Odisha News Portal

ପୁଣି ବିବାଦ କୁ ଆସିଲେ ସାଂସଦ ଅନୁଭବ ! ଅଶ୍ୱନୀ ଦୁବେଙ୍କ ଜନ୍ମଦିନ କୁ ଯାଇ ଅନୁଭବ ଏବଂ ଜାଗୃତି ଶୁକ୍ଲା କରିଦେଲେ ଏମିତି କିଛି , ପରେ ଏମିତି କିଛି କହିଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ….

0 4

ଆପଣ ମାନେ ତ ଜାଣିଛନ୍ତି କି ଏବେ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ମଧ୍ୟରେ କିଛି ସମସ୍ୟା ଲାଗି ରହିଛି । ବର୍ଷା ଅନୁଭବଙ୍କ ନାମରେ ଅନେକ କଥା କହିଥିଲେ କି ସେ ଅନ୍ୟ କୌଣସି ଝିଅ ସହ ସଂପର୍କ ରଖିଛନ୍ତି ବୋଲି । ଏହା ସହିତ ସେ ଦିଲ୍ଲୀର ମିଡିଆ ରିପୋର୍ଟର ଜାଗୃତି ଶୁକ୍ଳାଙ୍କ କଥା ମଧ୍ୟ କହିଥିଲେ କି ଅନୁଭବ ଏବଂ ତାଙ୍କ ମଧ୍ୟରେ କିଛି ରହିଛି ବୋଲି । ତେବେ ଏହି କଥାଟି ସତ କି ମିଛ ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ମାତ୍ର ଏବେ ଅକ ଫଟୋ ଆମ ମାନଙ୍କ ସାମ୍ନାକୁ ଆସିଛି , ଯେଉଁଥିରେ ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଲା ଏବଂ ଅସ୍ୱିନୀ ଦୁବେ ନଜର ଆସିଛନ୍ତି । ତେବେ ଏହି ଫଟୋକୁ ଅନୁଭବ ତାଙ୍କର ଫେସବୁକ ପେଜରେ ସେୟାର କରିଥିଲେ । ଏଥିରେ ଅଶ୍ୱିନୀ ଦୁବେଙ୍କର ଜନ୍ମ ଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ଏହି ଫଟୋଟି ଅଶ୍ୱନୀ ଦୁବେଙ୍କର କାର୍ଯ୍ୟଳୟରେ ଉଠାଯାଇଛି ବୋଲି ଜଣାପଡୁଛି । ଅସ୍ୱୀନି ଦୁବେ ଦିଲ୍ଲୀ କୋର୍ଟରେ ବର୍ଷାଙ୍କ ଠାରୁ ବିବାହ ବିଚ୍ଛେଦ ପାଇଁ ଅନୁଭବ କରିଥିବା ଆବେଦନ ମାମଲାର ପରିଚାଳନା କରୁଛନ୍ତି ।

ତେବେ ସେହି ଫଟୋରେ ଗୋଟିଏ ପଟେ ଅଶ୍ୱନୀ ଏବଂ ଅନ୍ୟ ପଟେ ଅନୁଭବ ଏବଂ ଜାଗୃତି ପାଖାପାଖି ଛିଡା ହୋଇଥିବାର ଦେଖା ଦେଇଛି । ଅନୁଭବଙ୍କ ପାଖରେ ଛିଟା ହୋଇଥିବା ଜାଗୃତି ଶୁକ୍ଳା ଜଣେ ପେଶାଦର ସାମ୍ବାଦିକ ଅଟନ୍ତି । ରାଜ୍ୟସଭା ଟିଭିରେ ଖବର ଉପସ୍ଥାପନା କରନ୍ତି । ବର୍ଷା ଏବଂ ଅନୁଭବଙ୍କର ବିବାଦ ସମୟରେ ଏହି ଜାଗୃତି ସେହି ସମୟରେ ଚର୍ଚ୍ଚାକୁ ଆସିଥିଲେ ।

ଦୀର୍ଘ ଦିନର ନିରବତା ପରେ ସୋସିଆଲ ମିଡିଆରେ ସୁପରଷ୍ଟାର ବା ସାଂସଦ ଅନୁଭବ ମହାନ୍ତିଙ୍କର ଏହି ପୋଷ୍ଟକୁ ନେଇ କରି ଅନେକ ପ୍ରଶ୍ନ ଉଠୁଛି । ବର୍ଷାଙ୍କ ସହ ବୈବାହିକ ସଂପର୍କ ଛିନ୍ନ କରି ଜାଗୃତିଙ୍କ ନିକଟତର ହେବାକୁ ଚାହୁଁଛନ୍ତି କି ଅନୁଭବ । ତେବେ ସେମାନେ ହାତରେ ଚା ଧରି ପାଖାପାଖି ଛିଡା ହୋଇଛନ୍ତି ଏହା ତାଙ୍କର ବନ୍ଧୁତା ନା ଆଉ କଣ । ଅନୁଭବ କହିଛନ୍ତି କି ଜାଗୃତି ଜଣେ ତାଙ୍କର ସୁନ୍ଦର ବନ୍ଧୁ ।

ଏହା ସହିତ ତାଙ୍କର ବିପଦ ସମୟରେ ଜାଗୃତି ଅନେକ ନିସ୍ୱାର୍ଥପର ବନ୍ଧୁ ତିଆରି କରିଦେଇଛନ୍ତି ବୋଲି ମଧ୍ୟ ଅନୁଭବ କହିଛନ୍ତି । ତେବେ ଏବେକା ସମୟରେ ବର୍ଷା ଅନୁଭବ ବିବାଦ ଲାଗି ରହିଛି ତାହାର ଏବେ ପର୍ଯ୍ୟନ୍ତ ସମାଧାନ ମଧ୍ୟ ହୋଇପାରିନାହିଁ । ଆଗକୁ ଏହି ମାମଲାରେ କଣ ହେବ ବିବାହ ବିଚ୍ଛେଦ ହେବ କି ଆଉ କଣ ହେବ ତାହା ପରବର୍ତ୍ତୀ ସମୟରେ ଜଣାପଡିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।