କାର୍ପେଲ ଟନଲ ସିଣ୍ଡ୍ରୋମ୍ ହେଉଛି ଏକ ପ୍ରକାର ସ୍ନାୟୁ ଜନିତ ସମସ୍ୟା । ଏହା ଯୋଗୁଁ କଚୋଟି , ଆଙ୍ଗୁଠିରେ ଝିମ୍ ଝିମ୍ ହେବା , କାଲୁଆ ପଡ଼ିଯିବା ଭଳି ଲକ୍ଷଣ ଦେଖାଦିଏ । ଆସନ୍ତୁ ବିଶିଷ୍ଟ ଡାକ୍ତର ରାଜେନ୍ଦ୍ର ସାହୁଙ୍କଠାରୁ କାର୍ପେଲ ଟନଲ ସିଣ୍ଡ୍ରୋମ୍ର କାରଣ ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା।କାର୍ପେଲ ଟନଲ ସିଣ୍ଡ୍ରୋମ୍ କ’ଣ ?କାର୍ପେଲ ଟନଲ ସିଣ୍ଡ୍ରୋମ୍ ହେଉଛି ଏକ ପ୍ରକାର ସ୍ନାୟୁ ଜନିତ ସମସ୍ୟା। ଅର୍ଥାତ୍ ସ୍ନାୟୁ ଯନ୍ତ୍ରଣା। ଆଣ୍ଠୁ ଗଣ୍ଠି ବିନ୍ଧା ଜଏଣ୍ଟ ପେନ୍ ଆଥରାଟିସ୍ ଠାରୁ ଏହା ସମ୍ପୂର୍ଣ୍ଣ ଅଲଗା। ତେବେ ଆମ ବ୍ରେନ ଓ ସ୍ପାଇନାଲ କର୍ଡରୁ ସ୍ନାୟୁ ଗୁଡିକ ଆମ ଶରୀରର ଚାରିଆଡେ ଯାଇଛି। ତେବେ ଯେତେବେଳେ ବିଭିନ୍ନ ଷ୍ଟ୍ରକଚର୍ ରେ ଏହି ସ୍ନାୟୁଗୁଡିକ କେଉଁଠି ନା କେଉଁଠି ଚାପି ହୋଇଯାନ୍ତି। ଯେଉଁ କାରଣ ରୁ ସେଠି ଅକ୍ସିଜେନ ପହଁଚି ପାରେନି ବ୍ଲଡ ପହଁଚି ପାରେନି ଏନର୍ଜି ପହଁଚି ପାରେନି ଫଳରେ ସେଠାରେ ଯନ୍ତ୍ରଣା ଅନୁଭବ ହୋଇଥାଏ।
କାର୍ପେଲ ଟନଲ ସିଣ୍ଡ୍ରୋମ୍ର ଲକ୍ଷଣ-ଆଙ୍ଗୁଠି ଝିମଝିମ ଲାଗିବା, ଛୁଞ୍ଚି ଫୁଡ଼ିଲା ଭଳି ଲାଗିବା, କାଲୁଆ ଲାଗିବା, ପୋକ ଚାଲିବା ଭଳି ଲାଗିବା ଏବଂ ଅଧିକ ହେଲେ ଜିନିଷପତ୍ର ମଧ୍ୟ ଧରିବାରେ ଅସୁବିଧା ହେବା ଆଦି ଲକ୍ଷଣ ଦେଖାଦିଏ। ଏହା ସହିତ ଅଧିକ ସମୟ ଧରି କିଛି କାମ କଲେ ଯନ୍ତ୍ରଣା ବଢ଼ି ବଢ଼ି ଚାଲିଥାଏ।ବିଶେଷ କରି ମହିଳା ମାନଙ୍କ ପାଖରେ ଏହି ସମସ୍ୟା ଦେଖା ଯାଇଥାଏ।ଡାଇବେଟିସ, ଥାଇରଏଡ, ହାଇପରଟେନସନ, ରୁମାଟାଇଡ଼ ଆଥ୍ରାଇଟିସ ଥିବା ଆଦି ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ସମସ୍ୟା ଅଧିକ ପରିଲକ୍ଷିତ ହୋଇଥାଏ।
କାର୍ପେଲ ଟନଲ ସିଣ୍ଡ୍ରୋମ୍କୁ ଚିହ୍ନିବେ କିପରି ?ଏହାର ଲକ୍ଷଣକୁ ଦେଖି ଏହାକୁ ଚିହ୍ନଟ କରାଯାଇ ପାରେ। ଏହା ଛଡା ନର୍ଭ କଣ୍ଡକ୍ସନ ଷ୍ଟଡି ଦ୍ଵାରା ଏହି ସମସ୍ଯାକୁ ଚିହ୍ନଟ କରାଯାଇ ପାରେ। ବର୍ତମାନ ସମୟରେ ଅଲଟ୍ରାସାଉଣ୍ଡ ମାଧ୍ୟମରେ ମଧ୍ୟ କାର୍ପେଲ ଟନଲ ସିଣ୍ଡ୍ରୋମ୍କୁ ଚିହ୍ନିଟ କରା ଯାଇ ପାରୁଛି। ତେବେ ଅଲଟ୍ରାସାଉଣ୍ଡ ମାଧ୍ୟମରେ ମଧ୍ୟ କାର୍ପେଲ ଟନଲ ସିଣ୍ଡ୍ରୋମ୍ ହେବାର କାରଣ ମଧ୍ୟ ଚିହ୍ନଟ ହୋଇ ପାରୁଛି।
କାର୍ପେଲ ଟନଲ ସିଣ୍ଡ୍ରୋମ୍ର ଚିକିତ୍ସା :-ଘରେ ଆପଣ ଷ୍ଟ୍ରେଚିଙ୍ଗ ଏବଂ ସ୍ପ୍ରିଣ୍ଟ ବାନ୍ଧି ପାରିବେ। ଏହା ସହିତ ଆପଣ ଏକ୍ସରସାଇଜ କରି ପାରିବେ। ଏହାଛଡା ଡ଼ାକ୍ତର କିଛି ଜେଲ୍ ଲଗାଇବା ପାଇଁ ଓ ମେଡ଼ିସିନ ମଧ୍ୟ ଦେଇଥାନ୍ତି।ମେଡ଼ିସିନରେ ଯଦି ସେତେ ଭଲ କାମ କରୁନାହିଁ ତେବେ ଏକ ନନସର୍ଜିକାଲ ଟ୍ରିଟମେନ ମାଧ୍ୟମରେ ନର୍ଭକୁ ଫ୍ରି କରାଯାଏ । ଯଦି ସମସ୍ଯା ଗୁରୁତର ରହିଛି ତେବେ ଡାକ୍ତର ସର୍ଜରୀ କରିବା ପାଇଁ କହିଥାନ୍ତି । ଏହା ସହିତ ଆପଣ ଯେଉଁ କାରଣ ପାଇଁ ଏହି ସମସ୍ୟା ହେଉଛି ତାକୁ କଣ୍ଟ୍ରୋଲ କରିବା ଦରକାର୍।
ଚିକିତ୍ସା ପରେ ପୁଣି ହେବାର ଆଶଙ୍କା ରହିଛି କି ?ତେବେ ଚିକିତ୍ସା ପରେ ମଧ୍ୟ କିଛି ସମୟ ବ୍ଯବଧାନରେ ଏହି ସମସ୍ଯା ପୁଣି ଥରେ ଦେଖା ଦେଇପାରେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।