ଆଜି ଆମେ ଆପଣ ମାନଙ୍କୁ ଆଗତ ଭବିଷ୍ୟତ ତଥା ମାଳିକା ସଂପର୍କରେ କିଛି କଥା କହିବୁ । ତେବେ ମାଳିକାରେ ଏମିତି ଏକ ଜିଲ୍ଲା ବିଷୟରେ କୁହାଯାଇଛି ଯାହାର ଆଗତ ଭବିଷ୍ୟତରେ କଣ ହେବ ତାହା ଆମେ ଆପଣ ମାନଙ୍କୁ କହିବୁ । ତେବେ ସେହି ଜିଲ୍ଲାଟି ହେଉଛି ଅନୁଗୁଳ ଜିଲ୍ଲା ଏବଂ ଅନୁଗୁଳ ଜିଲ୍ଲାରେ ଭୂମିକମ୍ପ ହେବ ଏହା ସହ କୋଠାବାଡି ସମସ୍ତ ଭୁଷୁଡିବ । ଦିବା ଲୋକତରେ ମଣିଷ ମଣିଷକୁ ହାଣି ଦେବ , ଓଡିଶାରେ ବହୁତ ଜାଗାରେ ମଣି। ମଣିଷକୁ ଆଉ ଶ୍ରଦ୍ଧା ଭଲ ପାଇବା ସାରା ଭାରତ ବର୍ଷରେ ଦେଖୁନାହାନ୍ତି ।
ଅନ୍ୟ ପଟେ ଜଣେ ନାରୀ ମଧ୍ୟ ଆଜିକାଲି ସୁରକ୍ଷିତ ନିହନ୍ତି । ଏହା ସହିତ ଅନେକ ପ୍ରକାର ରୋଗ ଆମକୁ ଗ୍ରାସ କରିବ , କାହିଁକିନା ଆମରୁ ପ୍ରତ୍ୟେକ ମୂହୂର୍ତ୍ତରେ ଆମର କର୍ମଫଳ ଭୋଗିବାକୁ ପଡିବ । ହଠାତ କରି ଲୋକମାନଙ୍କ ଗୃହରେ ଅଗ୍ନି ସଂଯୋଗ ହେବ , ସମସ୍ତ କୋଠାବାଡିରେ ଅଗ୍ନି ସଂଯୋଗ ହେବ ।
ଏହା ସହିତ ବହୁତ ଲୋକମାନେ ଅନ୍ୟାୟ ପୂର୍ବକ ଧନ ଲୁଟିବେ ଏହା ସହ ଜ୍ଞାନୀ ମାନେ ସେହିଠାରେ କିଛି କହିବେ ନାହିଁ ଧୀର ଏବଂ ମୌନ ରହିବେ । ମାତ୍ର ସେହି ଅନ୍ୟାୟ କରି ଯେଉଁମାନେ ଧନ ଲୁଣ୍ଟନ କରିବେ ତେବେ ସେହି ଧନ ତାଙ୍କର ଅଢେଇ ଦିନ ବୋଲି ମହାପୁରୁଷ ମାନେ କହିଛନ୍ତି ।
ତେବେ ସେହି ସମୟରେ ଅନୁଗୁଳ ମାଟିର ବା ତାଳଚେର ମାଟିର ମା ହିଙ୍ଗୁଳା ସେହିଦିନ ତାଙ୍କର ଭକ୍ତ ମାନଙ୍କୁ କୋଳ କରିବେ ଅର୍ଥାତ ସେହି ମାଙ୍କୁ ଯେଉଁ ମାନେ ଭକ୍ତି କରନ୍ତି ସେମାନଙ୍କୁ ମା ଶରଣ ଦେବେ । ଏହା ସହିତ ସେହିଠାରେ ଅନେକ ଭକ୍ତ ମାନେ ଜନ୍ମ ହେବେ ମାତ୍ର ସେହି ଭକ୍ତ ମାନଙ୍କୁ କେହି ହେଲେ ମଧ୍ୟ ଚିହ୍ନି ପାରିବେ ନାହି । ଏହା ଅଦୃଶ୍ୟ ଭାବରେ ବା ଦୁଃଖରେ ଯେଉଁମାନେ ଦିନ କାଟୁଥିବେ କେହି ହେଲେ ମଧ୍ୟ ସେମାନଙ୍କୁ ଚହ୍ନି ପାରିବେ ନାହିଁ ।
ଯେଉଁ ମାନେ ଦିନେ ଖାଇ ଅଧ ଦିନ ଉପାସ ରୁହନ୍ତି ହେଲେ ନିଜର ଦେବତାଙ୍କୁ ଆରାଧନା କରିବା ପାଇଁ କେବେବି ଭୁଲନ୍ତି ନାହିଁ ସେମାନଙ୍କର କେହି ଜାଣିପାରିବେ ନାହିଁ । ସେମାନେ ସେଠାରେ ଗୁପ୍ତ ଭାବରେ ରହିବେ , ଜଗନ୍ନାଥଙ୍କୁ ଚିନ୍ତା କରି ସେଠାରେ ରହିବେ । ଅନୁଗୁଳ ମାଟି ଏକ ପବିତ୍ର ମାଟି , ଯେଉଁ ମାଟିରେ ମା ହିଙ୍ଗୁଳାଙ୍କର ଆର୍ବିଭାବ ହୋଇଛି । ଜଗତ ଜନନୀଙ୍କର ପବିତ୍ର ପୀଠ ଯାହା ଅଷ୍ଟଚଣ୍ଡି ମଧ୍ୟରେ ଏକ ଚଣ୍ଡୀ । ଯେଉଁ ଜାଗାରେ ମାଙ୍କର ଆର୍ବିଭାବ ହୋଇଛି ଅନେକ ପୁଣ୍ୟ କରିଥିଲେ ସେହି ମାଟିରେ ଜନ୍ମ ହୁଏ ମଣିଷ । ତେବେ ଯଦି ଆପଣ ମାନେ ଅନୁଗୁଳରେ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ମାନେ ବହୁତ ହିଁ ଭାଗ୍ୟବାନ ଅଟନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।