୍ଞିନିୟରିଂ କଲେଜ ଏବଂ ବୈଷୟିକ କଲେଜ ଖୋଲିବା ଅନୁମତି ନେବ ଉଚ୍ଚ ଶିକ୍ଷା ବିଭାଗ । ସ୍କୁଲ , କଲେଜ ଖୋଲୁ ନଥିଲେ ମଧ୍ୟ ପରୀକ୍ଷା ଏବେ ଖାତା ଦେଖା ଚାଲୁ ରହିବ । ଅନଲାଇନ ଏବଂ ଦୂର ନିରନ୍ତର ଶିକ୍ଷାକୁ ପ୍ରୋତ୍ସାହନ ଦିଆଯିବ ।
ତେବେ ଡିସେମ୍ବର 31 ଯାଏ ବନ୍ଦ ରହିବ ସମସ୍ତ ଅଙ୍ଗନ ବାଡି କେନ୍ଦ୍ର । ହିତାଧିକାରୀଙ୍କୁ ଘରେ ରାସନ ପହଞ୍ଚାଇବାର କାର୍ଯ୍ୟ ଜାରି ରହିବ । ଧାର୍ମିକ ଅନୁଷ୍ଟାନକୁ ପ୍ରବେଶ ଅନୁମତି ଦେଇପାରିବେ ସ୍ଥାନୀୟ ପ୍ରଶାସନ । ତେବେ ଏହି ସମସ୍ତ କାର୍ଯ୍ୟ ପ୍ରତି ସରକାର କଟକଣା ଜାରି କରିଛନ୍ତି ଏବଂ କେହଳ କରିଛନ୍ତି । କାହିଁକିନା ଏବେ କୋରନାର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଛି , ଏଥିପାଇଁ ସମସ୍ତଙ୍କୁ ସର୍ତକତାର ସହ ରହିବା ଆବଶ୍ୟକ । ଏହା ସହିତ ସରକାରଙ୍କର ସମସ୍ତ ଗାଇଡ ଲାଇନକୁ ମାନି କରି ଘରି ବାହାରକୁ ବାହାରିବେ ବିଶେଷ କିଛି କାମ ନଥିଲେ ଘରୁ ବାହାରକୁ ବାହାରିବେ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।