Odisha News Portal

ଅସହାୟ ବାପା ମାଁ ଙ୍କ ଦୁଃଖଭରା କାହାଣୀ । ଘରୁ ତଡି ଦେଲେ ପୁଅବୋହୂ ! ଏବେ ଗଛ ମୂଳେ ବାପାମାଁ । ଏହି ପୁଅ ବୋହୂଙ୍କୁ କିପରି ଦଣ୍ଡ ବିଧାନ ହେବା ଦରକାର ଦୟାକରି କମେଣ୍ଟ କରନ୍ତୁ…

0 40

କୁହାଯାଏ ଭଗବାନ ନିଜେ ସମସ୍ତଙ୍କ ଯତ୍ନ ନେଇ ପାରିବେ ନାହିଁ କିମ୍ବା ସ୍ନେହ କରି ପାରିବେ ନାହିଁ ବୋଲି ମାତା ରୂପରେ ପ୍ରତି ଜନ୍ମିତ ମାନବ ଶିଶୁ କୁ ମାଆ ପ୍ରଦାନ କଲେ। ଆଉ ସେହି ମାଆ ଯିଏ ଶିଶୁ ର ଅହରହ ସେବା ଶୁଶ୍ରୁଷା କରିଚାଲେ। ମାଆ ମନରେ ତାର ଶିଶୁ ଯେତେ ଭୁଲ କଲେ ମଧ୍ୟ ତା ପାଇଁ ସେ ଭଲ ହୋଇଥାଏ । ଶିଶୁ କୁ ଖାଦ୍ୟ ଦେଇ ନିଜେ ଭୋକ ଉପାସରେ ରହିଯାଏ ସେହି ମାଆ । ଆଉ ମାଁ ର ଋଣ କେହି କେବେ ଜନ୍ମ ତମାମ ସୁଝି ପାରିବେ ନାହିଁ ବୋଲି ଅନେକ ଶାସ୍ତ୍ର ମଧ୍ୟ କହିଥାଏ ।

କିନ୍ତୁ ସବୁ ବାପା ମାଁଙ୍କର ଇଚ୍ଛା ଥାଏ କି ସେମାନଙ୍କର ପିଲା ମାନେ ବଡ ହୋଇ ଦିନେ ବଡ ମଣିଷ ହୁଅନ୍ତୁ ଏବଂ ବୃଦ୍ଧାବସ୍ଥାରେ ସେମାନଙ୍କର ଟିକିଏ ସେବା ଶୁଶ୍ରୁଷା କରନ୍ତୁ । ଆଉ ସେମାନଙ୍କୁ ଦିଓଳି ଦିମୁଠା ଭଲରେ କଣ ଟିକେ ଖାଇବାକୁ ଦିଅନ୍ତୁ । କିନ୍ତୁ ସବୁ ବାପା ମାଁ ଙ୍କ ଭାଗ୍ୟରେ କଣ ସେ ସୁଖ ଲେଖା ହୋଇଥାଏ ? ବରଂ ଆଜି କାଲିର ପିଲାମାନେ ତ ବଡ ହୋଇ ବଡ ମଣିଷ ହେବା ପରେ ସେମାନଙ୍କର ଜନ୍ମଦାତ୍ରୀ ମାଁଙ୍କୁ ଭୁଲି ଯାଉଛନ୍ତି ଏବଂ ସେହି ବାପାଙ୍କୁ ଅନାଦର କରୁଛନ୍ତି ଯିଏକି ତାର ପିଲା ଜନ୍ମ ହେବା ଠାରୁ ବାପାର ବଳ ଥିବା ପର୍ଯ୍ୟନ୍ତ ନିଜେ ରୋଜଗାର କରି ତା ପିଲାର ସବୁ ଇଚ୍ଛା ,ଆକାଂକ୍ଷାକୁ ପୂରଣ କରିଥାଏ ।

ଆଉ ଶେଷରେ ସେହି ପିଲା ବଡ ହୋଇ ବାପାମାଁ ଙ୍କୁ ଘରୁ ବାହାରକୁ ଫୋପାଡି ଦେଇଥାଏ । ସେହିପରି ଗୋଟିଏ ନିନ୍ଦନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଶୋର୍ ରେ ।


ବାଲେଶ୍ବର ଜିଲ୍ଲା ଶୋର୍ ବ୍ଲକ ଅନ୍ତର୍ଗତ ସୁଲତାନପୁର ଗ୍ରାମରେ ଜଣେ ବୃଦ୍ଧ ପିତାମାତାଙ୍କୁ ତାଙ୍କ ପୁଅବୋହୂ ଘରୁ ବାହାର କରି ଦେଇଥିବାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ସେହି ବୃଦ୍ଧଙ୍କ ନାମ ପ୍ରହଲ୍ଲାଦ ମହାଳିକା ଏବଂ ତାଙ୍କ ପତ୍ନୀଙ୍କ ନାମ ଅନ୍ନପୂର୍ଣ୍ଣା ମହାଳିକା । ଏହି ଦୁଇ ଜଣ ଏବେ ଦୁଇ ପୂଅ, ଦୁଇ ବୋହୂଙ୍କ ଦ୍ବାରା ଘରୁ ବିତାଡିତ ହୋଇ ବରଗଛ ମୂଳରେ ଆଶ୍ରୟ ନେଇଛନ୍ତି ।

ପରିଣତ ବୟସରେ ଅଲଡା ହୋଇପଡିଛନ୍ତି ବୃଦ୍ଧ ବାପାମାଁ । ଘରେ ଦୁଇ ଜଣ ପୁଅ , ବୋହୂ ଏବଂ ନାତିନାତୁଣୀ କିନ୍ତୁ ସ୍ଥିତି ଏମିତି ହୋଇଛି ଯେ ବୃଦ୍ଧ ବୟସରେ ଆସି୍ ବରଗଛ ମୂଳରେ ଆଶ୍ରୟ ନେବାକୁ ପଡିଛି ।

ବୃଦ୍ଧ ପ୍ରହଲ୍ଲାଦଙ୍କ କହିବାଅନୁଯାୟୀ,ବଡପୁଅ ସେମାନଙ୍କୁ ଆଶ୍ରୟ ଦେଇଥିଲେ କିନ୍ତୁ ସଂପତି ଭାଗବଣ୍ଟାକୁ ନେଇ ସାନପୁଅର ପରିବାର ସେମାନଙ୍କୁ ମାଡ ମାରିବା ସହିତ ଗାଳିଗୁଲଜ କରୁଛନ୍ତି ବୋଲି କହିଛନ୍ତି ପ୍ରହଲ୍ଲାଦ । ବୃଦ୍ଧା ପିତାମାତା ଉପାୟଶୂନ୍ୟ ହୋଇ ଏକ ବରଗଛ ମୂଳରେ ଆଶ୍ରୟ ନେଇଥିଲେ ।

କିନ୍ତୁ ବିଧାତାଙ୍କ ଖେଳ ଜନ୍ମ କରିଲା ପୁଅ ସିନା ପଚାରିଲେ ନାହିଁ କିନ୍ତୁ ସେହିବାଟ ଦେଇ ଯାଉଥିବା ଦୟାଳୁ ଦମ୍ପତିଙ୍କ ଦୃଷ୍ଟି ସେମାନଙ୍କ ଉପରେ ପଡିଲା ଏବଂ ବୁଢାବୁଢିଙ୍କୁ ସେମାନେ ଘରକୁ ଅଣି ସେମାନଙ୍କ ସେବାଶୁଶ୍ରୁଷା କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।