Odisha News Portal

ଗର୍ଭବସ୍ଥାରେ ସୁଟିଂ ସେଟ୍ ରେ ପହଞ୍ଚିଲେ ଅନୁଷ୍କା ଶର୍ମା ! ସୋସିଆଲ ମି଼ଡିଆରେ ଭାଇରାଲ ହେଉଛି ଫୋଟୋ….

ବଲିଉଡ ଇଣ୍ଡଷ୍ଟ୍ରି କଥା କିଏ ବା ନ ଜାଣେ । ଆଉ ବଲିଉଡ ରେ ପ୍ରତ୍ୟେକ ଦିନ ଏପରି କିଛି କଥା ସାମ୍ନାକୁ ଆସି ଥାଏ , ଯାହାକୁ ଆମର ପ୍ରଶଂସକ ମାନେ ଶୁଣି ବହୁତ ଆଶ୍ଚର୍ଯ୍ୟ ହୋଇଥାନ୍ତି ଏବଂ ବହୁତ ପ୍ରଂଶସା ମଧ୍ୟ କରିଥାନ୍ତି ।
ତେବେ ବର୍ତ୍ତମାନ ସେହି ଭଳି ଗୋଟିଏ ଘଟଣା ସାମ୍ନା କୁ ଆସିଛି ଯାହା ପ୍ରଶଂସକ ମାନଙ୍କ ଦ୍ବାରା ବହୁତ ଆଦୃତ ତଥା ଭଲ ପାଇବା ର ପାତ୍ର ମଧ୍ୟ ପାଲଟିଛି । ତେବେ ଚାଲନ୍ତୁ ଜାଣିବା ସେହି ଚର୍ଚ୍ଚାର ଘଟଣା ବିଷୟରେ ।

ବଲିଉଡ ର ଫେମସ୍ ତଥା ସୁନ୍ଦରୀ ଅଭିନେତ୍ରୀ ଏବଂ ପ୍ରଖ୍ୟାତ କ୍ରିକେଟର ବିରାଟ କୋହଲି ଙ୍କ ପତ୍ନୀ ଅନୁଷ୍କା ଶର୍ମା ଖୁବ୍ ଶିଘ୍ର ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ତେବେ ବର୍ତ୍ତମାନ ଅନୁଷ୍କା ଏବେ ତାଙ୍କ ପରିବାର ସହିତ ଅଧିକ ସମୟ ବିତାଉଛନ୍ତି । ଗତ କିଛି ଦିନ ତଳେ ଅନୁଷ୍କା ଆଇପିଏଲ 2020 ଦେଖିବା ପାଇଁ ଦୁବାଇ ପହଞ୍ଚି ଥିଲେ୍ ।

ଏବେ ସେ ତାଙ୍କ ସ୍ବାମୀ ବିରାଟ କୋହଲିଙ୍କ ସହ ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିଛନ୍ତି ଏବଂ ତାଙ୍କର ସୁଟିଂ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ତେବେ ସେଟ୍ ରୁ ଅନୁଷ୍କାଙ୍କ ବହୁତ ସାରା ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ଯାହାକୁ ଲୋକ ମାନେ ବହୁତ ହିଁ ପସନ୍ଦ କରୁଛନ୍ତି ।

ନିକଟ ରେ ଅନୁଷ୍କା ଭ୍ୟାନିଟି ଭ୍ୟାନ୍ ରୁ ବାହାରିବାର ଫୋଟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ତେବେ ଭାଇରାଲ ହେଉ ଥିବା ଫୋଟରେ ଅନୁଷ୍କା ଶର୍ମା ଏକ ନୀଳ ରଙ୍ଗର ଗାଉନ୍ ପିନ୍ଧି ଥିବାର ଏବଂ ମୁହଁରେ ମାସ୍କ ପିନ୍ଧି ଥିବାର ନଜରରେ ଆସିଛନ୍ତି । ଏହି ନୀଳ ରଙ୍ଗ ର ଗାଉନ ପିନ୍ଧି ସେ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ ଦେଖା ଯାଉଛନ୍ତି ।


ତେବେ ଅଭିନେତ୍ରୀ ଅନୁଷ୍କା ମଧ୍ୟ ନିଟକରେ ଥିବା ଇନଷ୍ଟା କାହାଣୀରେ ଏକ ସେଲଫି ଶେୟାର କରିଛନ୍ତି । ଯେଉଁ ଥିରେ ସେ ସୁଟିଂ ପାଇଁ ପ୍ରସ୍ତୁତ ହେଉ ଥିବା ଦେଖିବାକୁ ମିଳିଛି , କ୍ୟାପସନ୍ ରେ ସେ ହାଇ୍ ଲେଖିଛନ୍ତି । ତେବେ ଏହି କିଛି ଦିନ ପୂର୍ବରୁ ବଲିଉଡ ଅଭିନେତ୍ରୀ ବା କ୍ରିକେଟର ବିରାଟ କୋହଲି ଙ୍କ ପତ୍ନୀ ଅନୁଷ୍କା ଆଉ ଏକ ଫୋଟ ଶେୟାର କରି ଥିଲେ ।

ଆଉ ଯେଉଁ ଥିରେ ତାଙ୍କ ବାପା ଙ୍କ ଛାଇ ଦେଖି ବାକୁ ମିଳି ଥିଲା , ଅନୁଷ୍କା ଏହି ଫୋଟ ସୋସିଆଲ ମିଡିଆରେ ଶେୟାର କରି ଥିଲେ ଏବଂ ତାଙ୍କ ବାପା ଏହି ଫୋଟ ଉଠାଇ ଥିଲେ । ଆଉ ଏହି ଫୋଟ ରେ ତାଙ୍କ ବାପା ଙ୍କ ଛାଇ ଆସି ଯାଇ ଥିଲା ଏବଂ ଏହି ଛାଇ କୁ କାଟି ତାଙ୍କ ଫୋଟ ଅପଲୋଡ କରିବାକୁ ତାଙ୍କ ବାପା କହିଛନ୍ତି ବୋଲି ସେ କ୍ୟାପସନ୍ ରେ ଲେଖି ଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।