Odisha News Portal

ଅପରାଜିତା ଷଡଙ୍ଗୀ ଆରମ୍ଭ କରିଲେ “ସମର୍ଥ” ଟ୍ରଷ୍ଟ ।। ମାଗଣାରେ ପିଲାଙ୍କୁ ପଢାଇବେ ପାଠ , ଅପରାଜିତାଙ୍କ ପାଇଁ ଗୋଟିଏ ଶେୟାର ନିଶ୍ଚୟ କରନ୍ତୁ…..

ନିକଟରେ 2020 ମସିହାରେ ଦେଶର ସର୍ବଶ୍ରେଷ୍ଟ ସାଂସଦର ମାନ୍ୟତା ପାଇଛନ୍ତି ବା ମନୋନିତ ହୋଇଛନ୍ତି ଭୂବନେଶ୍ବର ଲୋକସଭା ଆସନର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ତେବେ ବେଷ୍ଟ ପାର୍ଲିଆମେଣ୍ଟ ଅଫ୍ ଏସିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆ ପକ୍ଷରୁ ବା ତରଫରୁ ସର୍ବ ଭାରତୀୟ ସ୍ତରରେ ସର୍ଭେ ପରେ ଏହି ମହାନ ତଥା ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇଛି । ଆଉ ଏହି ଘୋଷଣା ପରେ ସାଂସଦ ଅପରାଜିତା ଷଡଙ୍ଗୀ ଙ୍କ ପାଖକୁ ଚାରି ଆଡୁ ଏବଂ ସବୁ ମହଲରୁ ପ୍ରଂଶସା ର ଲହରୀ ମାଡି ଆସୁଛି୍ ।

ଅପରାଜିତା ଷଡଙ୍ଗୀ ରାଜ୍ୟ ରାଜନୀତିରେ ଏକ ବହୁତ ଚର୍ଚ୍ଚିତ ଏବଂ ଲୋକପ୍ରିୟ ଚେହେରା । ସେ ସବୁବେଳେ ତାଙ୍କର କାମ ପାଇଁ ଚର୍ଚ୍ଚାରେଥାନ୍ତି । ସେ ସାଂସଦ ହେବା ପରେ ଲୋକମାନଙ୍କର ସହିତ ଅତି ନିଜର ଭଳି ମିଶିଯାଆନ୍ତି ଏବଂ ଲୋକଙ୍କ ସହିତ ଉତ୍ତମ ସଂପର୍କ ମଧ୍ୟ ରଖିଥାନ୍ତି , ଆଉ ଲୋକମାନେ ମଧ୍ୟ ତାଙ୍କର ଏହି ସମାଜସେବା ଗୁଣ ପାଇଁ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି । ବର୍ତ୍ତମାନ ସମୟରେ ପୁଣି ଏକ ସମାଜସେବା କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ।

ସାସଂଦ ଅପରାଜିତା ଷଡଙ୍ଗୀ ବୁଦ୍ଧିଜୀବି , ବୃତ୍ତିଧାରୀ ତଥା ପରିଷ୍ଠ ଲୋକଙ୍କୁ ଅନୁରୋଧ ରକ୍ଷା କରି ଆରମ୍ଭ କରିଛନ୍ତି ଆଜି ସମର୍ଥ ନାମକ ଏକ ଟ୍ରଷ୍ଟ । ଆଉ ଏହି ଟ୍ରଷ୍ଟ ମାଧ୍ୟମରେ ବସ୍ତି ଏବଂ ଅନ୍ୟ ଅଞ୍ଚଳ ମାନଙ୍କରେ 50 ଟି ଶିକ୍ଷାନୁଷ୍ଠାନ ଆରମ୍ଭ ହେବ । ଏହି ଟ୍ରଷ୍ଟ ଦ୍ବାରା ଭୂବନେଶ୍ବର ଉତ୍ତର, ମଧ୍ୟ , ଏକ୍ରାମ3ଟି ନିର୍ବାଚନ ମଣ୍ଡଳି ଭିତରେ ମାଗଣା ଯୋଗ ଶିବିର ମଧ୍ୟ ଆରମ୍ଭ ହେବ ।

ଟ୍ରଷ୍ଟରେ ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟକରଣ କରି ସେମାନଙ୍କର ସମସ୍ତ ପ୍ରକାର ଆବଶ୍ୟକତା ପୂରଣ କରାଯିବ ବୋଲି ସାସଂଦ ସୂଚନା ଦେଇଛନ୍ତି । ଅନାଥ ପିଲା ମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବାର ଲକ୍ଷ୍ୟ ମଧ୍ୟ ରହିଛି ଏହଂ ଟ୍ରଷ୍ଟରେ ।

ଏହାସହିତ ବରିଷ୍ଠମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ପ୍ରବଚନ ଦେବାର ସୁବିଧା ରହିବ ଏବଂ ବିଭିନ୍ନ ପ୍ରାକର ସେମିନାର ସହିତ ଆଲୋଚନା ଚକ୍ର ଆରମ୍ଭ ହେବ ବୋଲି ସାସଂଦ ଅପରାଜିତା ଷଡଙ୍ଗୀ କହିଛନ୍ତି । ଏହି ପରିପ୍ରେକ୍ଷୀରେ ସାସଂଦ କହିଛନ୍ତି ସମାଜର ବିକାଶ ଏବଂ ଉନ୍ମେଷ ପାଇଁ ସମର୍ଥ କାର୍ୟ୍ୟ ଆରମ୍ଭ କରାଯିବ ।
ବିଗତ 2018 ସେପ୍ଟେମ୍ବର 15 ତାରିଖରେ ଅପରାଜିତା ଷଡଙ୍ଗୀ କଲେଖ୍ଟର ପଦବୀରୁ ଇସ୍ତଫା ଦେଇଥିଲେ ଏବଂ ରାଜନିତୀରେ ପାଦ ଦେଇ ଲୋକମାନଙ୍କର ସେବା କରିବା ପାଇଂ ନିଷ୍ପତି ନେଇଥିଲେ ।

ଆଉ 2019ରେ ବିଜେପି ତରଫରୁ ପ୍ରତ୍ୟେକ୍ଷ ନିର୍ବାଚନ ଲଢିଥିଲେ ଭୂବନେଶ୍ବର ଲୋକସଭା ଆସନରୁ ଏବଂ ବିଜୟ ହୋଇ ସାସଂଦ ଭାବେ ପାର୍ଲିଆମେଣ୍ଟରେ ଯୋଗ ଦେଇଥିଲେ । ତେବେ 2018 ମସିହାରେ ଅପରାଜିତା ଷଡଙ୍ଗୀ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନିତୀକୁ ଆସି ଜନ ସାଧାରଣଙ୍କର ସେବା କରିବା ପାଇଁ ମନ ବଳାଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।