Odisha News Portal

ଅନୁଭବଙ୍କର ମା ଦେଲେ ବୋହୂ ବର୍ଷାଙ୍କ ବିରୁଦ୍ଧରେ ଥାନାରେ ଏତେଲା , କହିଲେ 10 ଦିନ ପାଇଁ ଘରଛାଡ ନହେଲେ , ଯାହା କହିଲେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବ……

ଶାଶୁ ବୋହୂ ମଧ୍ୟରେ ଏତଲା ୱାର , ମଧୁସ୍ମିତା କହିଲେ 10 ଦିନ ପାଇଁ ଘରଛାଡ , ତେବେ ବର୍ଷା କହିଲେ ଏହା ଏକ ପ୍ରକାର ଷଡଯନ୍ତ୍ର । କଟକ ପୁରୀଘାଟ ଥାନାରେ ଦ୍ୱାରସ୍ତ ହେଲେ ସାଂସଦ ଅନୁଭବ ମହାନ୍ତିଙ୍କର ମା ମଧୁସ୍ମିତା ମହାନ୍ତି । ବର୍ଷାଙ୍କ ନାମରେ ଅଭିଯୋଗ କଲେ ଅନୁଭବଙ୍କର ମା । ଘର ମରାମତି ପାଇଁ ବର୍ଷାଙ୍କୁ 10 ଦିନ ପାଇଁ ଘର ଛାଡିବା ପାଇଁ କହିଥିଲେ । ମାତ୍ର ବର୍ଷା ସେହି ଘର ଛାଡି ଯିବା ପାଇଁ ନାରାଜ । ଅନ୍ୟ ପଟେ ବର୍ଷାଙ୍କ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ହୋଇଛି । ମୋତେ ଜାଣିଶୁଣି ହଇରାଣ କରୁଛନ୍ତି ବୋଲି ବର୍ଷା କହିଛନ୍ତି ।

ଏମିତି ଏକ ଘର ବାହାନାରେ ଘର ଛାଡିବାକୁ କହୁଛନ୍ତି ବୋଲି ବର୍ଷା ପାଲଟା ଅଭିଯୋଗ କରିଛନ୍ତି । ଅନୁଭବଙ୍କର ମା କହିଛନ୍ତି କି ସେ ରହୁଥିବା ଘର 60 ବର୍ଷର ପୁରୁଣା ହୋଇଥିବାରୁ ତାହାକୁ ମରାମତି କରିବା ପାଇଁ ଚାହୁଁଛନ୍ତି ।

ଯେଉଁଥିପାଇଁ 10 ଦିନ ପାଇଁ ଘରର ସଦସ୍ୟ ବାହାରକୁ ଯିବା ରପାଇଁ ହେବ ମାତ୍ର ବର୍ଷା ସେ ଘରୁ ଯିବା ପାଇଁ ନାରାଜ । ତେଣୁ ଘର ମରାମତି କରିବାରେ ଅସୁବିଧା ହେଉଛି ବୋଲି ମଧୁସ୍ମିତା ମହାନ୍ତି କହିଛନ୍ତି । ତେବେ ଉଭୟ ଘଟଣାକୁ ଲକ୍ଷ୍ୟ କଲେ ଜଣାପଡୁଛି କି ବର୍ଷା ଏବଂ ଅନୁଭବଙ୍କର ବିବାଦ ଧୀରେ ଧୀରେ ତେଜିବାକୁ ଲାଗିଛି ।

ସୂଚନା ଯୋଗ୍ୟ କି ବର୍ଷା ଏବଂ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ ସୁପ୍ରିମ କୋର୍ଟର ମଧ୍ୟସ୍ତତା କମିଟି ମଧ୍ୟସ୍ତତା କରିବେ । ଅନ୍ୟ ପଟେ କୋର୍ଟରେ ବର୍ଷା ଟ୍ରାନ୍ସଫର ଫିଟିସନ ମାମଲା ଦାୟର କରିଛନ୍ତି । ସୁପ୍ରିମ କୋର୍ଟ ଏହି ମାମଲାର ଡିସେମ୍ବର 8 ତାରିଖରେ ସୁଣାଣି କରିବେ । ଅନୁଭବଙ୍କର ଓକିଲ ଅଭୟ ଦିବେ ଏହି ମାମଲାରେ ସୂଚନା ଦେଇଥିଲେ ।

ଓସିଉଡର ଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଏବଂ ବିବାହ ବିଚ୍ଛୋଦ ଦେଶର ସର୍ବୋଚ୍ଚ ଅଦାଲତରେ ପହଞ୍ଚିଛି । ଦିଲ୍ଲୀ ପଟିଆଲା ହାଉସରେ ଅନୁଭବ ଦାୟର କରିଥିବା ଛାଡପତ୍ର ମାମଲାକୁ କଟକ ସ୍ଥିତ ପରିବାର ଅଦାଲତକୁ ସ୍ଥାନାନ୍ତର କରାଯିବା ପାଇଁ ପ୍ରର୍ଥନା କରି ବର୍ଷା ସୁପ୍ରିମ କର୍ଟୋରେ ଏକ ପିଟିସନ ଦାୟର କରିଥିଲେ । ପିଟିସନରେ ଦର୍ଶାଯାଇଛି କି ଦିଲ୍ଲୀ ପଟିଆଲା କୋର୍ଟରେ ମାମଲା ଚାଲିଲେ ତାଙ୍କୁ ମକଦ୍ଦମା ପରିଚାଳନା ହାଜିର ଏବଂ ଶୁମାଣି ନିମନ୍ତେ ଅଧିକ ଖର୍ଚ୍ଚାନ୍ତ ହଇରାଣ ହେବାକୁ ପଡିବ ।

ପ୍ରତି ଶୁମାଣିରେ ପଟିଆଲା ପରିବାର ଅଦାଲତରେ ଉପସ୍ଥିତ ରହିବାକୁ ତାଙ୍କ ପାଇଁ କଷ୍ଟସାଧ୍ୟ ବା ବ୍ୟୟ ବହୁଳ ହେବ । ତେଣୁ ତାଙ୍କର ସ୍ୱାମୀ ଅନୁଭବ ରୁଜୁ କରିଥିବା ଛାଡପତ୍ର ମାମଲାରେ ବିଚାରକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରାଯିବା ପାଇଁ ସୁପ୍ରିମ କୋର୍ଟଙ୍କୁ ନିର୍ଦ୍ଦେଶ ଦେବାକୁ ବର୍ଷା ପ୍ରର୍ଥାନା କରିଛନ୍ତି । ମାମଲା ସ୍ଥାନାନ୍ତର ନହେବା ଯାଏ ପଟିଆଲା ପରିବାରରେ ଛାଡପତ୍ରର ଶୁମାଣି ନକିରବାକୁ ମଧ୍ୟ ପ୍ରର୍ଥାନା କରିଛନ୍ତି ବର୍ଷା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।