Odisha News Portal

ଅନୁଭବ ଏବଂ ବର୍ଷାଙ୍କ ମଧ୍ୟରେ ଆସିଲା ଅନ୍ୟ ଏକ ମାମଲା !ପ୍ରତ୍ୟେକ ଦିନ ରାତିରେ ସେ ମଦ୍ୟପାନ କରିଥାନ୍ତି ଏବଂ ବର୍ଷାଙ୍କୁ ମାଡ ମଧ୍ୟ ମାରିଥାନ୍ତି ! ଭିଡିଏ ହେଉଛି ଭାଇରାଲ…..

ଆପଣ ମାନେ ତ ଜାଣିଛନ୍ତି କି ଏବେ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ମଧ୍ୟରେ କିଛି ସମସ୍ୟା ଲାଗି ରହିଛି । ବର୍ଷା ଅନୁଭବଙ୍କ ନାମରେ ଅନେକ କଥା କହିଥିଲେ କି ସେ ଅନ୍ୟ କୌଣସି ଝିଅ ସହ ସଂପର୍କ ରଖିଛନ୍ତି ବୋଲି । ଏହା ବ୍ୟତୀତ ମଧ୍ୟ କହିଥିଲେ କି ଅନୁଭବ ତାଙ୍କୁ ଶାରିରୀକ ଏବଂ ମାନସିକ ନିର୍ଯ୍ୟାତନା ପ୍ରଦାନ କରୁଛନ୍ତି ବୋଲି । ପ୍ରତ୍ୟେକ ଦିନ ରାତିରେ ସେ ମଦ୍ୟପାନ କରିଥାନ୍ତି ଏବଂ ବର୍ଷାଙ୍କୁ ମାଡ ମଧ୍ୟ ମାରିଥାନ୍ତି ।

ଏପରି ଆହୁରି ଅନେକ କେତେକ କଥାରେ ବର୍ଷା କଟକର ଏସଡିଜିଏମ କୋର୍ଟରେ ଅନୁଭବଙ୍କ ନାମରେ ଏତେଲା ଦୋଇଥିଲେ । ଯାହା ପରେ ଏହି ମାମଲା ଆଗକୁ ବଢିବାରେ ଲାଗିଥିଲା । ଏହି ମାମଲା ପରେ ଅନୁଭବ ମଧ୍ୟ ଦିଲ୍ଲୀର ପିଟିଆଲା ହାଉସ କୋର୍ଟରେ ଛାଡପତ୍ର ମାମାଲ ରୁଜୁ କରିଥିଲେ ।

ତେବେ ଏହି ସମସ୍ତ କଥା ପରେ ମଧ୍ୟ ବର୍ଷା ଅନୁଭବଙ୍କର ଘର ଛାଡି ଯାଇନଥିଲେ ବରଂ ସେ କହିଥିଲେ କି ସେ ତାଙ୍କର ଶାଶୁଘରେ ରହିକରି ଏହି କେସ ଲଢିବେ ବୋଲି । ତେବେ ଏବେ ଏହି ମାମଲାରେ ଅନ୍ୟ ଏକ ମାମାଲା ସାମ୍ନାକୁ ଆସିଛି ଯେଉଁଥିପାଇଁ ବର୍ଷା ପୁଣି ଥରେ ଥାନାରେ ହାଡର ହୋଇଛନ୍ତି । ତେବେ କଣ ରହିଛି ଏହାର ମାମଲା ଆସନ୍ତୁ ଜାଣିବା ।

ବର୍ତ୍ତମାନ ସମୟର ସବୁଠୁ ବଡ ଖବର ଯାହାକି ଥାନାରେ ହାଜରେ ହେଲେ ବର୍ଷା ଏବଂ ରାତି ଅଧରେ ଅନୁଭବଙ୍କ ଘରେ ପସିଲା ପୋଲିସ । ପୁଣି ଥରେ ଥାନାକୁ ୟାଇଛନ୍ତି ବର୍ଷା ପ୍ରିୟ ଦର୍ଶିନୀ , ପୁରୀ ଘାଟ ଥାନାରେ ଅଭିଯୋଗ କରିଛନ୍ତି ସ୍ୱାମୀ ଅନୁଭବଙ୍କର ନାମରେ । ଏହା ସହିତ ତାଙ୍କର ଦୁଇ ଜଣ ସହଯୋଗୀଙ୍କର ନାମରେ ମଧ୍ୟ ଅବିଯୋଗ ହୋଇଛି ।

ଗତ କାଲି ରାତିରେ ଅନୁଭବ ରୁମରେ ତାଲା ପକାଇଦେବା ଅଭିଯୋଗ କରିଛନ୍ତି ବର୍ଷା । ଯାହା ଫଳରେ କି ରୁମରେ ତାଲା ପକେଇଦେବା କାରଣରୁ ରାସ୍ତାରେ ପ୍ରାୟ 1 ଘଣ୍ଟା ଛିଡା ହେବାପରେ ଥାନାର ଦ୍ୱାରସ୍ତ ହୋଇଥିଲେ । ଅନୁଭବ ଘରେ ରହିବା ପାଇଁ ବାଧା ଦେଉଥିବା ଅଭିଯୋଗ କରିଛନ୍ତି ବର୍ଷା , ଏତେଲା ପରେ ଅନୁଭବ ମହାନ୍ତିଙ୍କ ଘରେ ପୋଲିସ ପହଞ୍ଚିଛି ।

ଦୁଇ ଦିନ ପୂର୍ବରୁ ଦୁହେଁ ପରସ୍ପରକୁ ଆକ୍ଷେପ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବାଇରାଲ ହେବାରେ ଲାଗିଛି । ତେବେ ଏବେକା ସମୟରେ ଏହି କଥାକୁ ନେଇ ଗତ କାଲି ପୁରୀ ଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବର୍ଷା । ଦୁଇ ଦିନ ତଳେ ବର୍ଷା ଏବଂ ଅନୁଭବଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା , ଯାହାର ଭିଡିଓ ଭାଇରାଲ ହୋଇଥିଲା । ତାଙ୍କ ଭାବମୂର୍ତ୍ତି ଆଞ୍ଚ ଆଣିବା ତଥା ତାଙ୍କୁ ବଦନାମ କରିବା କଥା କହିଛନ୍ତି ବର୍ଷା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।