ଦେଖନ୍ତୁ Exclusive ଭିଡିଓ- ଲଣ୍ଡନ ବ୍ରିଜ୍ ଉପରେ ପୁରୁଣା ଦିନକୁ ମନେ ପକାଇ ଅନୁଭବ କହିଲେ ବର୍ଷା ମାଇଁ ଡାର୍ଲିଂ….

ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ।ଅନୁଭବଙ୍କ ମୁଁହରେ ବର୍ଷାଙ୍କ ନାଁ। ଲଣ୍ଡନ ବ୍ରିଜ ଉପରେ ଅନୁଭବ କହିଲେ ବର୍ଷା ମାଇଁ ଡାର୍ଲିଙ୍ଗ। ଝିପ ଝିପ୍ ବର୍ଷାରେ ତାଙ୍କ ପୁରୁଣା ଦିନର ସ୍ମୃତିକୁ ମନେ ପକାଉଛନ୍ତି ଅନୁଭବ। ବର୍ଷା ଏବେ ତାଙ୍କ ଠାରୁ ଅଲଗା ହେଲେ ତାଙ୍କୁ ସେ ଖୁବ୍ ମନେ ପକାଉଛନ୍ତି। ବର୍ଷାରେ ପୁରୁଣା ଦିନ ଗୁଡିକ ଦେଖି ବର୍ଷାକୁ ଖୁବ୍ ମିସ୍ କରୁଛନ୍ତି ଅନୁଭବ। ଯେଉଁ ଗୀତକୁ ସେ ଭିଜି ଭିଜି ଅଭିନେତ୍ରୀ ଅଙ୍କିତାଙ୍କ ପାଇଁ ଗାଇଥିଲେ ସେହି ଲଭ୍ ସଙ୍ଗକୁ ଭୁଲି ପାରୁ ନାହାଁନ୍ତି ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି।

ତେବେ ଆପଣ ମାନେ ଜାଣିଥିବେ କି କିଛି ଦିନର ବ୍ୟବଧାନ ପରେ ପୁଣି ସିନେମା ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଛନ୍ତି ଅଭିନେତା ଅନୁଭବ ମହାନ୍ତି। ଫିଲ୍ମ୍ ଲଭ ଇନ ଲଣ୍ଡନ ମାଧ୍ୟମରେ ପୁଣିଥରେ ପରଦାକୁ ଫେରିଛନ୍ତି ଅନୁଭବ ଆଉ ସେଥିପାଇଁ ସେ ଲଣ୍ଡନରେ ସୁଟିଂରେ ବ୍ୟସ୍ତ ରହିଛନ୍ତି। ଆଉ ମିଳିଥିବା ସୂଚନା ଅନୁଯାୟୀ ଲଭ୍ ଇନ ଲଣ୍ଡନର ସୁଟିଂ ସାରି ଅନୁଭବ ଓଡ଼ିଶା ଫେରି ଆସିଛନ୍ତି। ଆଉ ସେଠାରେ ସେ ନିଜ ମୋବାଇଲରେ ରହିଥିବା କିଛି ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ବର୍ଷା ମାଇଁ ଡାର୍ଲିଙ୍ଗ ବୋଲି। ତାଙ୍କ ହାତରେ ଏକ ମୋବାଇଲ ଧରି ବ୍ରିଜ ଉପରେ ଛିଡ଼ା ହୋଇ ଅଙ୍କିତା ଅନୁଭବଙ୍କ ଅଭିନୀତ ବର୍ଷା ମାଇଁ ଡାର୍ଲିଙ୍ଗର ଗୀତକୁ ଶୁଣିଛନ୍ତି। ଆଉ ଏହି ଗୀତ ଶୁଣିବା ପରେ ଅନୁଭବଙ୍କ ପାଖରେ ଥିବା ତାଙ୍କ ଟିମ୍ ତାଙ୍କୁ ବହୁ ଚିଡାଉ ଛନ୍ତି ମଧ୍ୟ।

ଅନୁଭବ କହିଛନ୍ତି କି ଏହି ସିନେମା ୨୦୦୪ ମସିହାରେ ସୁଟିଂ ହୋଇଥିଲା। ଆଉ ଏହି ଭିଡିଓ ଦେଖି ସାରିଲା ପରେ ଅନେକ ଭାବୁଛନ୍ତି କି ଅନୁଭବ ବର୍ଷାକୁ ବଧୁଏ ବହୁତ୍ ମିସ୍ କରୁଛନ୍ତି। କିନ୍ତୁ ଏକଥା ଆଦୌ ଠିକ୍ ନୁହେଁ। କାରଣ ଅନୁଭବ ଏଠାରେ ଗୀତକୁ ହିଁ ମନେ ପକାଇଛନ୍ତି ବର୍ଷାକୁ ନୁହେଁ। କାରଣ ପାରିବାରିକ ବିବାଦ ପରେ ଅନୁଭବ ଚାହିଁ ଛନ୍ତି କି ସେ କିପରି ବର୍ଷା ପ୍ରିୟଦର୍ଶିନୀଙ୍କୁ ସବୁ ଦିନ ପାଇଁ ଭୁଲି ଯାଇ ପାରିବେ।

ତେବେ ବର୍ତ୍ତମାନ ସମୟରେ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ କଟକ ଫ୍ୟାମିଲି କୋର୍ଟରେ ବିଚାରଧୀନ ହୋଇ ରହିଛି। ଖୁବ୍ ଶୀଘ୍ର ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଯିବେ ମଧ୍ୟ। ଯାହାକୁ ନେଇ ଉଭୟ ଖୁବ୍ ଚର୍ଚ୍ଚାରେ ରହିଥିଲେ। ସୁଟିଂ ସେଟ୍ ରୁ ପରସ୍ପରକୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବର୍ଷା ଓ ଅନୁଭବ ମାତ୍ର ବିବାହର କିଛି ଦିନ ପରେ ସମ୍ପର୍କରେ ଉଠିଥିଲା ଝଡ଼ ଆଉ ସେହି ଝଡ କାରଣରୁ ଅଲଗା ହେବା ପାଇଁ ଯାଉଛନ୍ତି ବର୍ଷା ଓ ଅନୁଭବ ମହାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment