କିଡ଼ନୀ ଖରାପ ( kidney failure ) ହେବାର ୯ଟି କାରଣ – Health Tips

ବନ୍ଧୁଗଣ ଏବେ ଅନେକ ପ୍ରକାର ରୋଗ ଦେଖାଦେଲାଣି, ଯାହା ଦ୍ଵାରା ଆମେ ବିଭିନ୍ନ ସମସ୍ୟା ଭୋଗ କରିଥାଉ |ଆମ ଶରୀରରେ ବିଭିନ୍ନ ଅରଗାନ ଗୁଡିକରେ ବହୁତ କମ ବୟସରୁ ବିଭିନ୍ନ ପ୍ରୋବ୍ଲେମ ବାହାରିଥାଏ |ମନୁଷ୍ୟ ଶରୀରରେ ଅଧିକାଂଶ ସମୟରେ କୀଡନି ଫେଲ ହବାର ଆପଣ ଜାଣିଥିବେ ନିଶ୍ଚିତ,କିଡ଼ନୀ ଆମ ଶରୀର ରକ୍ତ ସଫା କରିଥାଏ ଏବଂ ପରିସ୍ରା ଦ୍ଵାରା ଶରୀର ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ |ଏହି କିଡ଼ନୀ ଫେଲ ହବାର ସମସ୍ୟା ଦିନକୁ ଦିନ ବଢ଼ିବାରେ ଚାଲିଛି |ମୁଁ ଆଜି ଆପଣଙ୍କୁ କିଡ଼ନୀ ଫେଲ ହବାର କିଛି କାରଣ ବିଷୟରେଜଣେଇବି |

1 :-ପ୍ରଥମତଃ ଆପଣ କମ ପାଣି ପିଇବା, ଆମେ ଯଦି ଯଥେଷ୍ଟ ପରିମାଣରେ ପାଣି ନ ପିଉଛେ ତେବେ ଆମେ ଆମ କିଡ଼ନୀକୁ ରିକ୍ସ ରେ ପକାଉଛେ |ଯଦି ଆପଣ ଯଥେଷ୍ଟ ପରିମାଣରେ ପାଣିପିଉ ନାହାନ୍ତି ତେବେଆପଣଙ୍କ ଶରୀରରୁ ଏହି ବିଷାକ୍ତ ଜିନିଷ ନ ବାହାରି କିଡ଼ନୀରେ ଜାମହୋଇ ରହିଯାଏ |ଯାହାଦ୍ୱାରା କିଡ଼ନୀ ଡ୍ୟାମେଝ ହୋଇଯାଏ |

2:-କିଡ଼ନୀକୁ ସୁସ୍ଥ ରଖିବା ପାଇଁ ହେଲେ ଆପଣ ପରିସ୍ରା ଲାଗିଥିବା ସମୟରେ ପରିସ୍ରା କରିବା ଏକାନ୍ତ ଆବଶ୍ୟକ, ଯଦି ଆପଣ ପରିସ୍ରାକୁ ଅଧିକ ସମୟ ରୋକି ରଖନ୍ତି ତେବେ ଏହା ଦ୍ଵାରା କିଡ଼ନୀରେ ହାଇଡ୍ରୋ ନେପରୋସିସ ହୋଇଥାଏ |ଯାହାକି କିଡ଼ନୀରେ ପରିସ୍ରାକୁ ଓଲଟା ଦିଗରେ ପ୍ରବାହ କରିଥାଏ, ଏହାଦ୍ୱାରା କିଡ଼ନୀ ଇନଫେକ୍ସନ ହୋଇ ଡାମେଜ ହୋଇଥାଏ |

3:-ଯଦି ଆପଣ ଅଧିକ ଲୁଣ ଖାଉଛନ୍ତି ତେବେ ଆମ ଶରୀରରୁ ସୋଡିୟମ କୁ କିଡ଼ନୀ ହି ସଫା କରିଥାଏ,ଏହା ଦ୍ଵାରା କିଡ଼ନୀକୁ ଅଧିକ ସମୟ କାର୍ଯ୍ୟ କରିବାକୁ ପଡିଥାଏ |ଯାହାଦ୍ୱାରା କିଡ଼ନୀ ନଷ୍ଟ ହବାର ସମ୍ଭାବନା ରହିଛି |

4:-ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ପ୍ରୋଟିନ ଜାତୀୟ ଜିନିଷ ଖାଉଛନ୍ତି,ତେବେ ଏହା ଆପଣଙ୍କ ପାକସ୍ଥଳୀ ଉପରେ ପ୍ରଭାବ ପକାଇବା ସହିତ କିଡ଼ନୀକୁ ମଧ୍ୟ୍ୟ ପ୍ରୋବ୍ଲେମରେ ପକାଇଥାଏ |

