Odisha News Portal

ପୁଣି ଛାତ୍ର ଶିକ୍ଷକ ସଂପର୍କ ରେ ଲାଗିଲା କଳଙ୍କ ! ଛାତ୍ରୀ ସହିତ ଯୌନ ସମ୍ପର୍କ ରଖିବା ପାଇଁ ଫେଲ୍ ଧମକ ଦେଲେ ଶିକ୍ଷକ ! ଆପଣ ଙ୍କ ମତରେ ଏପରି କଳଙ୍କିତ ଶିକ୍ଷକ ଙ୍କୁ କିପରି ଦଣ୍ଡ ବିଧାନ ହେବା ଦରକାର ?

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କଥା ବିଷୟରେ କହିବୁ ଯାହା ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିର ସମାଜରେ ସବୁଠୁ ପବିତ୍ର ସଂପ୍ରକ ହେଉଛି ଛାତ୍ର ଶିକ୍ଷକ ସଂପର୍କ , ଯାହାକୁ ଆମେ ମାନେ ବହୁତ ସମ୍ମାନ ପ୍ରଦାନ କରିଥାଉ । କାରଣ ଜଣେ ଛାତ୍ରୀ ନିଜର ସମସ୍ତ ଶିକ୍ଷାର ଅସୁବିଧାକୁ ନିଜର ଶିକ୍ଷକଙ୍କର ସହିତ ବିନା ଦ୍ୱିଧାରେ ପଚାରିଥାଏ । ମାତ୍ର ଏବେ ଲୋକମାନେ ଏହି ସଂପର୍କକୁ ମଧ୍ୟ ହୀନତୁଲ୍ୟ କରିବାରେ ପଛଘୁଞ୍ଚା ଦେଉନାହାନ୍ତି । କାରଣ ବେଳେବେଳେ ଏପରି କାମ କରୁଛନ୍ତି କି ଲୋକମାନଙ୍କର ଏହି ସଂପ୍ରକରୁ ମଧ୍ୟ ବିଶ୍ୱାସ ତୁଟିବାରେ ଲାଗିଛି ।

କାରଣ ଏବେକା ସମୟରେ ଏପରି ଏକ ଘଟଣା ଆମ ମାନଙ୍କ ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ମୁଣ୍ଡରେ ହାତ ଦେବେ କି ଜଣେ ଶିକ୍ଷକ ହୋଇ ଏପରି କେମିତି କରିପାରିଲେ ।

ରାଜସ୍ଥାନର ଅଲୱାର ଜିଲ୍ଲାରେ ଏକ ଅବାବନୀୟ ଘଟଣା ସାମ୍ନାକୁ ଆସିଛି , ଏହିଠାରେ ଜଣେ ଶିକ୍ଷକ ଗିରଫ ହେବା ଘଟଣା ଚର୍ଚ୍ଚାକୁ ଆସିଛି । ଶିକ୍ଷକ ଜଣକ ନିଜର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବାର କଥା ସାମ୍ନାକୁ ଆସିଛି । ଏହା ସହିତ ଶିକ୍ଷକ ଜଣକ ସେହି ଶିକ୍ଷାର୍ଥୀକୁ ଫେଲ କରିବାର ଧମକ ମଧ୍ୟ ଦେଇଛନ୍ତି ବୋଲି ଜଣାପଡିଛି । ଶିକ୍ଷକ ଜଣକ ଶିକ୍ଷାର୍ଥା ସହ ଶାରିରୀକ ସଂପର୍କ ରଖିବା ପାଇଁ ଚାପ ପକାଇବା ଅଭିଯୋଗରେ ପୋଲିସ ଶିକ୍ଷକଙ୍କୁ ଗିରଫ କରିଛି ।

 ଗିରଫ ପରେ ସଂପୃକ୍ତ ଶୁକ୍ଷକଙ୍କୁ ଅଲୱାର ପ୍ରୋକ୍ସ କୋର୍ଟରେ ହାଜର କରାଯାଇଛି । ଏହି ଘଟଣା ଅଲୱାର ଜିଲ୍ଲାର ମାଣ୍ଡଣ ଥାନାର , ଏଠାରେ ଥିବା ଏକ ରାଜକୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିଯୁକ୍ତ ଶିକ୍ଷକ ଦେବପ୍ରସାଦ ଯାଦବ ଶିକ୍ଷାର୍ଥୀ ଫେଲ କରିଦେବାର ଭୟ ଦେଖାଇ ଛାତ୍ରୀଙ୍କ ସହ ଅସାଦଚରଣ କରୁଥିଲା କେବଳ ଏତିକି ନୁହେଁ ଅତ୍ୟଧିକ ଚାପ ମଧ୍ୟ ପକାଉଥିବା ନେଇ ଛାତ୍ରୀ ଜଣକ ଅଭିଯୋଗ କରିବା ପରେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରିଛି ପୋଲିସ ।

ନିମ୍ରାନା ପୋଲିସର ବରିଷ୍ଟ ଅଧିକାରୀ ଲୋକେଶ ମିନା ସ୍କୁଲରେ ପହଞ୍ଚି ଛତ୍ରୀ ସ୍କୁଲ ଷ୍ଟାଫଙ୍କ ସହ ଗ୍ରାମବାସୀ ଏବଂ ଅବିଭାବକ ସହ ଆଲୋଚନା ପରେ ଥାନାରେ ମାମଲା ରୁଜୁ ହୋଇଥିଲା । ସ୍କୁଲରେ ତିନି ଘଣ୍ଟାରେ ଯାଞ୍ଚ ପରେ ଦେବପ୍ରସାଦଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି । ଏସପି ଲୋକେଶ ମିନାଙ୍କର ସୂଚନା ଅନୁସାରେ ଏହି ମାମଲା ବର୍ତ୍ତମାନ ପୋଷ୍କ ଆଇନ ଅଧିନ ହୋଇଛି ।

ସଂପୃକ୍ତ ଶିକ୍ଷକତଙ୍କୁ ଆସନ୍ତା ଫେବୃଆରୀ 2 ତାରିଖ ଯାଏ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ପୋଷ୍କ ଆପର ସହ ସଂପୃକ୍ତ ଶିକ୍ଷକଙ୍କର ବିରୋଧରେ ଏସସି ଏସଟି ଆକ୍ଟ ଦୁଃବ୍ୟବହାର ଧାରାରେ ମାମଲା ରୁଜୁ ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।