Odisha News Portal

ଆସନ୍ତା କାଲି 26 ତାରିଖ ରେ “ଭାରତ ବନ୍ଦ”, କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଡାକରା, ଶୀଘ୍ର ସେୟାର କରି ସମସ୍ତଙ୍କୁ ଜଣାନ୍ତୁ……

ଚଳିତ ବର୍ଷ ମହାମାରୀ କରୋନା କାରଣରୁ ବହିକ ପ୍ରକାର କ୍ଷତି ସହିବାକୁ ପଡୁଛି ସାରା ଦେଶର ଲୋକମାନଙ୍କୁ । ଏହାସହିତ ଦିନ ମଜୁରିଆ ତଥା ବଡ ବଡ କଳାକାରଖାନାରେ କାମ କରୁଥିବା ଶ୍ରମିକ ମାନେ ମଧ୍ୟ ଅନେକ ପ୍ରକାର କ୍ଷତି ସହିଛନ୍ତି । ତେବେ ଏହି ବର୍ଷ ଅନେକ ପ୍ରକାର କ୍ଷତିରେ ସମସ୍ତ ଶ୍ରମିକ ମାନେ ଅନେକ ପ୍ରକାର କ୍ଷତିରେ ଶିକାର ହୋଇଛନ୍ତି l ତେଣୁ ଏହି କ୍ଷତିର ଦାବି ପୂରଣ କରିବା ପାଇଁ ସେମାନେ ଷ୍ଟ୍ରାଇକ ମଧ୍ୟ କରିଥିଲେ l ତେଣୁ ଶ୍ରମିକ ମାନେ କେନ୍ଦ୍ର ସରକାରଙ୍କ କୃଷି ନୀତି ଏବଂ ଶ୍ରମ ନୀତିକୁ ବିରୋଧ କରି ଆସନ୍ତା ନଭେମ୍ବର ମାସ 26 ତାରିଖରେ 10 ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି ।

ତେବେ ଏଥିରେ କେନ୍ଦ୍ର ସରକାରୀ କର୍ମଚାରୀ ଫେଡେରେସନ ରାଜ୍ୟ ସରକାରୀ କର୍ମଚାରୀ ଫେଡେରେସନ, ବ୍ୟାଙ୍କ କର୍ମଚାରୀ ୟୁନିଅନ, ଜୀବନ ବୀମା କର୍ମଚାରୀ ୟୁନିଅନ ମଧ୍ୟ ସାମିଲ ହେବେ ବୋଲି ଏହି ଶ୍ରମିକ ମାନେ ମତ ପ୍ରକାଶ କରିଛନ୍ତି l ଏହାସହିତ ଓଡ଼ିଶାରେ ଆଇଏନଟିୟୁସି, ସିଟୁ, ଏଆଇଟିୟୁସି, ହିନ୍ଦ ମଜଦୁର ସଭା, ଏଆଇସିସିଟୁୟୁ ଆଦି ଶ୍ରମିକ ସଂଗଠନ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ବନ୍ଦ ପାଳନ କରିବେ ବୋଲି ଏବେ ସୋସିଆଲ ମେଡ଼ିଆରେ ବେଶ୍ ଅଧିକ ଭାଇରଲ କରିଛନ୍ତି l


ତେବେ ଏହି ବନ୍ଦ ପାଳନକୁ ବାମପନ୍ଥୀ ଦଳର ସମର୍ଥନ କରୁଥିବା ବେଳେ ଅନ୍ୟ ରାଜନୈତିକ ଦଳକୁ ଅନୁରୋଧ କରାଯିବ ବୋଲି କହିଛନ୍ତି ସିଟୁ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି । ଯାହା ବର୍ତ୍ତମାନ ଜଣା ପଡିଛି । ତେବେ ଶ୍ରୀ ପତିଙ୍କ କହିବା ଅନୁସାରେ କେନ୍ଦ୍ର ସରକାର ଚାଷୀ ବିରୋଧୀ କୃଷି ଆଇନ ଆଣିଛନ୍ତି । ଏହା ଦ୍ୱାରା ଚାଷୀ ମାନେ ଅନେକ ପ୍ରକାର କ୍ଷତି ସହିବ ଏବଂ ଉଦ୍ୟୋଗ ପତିମାନେ ଲାଭବାନ ହେବେ ବୋଲି ଜଣା ପଡିଛି l ସେହିପରି ବିଭିନ୍ନ କାରଣକୁ ଦୃଷ୍ଟିରେ ରଖି 29 ଟି ଶ୍ରମିକ ଆଇନକୁ କେନ୍ଦ୍ର ସରକାର ପରିବର୍ତ୍ତନ କରିଛନ୍ତି ।

ତେବେ 4ଟି ନୂଆ ଶ୍ରମ କୋଡ୍‌ ଲାଗୁ କରିଛନ୍ତି ଏବଂ 13 ଟି ଶ୍ରମ ଆଇନକୁ ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର । ଏହି କାରଣରୁ ଦେଶର ପ୍ରାୟ 40 କୋଟି ଶ୍ରମିକ କ୍ଷତି ଗ୍ରସ୍ତ ହେବେ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି । ଓଡ଼ିଶାର ଦେଢ଼ କୋଟି ଶ୍ରମିକ ଏହା ଦ୍ୱାରା ପ୍ରଭାବିତ ହେବ ଏହି ସଂଗଠନରେ ।

ତେଣୁ ସେମାନେ ଆସନ୍ତା 26 ତାରିଖ ବନ୍ଦ ପାଳନ କରିବାକୁ ନେଇ ଗୁରୁବାରଦିନ ଶ୍ରମିକ ସଂଗଠନ ମାନଙ୍କର ବୈଠକ ହେବ । ଆଉ ବୈଠକ ପରେ ସେମାନେ ବନ୍ଦ ପାଳନ କରିବାକୁ ନେଇ ଅନେକ ରାଜନୈତିକ ଦଳ ଏବଂ ଅନେକଙ୍କୁ ଚିଠି ଲେଖି ସମର୍ଥନ ମଗା ଯାଇଛି । ତେବେ ଯାହା ସାରା ଭାରତରେ ବର୍ତ୍ତମାନ ଗୋଟିଏ ପ୍ରକାର ସମସ୍ୟା ହୋଇ ଛିଡା ହେବ ବୋଲି ଜଣା ପଡିଛି । 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।