5:-ଆପଣ ଯଦି ଅଧିକ କାଫିନ ଯୁକ୍ତ ଖାଦ୍ୟ ଖାଉଛନ୍ତି ଯଥା -ଚକଲେଟ,କଫି ଥଣ୍ଡା ପାନୀୟ ଏବଂ ଏନନରଜି ଡ୍ରିଙ୍କ |ଏହି ସବୁ ଖାଇବାଦ୍ଵାରା ଶରୀରରେ ରକ୍ତର ଚାପ ଅଧିକ ହୋଇଥାଏ, ଯାହାଦ୍ୱାରା କିଡ଼ନୀକୁ ଅଧିକ ରକ୍ତ ପ୍ରବାହ କରିବାକୁ ପଡିଥାଏ |ଏହା କିଡ଼ନୀ ଉପରେ ଅଧିକ ପ୍ରବାହ ପକାଇଥାଏ ଏବଂ ଏହା କିଡ଼ନୀ ଫେଲ ହବାର ଏକ ଅନ୍ୟତମ କାରଣ ଅଟେ |

6:-ଅଧିକ ଧୁମ୍ରପାନ ହେତୁ ବ୍ଲଡ଼ପ୍ରେସର ବଢିବା ସହିତ ହାର୍ଟରେଟ ମଧ୍ୟ୍ୟ ବଢିଥାଏ, ଯାହାଦ୍ଵାରା କି କିଡ଼ନୀକୁ ସଂଯୋଗ କରୁଥିବା ବ୍ଲଡ଼ଭେସେଲ ଗୁଡିକ ସଂକିନ୍ନ ହୋଇଯାଏ |କିଡ଼ନୀକୁ ଭଲରେ ରକ୍ତ ପ୍ରବାହ କରିପାରେ ନାହିଁ ଓ କିଡ଼ନୀ ପ୍ରୋବ୍ଲେମ ହୋଇଥାଏ |

7:-ସାମାନ୍ୟ ପ୍ରୋବ୍ଲେମ କାରଣରୁ ଯଦି ଆପଣ ଅଧିକ ପେନକିଲର ଟାବଲେଟ ବ୍ୟବହାର କରିଥାଅ ତେବେ ଏହାଦ୍ଵାରା ଶରୀରର ରକ୍ତର ପରିମାଣ କମିଯାଏ |ଏହାଦ୍ଵାରା କିଡ଼ନୀ ନଷ୍ଟ ହୋଇଯାଏ |

8:-ଆପଣ ଅଧିକ ମଦ କିମ୍ବା ଆଲକହଲ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ଲିଭର ଓ କିଡ଼ନୀକୁ ଶୀଘ୍ର ନଷ୍ଟ କରିଦିଏ |କୀଡୀନି ଏହି ବିଷାକ୍ତ ଜିନିଷକୁ ଶୀଘ୍ର ବାହାରକୁ ବାହାର କରିବାପାଇଁ ଚେଷ୍ଟା କରେ, ମଦ ପିଇବା ଦ୍ଵାରା ବାରମ୍ବାର ପରିସ୍ରା ଲାଗିଥାଏ ଓ ଏଥିରେ ଶରୀରରୁ ପାଣିଅଂଶ କମିଯାଏ ଏବଂ କିଡ଼ନୀରେ ୟୁରିକ ଏସିଡ ଜମିଯାଏ ଯାହାଦ୍ୱାରା ପରିସ୍ରା କରିବାରେ ଅସୁବିଧା ହୋଇଥାଏ | ଏହା କିଡ଼ନୀ ଉପରେ ଅଧିକ ପ୍ରଭାବ ପକାଇଥାଏ ଓ କିଡ଼ନୀ ଫେଲ ହବାର ସମ୍ଭାବନା ରହିଥାଏ |

9:-ଏକ ରିସର୍ଚ୍ଚରୁ ଦେଖାଯାଇଛି ଯେ ଯାଉବ୍ୟକ୍ତିମାନେ 5ରୁ 6ଘଣ୍ଟା ପ୍ରତ୍ୟକଦିନ ଶୋଉନାହାନ୍ତି, ସେମାନଙ୍କ ଠାରେ କିଡ଼ନୀ ଜନିତ ସମସ୍ୟା ଅଧିକ ଦେଖାଦେଇଥାଏ |ତେଣୁ ଆପଣ 5ରୁ 6ଘଣ୍ଟା ଶୁଇବା ପାଇଁ ଚେଷ୍ଟା କରନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment