Odisha News Portal

ଅନୁଭବ-ବର୍ଷା ବିବାଦରେ ପଡିବ ପୂର୍ଣ୍ଣଛେଦ ! ଏକାଠି ହେବେ ଶୁଆ ଶାରୀ, ମିଳାମିଶା ପାଇଁ ହେଲେ ରାଜି….

ବନ୍ଧୁଗଣ ଓଡିଶାର ବହୁ ଚର୍ଚ୍ଚିତ ଯୋଡ଼ି ଅନୁଭଵ ଓ ବର୍ଷା ଙ୍କ ବିବାଦ ପୁଣି ଏବେ ମୁଣ୍ଡ ଟେକିଛି।ପାରିବାରିକ ବିବାଦ ମାମଲାକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ନିକଟରେ ସାଂସଦ ଅନୁଭବ ଅଭିଯୋଗ କରିଥିଲେ ଯେ,ତାଙ୍କ ଦୁହିଙ୍କ ମଧ୍ୟରେ ଚାଲିଥିବା ମାମଲା ସରୁ ବୋଲି ବର୍ଷା ଚାହୁଁ ନାହାନ୍ତି ଏବଂ ସେ ଜାଣିଶୁଣି ଏହି ଶୁଣାଣି ପ୍ରକ୍ରିୟାକୁ ବିଳମ୍ବ କରୁଛନ୍ତି। ଏଥିପାଇଁ ସେ ଶୁଣାଣି ବେଳେ କୋର୍ଟକୁ ଆସୁ ନାହାନ୍ତି ବୋଲି ଅନୁଭବ କହିଛନ୍ତି। ତେବେ ଏହାକୁ ନେଇ ଅନେକ ଆଲୋଚନା ସମାଲୋଚନା କରୁଛନ୍ତି। ଏହାରି ଭିତରେ ଏହି ପ୍ରସଙ୍ଗକୁ ନେଇ ନିଜର ମନ୍ତବ୍ୟ ଦେଇଛନ୍ତି ସୁର ରାଉତରାୟ।

ଆପଣ ତ ଜାଣିଛନ୍ତି ବିଭିନ୍ନ ଚର୍ଚ୍ଚିତ ଘଟଣାବଳୀ କୁ ନେଇ ତାଙ୍କର ମନ୍ତବ୍ୟ, ବିଚାର କୁ କୌତୁକିଆ ଢଙ୍ଗରେ ଉପସ୍ଥାପନ କରିବା ଦର୍ଶକ ମାନଙ୍କୁ ଅର୍ଥାତ୍ ସାଧାରଣ ଜନତାଙ୍କୁ ବେଶ୍ ପସନ୍ଦ ଆସିଥାଏ।ସେ ରାଜନୈତିକ ଅଭିସନ୍ଧି ରଖି ସେହି ଦୃଷ୍ଟି କୋଣରୁ କୌଣସି ମନ୍ତବ୍ୟ ଦେଇ ନଥାନ୍ତି। ବରଂ ଅନେକ ସମୟରେ ସେ ଉପଯୁକ୍ତ ଲାଗୁଥିବା ବିଚାର ପୋଷଣ କରନ୍ତି। ଅନେକ ଭିଡିଓ ତ ଆପଣ ତାଙ୍କର ଦେଖିଥିବେ,ଆଉ ସେଗୁଡିକୁ ଭଲ ଭାବରେ ଉପଲବ୍ଧି ମଧ୍ୟ କରିଥିବେ ତାହା ଆପଣଙ୍କ ହିସାବରେ କେତେ ଠିକ୍ ଆଉ କେତେ ଭୁଲ୍ ଅଟେ।ସେ ଅନେକ ଥର ବର୍ଷା ଏବଂ ଅନୁଭବ ଙ୍କ ବିବାଦ କୁ ନେଇ ତାଙ୍କର ମୁହଁ ଖୋଲିଛନ୍ତି।

ଏବେ ପୁଣି ଥରେ ସେ ଏହି ଚର୍ଚ୍ଚିତ ଯୋଡ଼ି ଙ୍କ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ଅନେକ ଥର ସେମାନେ ଯୋଡ଼ି ହୋଇ ଯାଆନ୍ତୁ ବୋଲି ସେ ଚାହୁଁ ଥିବା ବେଳେ ସେମାନଙ୍କୁ ନେଇ ସେ ପୁଣି ଏବେ ସମାନ୍ କଥା କହିଛନ୍ତି।ସେ କହିଛନ୍ତି ଯେ ମୁଁ ଆଶା କରୁଛି ଯେ ବହୁତ୍ ଜଲଦି ବର୍ଷା ଏବଂ ଅନୁଭବ ଏକାଠି ହୋଇଯିବେ। ଅନୁଭଵ ସେ ବିଷୟରେ କଥା ହେବା ପାଇଁ ଆସିଥିଲେ, ଆମେ ଆଶା କରୁଛୁ ବର୍ଷା ମଧ୍ୟ ଏଥିରେ ସହଯୋଗ କରିବେ। ବହୁତ୍ ଭଲ ଅଭିନେତ୍ରୀ ସେ। ତାଙ୍କ ସହ କଥା ବାର୍ତ୍ତା କରିବୁ। ସେମାନେ ପୁଣି ଏକାଠି ହୋଇଯିବେ ବୋଲି ଆମେ ଭାବୁଛୁ। ସୁର କହିଛନ୍ତି ସେମାନେ ଦୁଇଜଣ ବହୁତ୍ ଭଲ କଳାକାର।

ଦୁଇଜଣ ଆଭିଜାତ୍ୟ ପରିବାରର। ତାଙ୍କ ବାପା ଜଣେ ବହୁତ୍ ଭଦ୍ର ଲୋକ। ବର୍ଷା ମଧ୍ୟ ବହୁତ ଭଲ କାମ କରୁଛନ୍ତି। କରନା ସମୟରେ ସେ ଅସହାୟ ଙ୍କୁ ଅନେକ ସାହାଯ୍ୟ ସହଯୋଗ କରିଛନ୍ତି। ମୁଁ ତାଙ୍କ ସହ ମିଶି ଏହି ସମାଜ ସେବାରେ ସହଯୋଗ କରିଛି। ତେଣୁ ଆଉ ସେମିତି ଝଗଡ଼ା ନଲାଗି ସେମାନେ ପୁଣି ଥରେ ଏକାଠି ହୋଇଯିବେ ବୋଲି ମୁଁ ଭାବୁଛି ବୋଲି ସୁର ରାଉତରାୟ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।