Odisha News Portal

ଆପଣ ମାନେ ମାର୍ଗଶୀର କରନ୍ତୁ ନାହିଁ ଏପରି କାମ ନହେଲେ ହୋଇଥାଏ ଘରର ଅମଙ୍ଗଳ….

ଆଜି ଆମେ ଆପଣ ମାନଙ୍କୁ କହିବୁ କି ମାତା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଆପଣ ମାନଙ୍କୁ କେଉଁ ପାଞ୍ଚଟି କାମ କରିବା ଉଚିତ । ଏହି କାମ କଲେ ଆପଣଙ୍କର ଘରେ କେବେବି ଧନର କମି ହେବ ନାହିଁ ଏବଂ ସର୍ବଦା ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଗୋଟିଏ ହାତ ଉଠାଇ ଭଗବାନ ବା ମଣିଷକୁ ନମସ୍କାର କରିବା ଉଚିତ ନୁହେଁ । ନାରୀ ମାନେ ସ୍ନାନ କରିବା ପରେ ନିଜର ଆଙ୍ଗୁଲିରେ ସିନ୍ଦୁର ପିନ୍ଧନ୍ତୁ ନାହିଁ । କେବଳ ରୂପା କଣ୍ଟା ବା ଝିଙ୍କ କାଠିରେ ସିନ୍ଦୁର ପିନ୍ଧନ୍ତୁ । ପିତୃପୁରୁଷ ମାନଙ୍କର ଫଟୋ ଦକ୍ଷିଣ ବା ପଶ୍ଚିମ ଦିଗରେ ନଲଗାଇ ଉତ୍ତର କାନ୍ଥରେ ଲଗାଇଲେ ତାହା ବହୁତ ଭଲ ଅଟେ ।

ଘରର ଦକ୍ଷିଣ କାନ୍ଥରେ କେବେବି ଘଣ୍ଟା ରଖନ୍ତୁ ନାହିଁ , ଅଚଳ ଘଣ୍ଟା କେବେବି ଘରେ ରଖନ୍ତୁ ନାହିଁ ଏବଂ ଘଣ୍ଟାର ସମୟ ସର୍ବଦା ଆଗୁଆ ରଖନ୍ତୁ । ଘରେ ଥିବା ଗଡରେଜର ମୁହଁ ଦକ୍ଷିଣ ଦିଗକୁ କରି ରଖନ୍ତୁ ନାହିଁ , ଯଦି ଏପରି ହୁଏ ତେବେ ଘରେ କାହାର ନା କାହାର ଦେହ ଅସୁସ୍ଥ ରହିବ ।

ଗୃହରେ ରହିଥିବା ଝାଡିରେ କେବେବି ଗୋଡ ଲାଗାଇବେ ନାହିଁ । ଯଦି ଘରକୁ କେବେ ଝାଡୁ କିଣି କରି ଆଣୁଛନ୍ତି ତେବେ କେବେବି ଶନିବାର ଦିନ କିଣିକରି ଆଣନ୍ତୁ ନାହିଁ । ଘରର ପଶ୍ଚିମ ଦିଗରେ ଝାଡୁ ରଖିଲେ ଏହା ଘର ପାଇଁ ଶୁଭ ପଳ ପ୍ରଦାନ କରିଥାଏ । ସୁନାକୁ କେବେବି ବାମ ହାତରେ ପିନ୍ଧିବେ ନାହିଁ ଏବଂ ଏହି ସୁନାକୁ ଲାଲ ବା ହଳଦିଆ କପଡାରେ ଗୁଡାଇ ରଖିଲେ ତାହା ଶୁଭ ଫଳ ପ୍ରଦାନ କରିଥାଏ ।

ଅସ୍ୱତ୍ଥ ବୃକ୍ଷ ମୂଳରେ ପ୍ରତ୍ୟେକ ଗୁରୁବାର ଦିନ ଜଳ ଅର୍ପଣ କରନ୍ତୁ ଏବଂ କିଛି କଞ୍ଚା କ୍ଷୀରରେ ହଳଦୀ ଗୁଣ୍ଡ ମିସାଇ ଅସ୍ୱତ୍ଥ ବୃକ୍ଷ ମୂଳରେ ଢାଳନ୍ତୁ ଏବଂ ବୃକ୍ଷକୁ ପ୍ରଦକ୍ଷଣ କରନ୍ତୁ । ଏମିତି କରିବା ଦ୍ୱାରା ଆପଣ ମାନଙ୍କୁ ବହୁତ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଅନ୍ଧାର ସ୍ଥାନରେ କେବେବି ଏକୁଟିଆ ବସନ୍ତୁ ନାହିଁ କିମ୍ବା ଭୋଜନ କରନ୍ତୁ ନାହିଁ କାହିଁକିନା ଅନ୍ଧାର ସ୍ଥାନରେ ଅଲକ୍ଷ୍ମୀଙ୍କର ବାସ ହୋଇଥାଏ । ଅନ୍ଧାରରେ ଏକୁଟିଆ ବସିବା ଦ୍ୱାରା ନାନା ପ୍ରକାର କୁଭାବନା ମନରେ ପଶିଥାଏ ।

ତେଣୁ ଆପଣ ମାନେ କେବେବି କୌଣସି ଅନ୍ଧାରୁଆ ସ୍ଥାନରେ ଏକୁଟିଆ ବସିବେ ନାହିଁ । ଆପଣ ମାନେ କେବେବି ତଳେ ବସି ଠାକୁରଙ୍କର ପୂଜା କରନ୍ତୁ ନାହିଁ । ତଲେ ବସି ଠାକୁର ପୂଜା କରିବା ଦ୍ୱାରା ଜୀବନରେ ଦୁଃଖର ବୃଦ୍ଧି ହୋଇଥାଏ । ଯଦି ଆପଣ ମାନେ ପଥର ଉପରେ ବସି ପୂଜା କରନ୍ତି ତେବେ ଶରୀରରେ ରୋଗର ବୃଦ୍ଧି ହୋଇଥାଏ ।

କାଠର ପିଢା ଉପରେ ବସି ପୂଜା କରିବା ଦ୍ୱାରା ଘରକୁ ଦୁଃଭାଗ୍ୟ ମାଡି ଆସିଥାଏ । ତେବେ ସର୍ବଦା ଧ୍ୟାନ ରଖନ୍ତୁ କି କୁଷ ଏବଂ କପଡାର ଆସନରେ ବସି ପୂଜା କରନ୍ତୁ । ଶ୍ରୀଚକ୍ର ଏବଂ ଲାଲ କପଡାରେ ଗୁଡା ହୋଇଥିବା ଗୋଟିଏ ନଡିଆ ଠାକୁର ଘରେ ମା ଲକ୍ଷ୍ମୀଙ୍କର ପାଖରେ ରଖନ୍ତୁ , ଏମିତି କରିବା ଦ୍ୱାରା ଆପଣଙ୍କର ଘରର ଶୁଭ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।