ଅଣ୍ଟା ବିନ୍ଧା ରୁ କେମିତି ପାଇବେ ମୁକ୍ତି ? । Dr. S Balasubramaniam

ତେବେ ବନ୍ଧୁଗଣ ଆମେ ଜାଣିଛୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ହୋଇଥାଏ , ତେଣୁ ଆମ ସମସ୍ତଙ୍କର ଦାୟିତ୍ୱ ହେଉଛି କିପରି ଆମେ ଆମର ସ୍ୱାସ୍ଥ୍ୟ ର ଯତ୍ନ ନେବା | ତେବେ ଆମେ ଜାଣିଛୁ କି ମଣିଷର ବୟସ ବଢିବା ସହିତ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ଦେଖା ଯାଇଥାଏ | ଆଉ ସେହି ସବୁ ରୋଗ ଯୋଗୁଁ ଆମେ ବହୁତ କଷ୍ଟ ପାଇଥାଉ ଓ ଅନେକ ପ୍ରକାରର ସମସ୍ୟା ମଧ୍ୟ ଦେଖା ଦେଇଥାଏ | ତେବେ ସେହି ଭଳି ଗୋଟିଏ ରୋଗ ହେଉଛି ଅଣ୍ଟା ବିନ୍ଧା ରୋଗ | ଯାହା ବିଶେଷ କରିକି ଯୁବ ପିଢିଙ୍କ ଠୁ ଆରମ୍ଭ କରିକି ବୟସ୍କ ବୃଦ୍ଧ ଆଉ ବୃଦ୍ଧା ଙ୍କ ପାଖରେ ଅଧିକ ଦେଖା ଦେଇଥାଏ | ତେବେ ଆସନ୍ତୁ ବନ୍ଧୁଗଣ ସେ ସମସ୍ତ ସମସ୍ୟା ବିଷୟରେ ଅଧିକ କିଛି ଜାଣିବା |

ଅଣ୍ଟା ବିନ୍ଧା ଜନିତ ରୋଗର କାରଣ ଗୁଡିକ କଣ :-

ତେବେ ଆମେ ଜାଣିଛୁ କି ଆମ ଶରୀରରେ ପ୍ରଥମେ ଚର୍ମ ତାହାପରେ ମାଂସପେଶୀ ଓ ତାହା ତଳେ ଆମର ଅସ୍ଥି ରହିଛି, ଆଉ ସେହି ଅସ୍ଥି ଭିତରେ ସୁଷୁନା ସ୍ନାୟୁ ମଧ୍ୟ ରହିଛି, ତେବେ ଯଦି ସେଥିରେ କିଛି ବ୍ୟତିକ୍ରମ ଦେଖା ଯାଏ ତାହେଲେ ଆମ ଶରୀରରେ ଅଣ୍ଟା ବିନ୍ଧା ହୋଇଥାଏ | ତେବେ ସାଧାରଣତଃ ଆଜିର ଯୁବ ପିଢ଼ି ମାନେ କମ୍ପୁଟର ରେ ଅଧିକ ସମୟ କାମ କରୁଛନ୍ତି ଆଉ ବସି ରହୁଛନ୍ତି ଆଉ ଯାହା ଫଳରେ ଅଣ୍ଟା ବିନ୍ଧା ଭଳି ସମସ୍ୟା ମଧ୍ୟ ଦେଖା ଦେଉଛି | ତେବେ ଏହା ବ୍ୟତୀତ ଆପଣଙ୍କର କିଡ଼ନୀ ରେ ମଧ୍ୟ ଇନଫେକ୍ସନ ହେଲେ ବେକ ପେନ ହୁଏ ତାହା ବ୍ୟତୀତ ପ୍ରଷ୍ଟ୍ରେଟ ଓ ଥାଇରଏଡ଼ କ୍ୟାନ୍ସର ହେଲେ ମଧ୍ୟ ଏହା ହୁଏ |

ଅଣ୍ଟା ବିନ୍ଧାର ଲକ୍ଷଣ ଗୁଡିକ କଣ ରହିଛି :-

ତେବେ ଆମେ ଯେତେବେଳେ ସକାଳେ ଉଠୁ ଓ ବସିଥାଉ ସେତେବେଳେ ଅଣ୍ଟା ପେନ ହେବା ଭଳି ସମସ୍ୟା ଦେଖା ଦେଇଥାଏ | ତେବେ ବେଳେବେଳେ ଦେଖା ଯାଇଥାଏ କି ଆମେ କୌଣସି ଭାରି କାମ କରିଲେ ତାହା ଆମ ମାଂସ ପେଶୀ ଉପରେ ପ୍ରେସର ପକାଇଥାଏ ଓ ତାହା ବ୍ୟତୀତ ଅଣ୍ଟା ଭାଙ୍ଗିଲେ ମଧ୍ୟ ଏହିଭଳି ଲକ୍ଷଣ ଦେଖା ଦେଇଥାଏ |

କେତେବେଳେ ଆପଣ ଡାକ୍ତର ଙ୍କ ପାଖକୁ ଯିବେ :-

ଯେତେବେଳେ ଆପଣ ଦେଖିବେ କି କୌଣସି କାମ କରିଲା ବେଳେ ଆପଣଙ୍କ ଅଣ୍ଟା ଯନ୍ତ୍ରଣା ହେଉଛି ଆଉ ପରେ ପୁଣି ଭଲ ହେଇଯାଉଛି ତାହେଲେ ସେତେବେଳେ ଆପଣ ଡାକ୍ତର ଙ୍କ ପାଖକୁ ଯିବେ | ଯଦି ଆପଣଙ୍କର ଏହିଭଳି ସମସ୍ୟା ବହୁତ ଦିନ ଧରି ଚାଲିଆସୁଛି ତାହେଲେ ମଧ୍ୟ ଅଣ୍ଟା ବିନ୍ଧା ଜନିତ ସମସ୍ୟା ଦେଖା ଦେଇଥାଏ |

ଅଣ୍ଟା ବିନ୍ଧା ରୋଗ ରୁ ମୁକ୍ତି ପାଇବା ପଶି କଣ କରିବା ଉଚିତ :-

ତେବେ ଏହି ଭଳି ରୋଗରୁ ମୁକ୍ତି ପାଇଁ ଆମକୁ ଓଜନ କମ କରିବା ପାଇଁ ପଡିବ ଓ ଆମର ଡାଏଟ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିବ |ତାହା ବ୍ୟତୀତ ନିୟମିତ ଭାବରେ ଏକସେସାଇଜ କରିବା ଆବଶ୍ୟକ ହୋଇଥାଏ | ସକାଳେ ହେଉ ବା ସନ୍ଧ୍ୟାରେ କିଛି ସମୟ ୱାକ କରିବା ନିହାତି ଦରକାର ହୋଇଥାଏ | ଏହା ବ୍ୟତୀତ ଅଧିକ ସମୟ ବସି ରହିବା ମଧ୍ୟ ଉଚିତ ନୁହଁ ଓ ବେଶି ଦୂର ଜାଗାକୁ ବାଇକ ରେ ଡ୍ରାଇଭ କରିବା ଦ୍ୱାରା ଏହା ଆମର ମେରିଦଣ୍ଡ ରେ ପ୍ରଭାବ ପକାଇଥାଏ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ |

ତେବେ ଏହା ଥିଲା ଅଣ୍ଟା ବିନ୍ଧା ରୋଗ ବିଷୟରେ ସମ୍ପୂର୍ଣ୍ଣ ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment