Odisha News Portal

ଆସନ୍ତା 30 ତାରିଖ ସୋମବାର ଅର୍ଥାତ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ବର୍ଷର ଚତୁର୍ଥ ଏବଂ ଅନ୍ତିମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି !ଏହି କାମ କରିବେ ନାହିଁ….

ଆସନ୍ତା 30 ତାରିଖ ସୋମବାର ଅର୍ଥାତ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ବର୍ଷର ଚତୁର୍ଥ ଏବଂ ଅନ୍ତିମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ଏହା ପୂର୍ବରୁ ତିନୋଟି ଚନ୍ଦ୍ରଗ୍ରହଣ ଏହା ପୂର୍ବରୁ ଲାଗି ସାରିଛି । ଏହା ଭାରତର ଚତୁର୍ଥ ଏବଂ ଅନ୍ତିମ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ଏହା ଆସନ୍ତା 30 ନଭେମ୍ବର କାର୍ତ୍ତିକ ପୂର୍ଣ୍ଣିମା ଦିନରେ ଲାଗିବାକୁ ଯାଉଛି । ତେବେ ଏହି ଚନ୍ଦ୍ରଗ୍ରହଣ ହେଉଛି ଏକ ଉପଛାୟା ଚନ୍ଦ୍ରଗ୍ରହଣ । ତେବେ ଏହି ଭିଡିଓ ମାଧ୍ୟମରେ ଆମେ ମାନେ ଜାଣିବା କି ଏହି ଚନ୍ଦ୍ରଗ୍ରହଣର ହାଣ୍ଡିଛାଡ ସମୟ ମାନ୍ୟ ହେବ କି ନାହିଁ । ଏହା ସହିତ ଗର୍ଭବତୀ ମହିଳା କିପରି ସାବଧାନ ରହିବେ କଣ କରିବେ ସେ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ ।

30 ତାରିଖ ସୋମବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ଲାଗିବାକୁ ଯାଉଥିବା ଚନ୍ଦ୍ରଗ୍ରହଣ ହେଉଛି ପୂବ ଛାୟା ଚନ୍ଦ୍ରଗ୍ରହଣ । ଏହି ଗ୍ରହଣ ଲାଗିବାର ସମୟ ହେଉଛି 1. 04 ମିନିଟରେ ଆରମ୍ଭ ହୋଇ ସନ୍ଧ୍ୟା 5 .22 ମିନିଟରେ ଶେଷ ହେବ ।

ଏହି ଗ୍ରହଣ ମହାକାଶରେ ପ୍ରାୟତଃ 4 ଘଣ୍ଟା 14 ମିନିଟ ଏବଂ 5 ସେକେଣ୍ଡ ପର୍ଯ୍ୟନ୍ତ ରହିବ । ଅପରାହ୍ନ 3 ଟା 13 ମିନିଟରେ ସର୍ବାଧିକ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଗ୍ରହଣ ସନ୍ଧ୍ୟା ସମୟରେ ଦେଉଥିବାରୁ ଏହି ଚନ୍ଦ୍ରଗ୍ରହଣ ଶ୍ରୀଲଙ୍କା , ସାଉଦିଆରବ , ବର୍ଣିଓ , ଆମେରାକି , ଅଷ୍ଟ୍ରେଲିଆ ଏବଂ ଏସିଆର ଦକ୍ଷିଣ ଭାଗରେ ଦେଖାଯିବ । ଏହା କିଛି ସମୟ ପାଇଁ ଭାରତ ସମେତ ଦକ୍ଷିଣ ଓଡିଶାରେ ଦୃଶ୍ୟମାନ ହେବ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଉପଛାୟା ଚନ୍ଦ୍ରଗ୍ରହଣ ହେବା କାରଣରୁ ଏହି ଚନ୍ଦ୍ରଗ୍ରହଣ ସୂତକ ସମୟ ବା ହାଣ୍ଡିଛାଡ ସମୟ ମାନ୍ୟ ହେବ ନାହିଁ । କାରଣ ସେହି ଗ୍ରହଣର ସୂତକ ସମୟ ମାନ୍ୟ ହୋଇଥାଏ ଯାହା ଖାଲି ଆଖିରେ ଦେଖା ଯାଇଥାଏ । ଷେହେତୁ ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ ସେଥିପାଇଁ ଏହା ଖାଲି ଆଖିରେ ଦୃଶ୍ୟମାନ ହେବ ନାହିଁ ।

ତେଣଉ ଆସନ୍ତା 30 ତାରିଖରେ ଲାଗୁଥିବା ଚନ୍ଦ୍ରଗ୍ରହଣର ସୂତକ ସମୟ ମାନ୍ୟ ହେବ ନାହିଁ । ଏଥିସହିତ ଏହି ଚନ୍ଦ୍ରଗ୍ରହଣର ପୂଜା କାର୍ଯ୍ୟ ମଧ୍ୟ ବନ୍ଦ ହେବ ନାହିଁ । ଏହି ସମୟରେ ଗର୍ଭବତୀ ମହିଳା ମାନଙ୍କୁ ପରାମର୍ଶ ନେବା ପାଇଁ ସତର୍କ କରାଯାଇଛି । ଆପଣ ମାନେ ଏହି ଚନ୍ଦ୍ରଗ୍ରହଣକୁ ଦେଖନ୍ତୁ ନାହିଁ । ଗର୍ଭବତୀ ମହିଲା ମାନେ ଧାରୁଆ ଜିନିଷର ବ୍ୟବହାର କରନ୍ତୁ ନାହିଁ । ଗର୍ଭବତୀ ମହିଲା ମାନେ ଏହି ସମୟରେ ଶୋଇବା ଉଚିତ ନୁହେଁ । ଗ୍ରହଣ ଛାଡିବା ପରେ ସ୍ନାନ କରିବା ଉଚିତ । ଏହା ସହିତ ଦେବନୀତି ଏବଂ ପୂଜା କାର୍ଯ୍ୟ ମଧ୍ୟ ବନ୍ଦ ହେବ ନାହିଁ । ଏହା ସହିତ ଗ୍ରହଣ ଲାଗୁଥିବା ସମୟରେ କଲା ରଙ୍ଗର ବସ୍ତ୍ର ପିନ୍ଦିବା ଉଚିତ ନୁହେଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।