Odisha News Portal

ଦେଖନ୍ତୁ ଭିଡ଼ିଓ : ଅନ୍ଧ ବୁଢ଼ୀ ମା’ କୁ ଜଙ୍ଗଲରେ ଛାଡି ପଳେଇ ଯାଉଥିଲା ପୁଅ, ଆଉ ତା ପରେ….ଥରୁଟିଏ ନିଶ୍ଚୟ ଦେଖନ୍ତୁ

ମାଆ କୁ ପୁଅ ମାନେ ଛାଡ଼ି ଦେଲେ ଜଙ୍ଗଲରେ। ବୃଦ୍ଧ ଅବସ୍ଥାରେ ଏପଟେ ଅସହାୟ ପଡିଛି ଏହି ବୁଢ଼ୀ ମାଆ। ଆଉ ତାଙ୍କୁ ଭଲ କରି ଦେଖା ମଧ୍ୟ ଯାଉନାହିଁ। ଭଲ ଦୃଷ୍ଟି ଶକ୍ତି ନଥିବା ଏହି ବୁଢ଼ୀ ମାଆ କୁ ନିର୍ଦ୍ଦୟ ପୁଅ ମାନେ ଛାଡ଼ି ଦେଲେ ଜଙ୍ଗଲରେ। ଆଉ ଏହି ଅସହାୟ ବୃଦ୍ଧ ମାଆ ର ମାନସିକ ଅବସ୍ଥା ବି ଭଲ ନଥିବା କୁହା ଯାଉଛି। କିନ୍ତୁ ଏହି ଅବସ୍ଥାରେ ତାକୁ ପର କରିଦେଇ ଜଙ୍ଗଲରେ ଛାଡ଼ି ଯାଉଛି ତାର ପୁଅ। ବାଃ ରେ ପୁଅ ବାଃ। ଧନ୍ୟ କହିବ ଏ ସମାଜ ତୋତେ ଏବଂ ତୋର ପୁଅ ପଣିଆ କୁ। ତୋତେ ଜନ୍ମ କରିଥିବା ଏହି ଅସହାୟ ବୃଦ୍ଧ ମାଆ ର ଜୀବନ ଆଜି ମାତୃତ୍ଵ ଶବ୍ଦ ର ଠିକ୍ ଯଥାର୍ଥତା କୁ ପ୍ରତିପାଦନ କରିବ।

ଦୃଷ୍ଟିହୀନ ଅବସ୍ଥାରେ ଜଙ୍ଗଲରେ ମାଆ କୁ ଛାଡ଼ି ଆସିବା ବେଳେ ଟିକେ ବି ବାଧା ଦେଲାନି ବିବେକ। ବନ୍ଧୁଗଣ ଏହି ଘଟଣା ଟି ଘଟିଛି ଗଞ୍ଜାମ ଜିଲ୍ଲାରେ। ଯାହା ଦେଖିବା ଜେତିକି କଷ୍ଟ ଦାୟକ ସେତିକି ଲଜ୍ୟା ଜନକ। ଏହାକୁ ଦେଖିଲେ ଛାତି ଫାଟି ଯିବା ଭଳି ଲାଗୁଛି। ତେବେ ଏହି ଘଟଣା ଘଟିବା ସ୍ଥାନରେ ଯାଇ ପୋଲିସ ପହଞ୍ଚିବା ପରେ ଦେଖନ୍ତୁ କଣ ଘଟିଛି। ପୋଲିସ ଏହି କୁଳାଙ୍ଗାର ପୁଅଙ୍କୁ ଗୋଡ଼େଇ ଗୋଡ଼େଇ ବାଡ଼ାଉଛି। ତେବେ ଏହି ଦୁଇ ପୁଅଙ୍କ ନାମ ହେଉଛି ରବୀନ୍ଦ୍ର ପଟ୍ଟନାୟକ ଏବଂ ରମେଶ ପଟ୍ଟନାୟକ। ପୁଅ ଦୁଇ ଜଣଙ୍କ କହିବା କଥା ହେଉଛି ମାଆ ଙ୍କ ଭଳି ସେମାନଙ୍କୁ ବି ସମାନ ରୋଗ ହୋଇଛି।

ସେମାନଙ୍କ ଆଖି କୁ ବି ଭଲ ଭାବରେ ଦେଖା ଯାଉ ନାହିଁ। ଆଉ ଏପରି ଅବସ୍ଥାରେ ସେମାନେ ଏକ ଅଟୋ ର ସାହାଯ୍ୟରେ ଏହି ସ୍ଥାନକୁ ଆସିଥିଲେ। ଏବଂ ଏହି ଜଙ୍ଗଲରେ ମାଆ କୁ ଛାଡି ଦେଇ ପଳେଇ ଯିବା ପାଇଁ ବସି ଥିଲେ। କିନ୍ତୁ ଏହି ସମୟ ରେ ପୋଲିସ ଆସି ସେଠାର ପହଞ୍ଚି ଯାଇଥିଲା। ଏବଂ ଏମାନଙ୍କୁ ମାଡ଼ ମାରିଥିଲା ତାଙ୍କର ଏଭଳି କାର୍ଯ୍ୟ ପାଇଁ। ଦୃଷ୍ଟି ଶକ୍ତି ନଥିବା ଏହି ଅସହାୟ ମାଆ କୁ ସାଙ୍ଗରେ ନେଇ ଯିବାକୁ କହିଥିଲା ପୋଲିସ। ଆଉ ସେଠାର ଏମିତି ଅବସ୍ଥାରେ କାହିଁକି ଛାଡୁଛ ବୋଲି ମଧ୍ୟ ପ୍ରଶ୍ନ କରିଥିଲା ପୋଲିସ୍। କିନ୍ତୁ ଏହି ଦୁଇ ପୁଅ କହିଥିଲେ ଯେ ସେମାନଙ୍କର ବି ଦୃଷ୍ଟି ଶକ୍ତି ନାହିଁ ଏବଂ ସେମାନେ କିଛି ରୋଜଗାର କରନ୍ତି ନାହିଁ।

ନିଜେ ଅସହାୟ ହୋଇଥିବାରୁ ଏହି ବୃଦ୍ଧ ମାଆଙ୍କୁ ଜଙ୍ଗଲରେ ଆଣି ଛାଡ଼ି ଦେବାକୁ ନିଷ୍ପତ୍ତି ନେଇଥିଲେ ସେମାନେ। ଆଉ ଶେଷରେ ମମତା ର ମୂଲ ସ୍ୱରୂପ ସେମାନେ ବୃଦ୍ଧ ବୟସରେ ମାଆ କୁ ସାହା ନହୋଇ ଏମିତି ଅବସ୍ଥାରେ ଜଙ୍ଗଲରେ ଛାଡ଼ି ଦେଇଥିଲେ।ଏହି ଘଟଣା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।